Posted inଜାତୀୟ

ଫିଲ୍ମୀ ଷ୍ଟାଇଲ୍‌ରେ ହାତୀକୁ ଚୁମ୍ବନ କରିବାକୁ ଉଦ୍ୟମ: ହସ୍ପିଟାଲରେ ପହଞ୍ଚିଲେ ଯୁବକ

କୋଲାର,୨।୫: ନିଶାରେ ମାତାଲ ଥିବା ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଲା ହାତୀକୁ ଚୁମ୍ବନ ଦେବା ଉଦ୍ୟମ। ଚୁମ୍ବନ ଦେବାକୁ ହାତୀ ନିକଟରେ ପହଞ୍ଚିବା ତାର ପରିଣାମ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଦେଇଛି। ଏହି ଘଟଣା କର୍ନାଟକର ବେଙ୍ଗାଲୁରରୁ ପ୍ରାୟ ୫୦ କିଲୋମିଟର ମାଲୁର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ସପ୍ତାହରୁ ଉକ୍ତ ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଥିଲେ। ଗଁାରେ ଲାଗିଥିବା ଗଛ ଗୁଡିକୁ ଖାଇବା ସହ ଚାଷ ଜମିକୁ ନଷ୍ଟ କରିଦେଇଥିଲେ। ଏନେଇ ଗଁ। ଲୋକେ ବନବିଭାଗକୁ ଖବର ଦେଇଥିବା ବେଳେ ହାତୀ ପଲଙ୍କୁ ଧରିବା ପାଇଁ ବନବିଭାଗଙ୍କୁ ବହୁ କସରତ କରିବାକୁ ପଡ଼ିଥିଲା। ବୁଧବାର ବନବିଭାଗ କର୍ନାଟକ-ତାମିଲନାଡୁ ବର୍ଡରରେ ଥିବା ଏକ ଜଙ୍ଗଲରେ ହାତୀ ପଲଙ୍କୁ ଛାଡିବା ପାଇଁ ଉଦ୍ୟମ ଚଳାଇଥିଲେ। ସେହି ସମୟରେ ଏକ ଗଁାରେ ହାତୀ ପଲଙ୍କ ସହ ସେଲଫି ଉଠାଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଭିଡ଼କୁ ଦେଖି ହାତୀପଲ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେହି ସମୟରେ ରାଜୁ ନାମକ ଯୁବକ ନିଶାରେ  ମାତାଲ ହୋଇ ହାତୀକୁ ଚୁମ୍ବନ ଦେବାକୁ ଉଦ୍ୟମ କରିବା ବେଳେ ଉତ୍ତ୍ୟକ୍ତ ହାତୀ ତାଙ୍କୁ କିଛି ଦୂରକୁ ଉଠାଇ କଚାଡି ଦେଇଥିଲା। ଦଳିବାକୁ ଚେଷ୍ଟା କରୁଥିବା ବେଳେ ଗଁ। ଲୋକେ ତାଙ୍କୁ ଉଦ୍ଧାର କରିନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣା କିଛି ସମୟ ପୂର୍ବରୁ ରାଜୁ ତାଙ୍କ ସାଙ୍ଗମାନଙ୍କୁ କନ୍ନଡ ଫିଲ୍ମ ବିଷୟରେ କହୁଥିଲେ, ଯେଉଁଥିରେ ହିରୋ ଗୋଟିଏ ହାତୀକୁ ଚୁମ୍ବନ କରିଥାଏ ବୋଲି ଗଁ। ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri