Categories: Video

ସାଲ୍ୟୁଟ ସୁନୀତା

କରୋନା ମହାମାରୀ ପାଇଁ ଗୁଜରାଟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ଗତ ୯ ତାରିଖ ରାତିରେ ଭାଜପା ବିଧାୟକ ତଥା ଗୁଜରାଟରେ ମନ୍ତ୍ରୀ ଥିବା କୁମାର କନାନୀଙ୍କ ପୁଅ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରିଥିଲେ । କର୍ଫ୍ୟୁକୁ ବେଖାତିର କରି କୁମାର କନାନୀଙ୍କ ପୁଅ ପ୍ରକାଶ କନାନୀ ଓ ତାଙ୍କର ଦୁଇ ଜଣ ସାଙ୍ଗ ରାସ୍ତାରେ ବୁଲୁଥିଲେ। ସେମାନଙ୍କୁ ଅଟକାଇଥିଲେ ମହିଳା କନଷ୍ଟେବଲ ସୁନୀତା ଯାଦବ । ମନ୍ତ୍ରୀଙ୍କ ପୁଅ ଓ ସୁନୀତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏବଂ ମନ୍ତ୍ରୀଙ୍କ ପୁଅ ପ୍ରକାଶ କନାନୀ ଓ ତାଙ୍କ ସାଙ୍ଗ ସୁନୀତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ।