ବୀମାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧।୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଜଟଣୀ ଶାଖା ତଥା ଖୋର୍ଦ୍ଧା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତଠାରେ ଏକ ଜନ ସୁରକ୍ଷା ସମ୍ପୂତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସ୍‌ବିଆଇର ମହାପ୍ରବନ୍ଧକ ପୋନ୍ନମବଲମ ଏମ୍‌ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନର ଖୋର୍ଦ୍ଧା ଜିଲାର ପ୍ରକଳ୍ପ ପ୍ରବନ୍ଧକ ବିବେକ ବେଉରିଆ, ସରପଞ୍ଚ ବନଜା ଜେନା, ସମିତି ସଭ୍ୟା ଇତିଶ୍ରୀ ଜେନା, ଏସ୍‌ବିଆଇ ଖୋର୍ଦ୍ଧା-ନୟାଗଡ଼ କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନା, ଏସବ୍‌ିଆଇର ସହାୟକ ମହାପ୍ରବନ୍ଧକ ତପନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପଞ୍ଚୁପଲ୍ଲୀ ଗ୍ରାମ ପଞ୍ଚାୟତର ୨ଶହରୁ ଅଧିକ ଗ୍ରାମବାସୀ, ଅନେକ ଋଣ ଗ୍ରାହକ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଗ୍ରଣୀ କୃଷକ, ବହୁ ସମାଜସେବୀ ଏବଂ ଏସ୍‌ବିଆଇର ବହୁ କର୍ମକର୍ତ୍ତା ତଥା ବହୁ ଉପରସ୍ଥି ଅଧିକାରୀ ଉପସ୍ଥିତ ଥିଲେ। କ୍ଷେତ୍ରୀୟ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନା ସ୍ବାଗତ ଅଭିଭାଷଣ ଦେଇଥିଲେ। ମହାପ୍ରବନ୍ଧକ ପୋନ୍ନମବଲମ ଏମ୍‌, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଉପରେ ଆଲୋକପାତ କରିବା ସହ ବୀମା କିପରି ପ୍ରତ୍ୟେକ ନାଗରିକଙ୍କ ପାଇଁ ନିହାତି ଆବଶ୍ୟକ ସେ ସମ୍ପର୍କରେ ସଚେତନ କରାଇଥିଲେ। ଏହା ବ୍ୟତୀତ ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରକାର ଋଣର ଅଭିବୃଦ୍ଧି ତଥା ଗୃହ, ଶିକ୍ଷା, କୃଷି ଏବଂ କ୍ଷୁଦ୍ରଶିଳ୍ପଗୁଡିକୁ ସହଜରେ ଋଣ ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି, ତତ୍‌ସମ୍ପର୍କିତ ବିବରଣୀ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ କୃଷି ଋଣ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣର ନବୀକରଣ ଆବେଦନ ଗ୍ରହଣ କରାଯାଇଥିଲା। ସେହିଭଳି ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତର ଅଗ୍ରଣୀ କୃଷକ ଏବଂ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏସବ୍‌ିଆଇ ଜଟଣୀ ଶାଖାର ମୁଖ୍ୟ ପ୍ରବନ୍ଧକ ସୁଜତି କୁମାର ବେହେରା ଏବଂ ମୁଖ୍ୟ ପ୍ରବନ୍ଧକ ଉମାକାନ୍ତ ପୂଜାରୀ ପରିଚାଳନା କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ତତ୍ତ୍ୱାବଧାନରେ ଏଭଳି ଗ୍ରାମପଞ୍ଚାୟତ ସ୍ତରୀୟ ଆୟୋଜନକୁ ପଞ୍ଚାୟତ ତଥା ଜିଲାର ବିଭିନ୍ନ ମହଲରୁ ବହୁ ପ୍ରଶଂସା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?