ଅସୁରକ୍ଷିତ ଅହିରାଜ

ଢେଙ୍କାନାଳ,୪ା୮(ରତନ ନାୟାର): ଢେଙ୍କାନାଳର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ଭାବେ ଅହିରାଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଶୀତଳ ପରିବେଶ ଏହି ପ୍ରଜାତିର ସର୍ପଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ଏମାନଙ୍କ ସଂରକ୍ଷଣ ଲାଗି ରାଜ୍ୟସ୍ତରରେ ଅଦ୍ୟାବଧି ସ୍ବତନ୍ତ୍ର ଯୋଜନା ହୋଇନାହିଁ। ବନ ବିଭାଗ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିବାବେଳେ ଜଙ୍ଗଲରେ କ୍ରମାଗତ ଭାବେ କିଙ୍ଗ୍‌କୋବ୍ରାଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିବେଶ୍‌ବିତ୍‌ କହିଛନ୍ତି।
ଢେଙ୍କାନାଳ ଜିଲାରେ ଅଦ୍ୟାବଧି ୯୨ ପ୍ରଜାତିର ସାପ ଚିହ୍ନଟ କରାଯାଇଥିବାବେଳେ ସେଥିରୁ ମାତ୍ର ୮ ପ୍ରଜାତି ବିଷାକ୍ତ। ତନ୍ମଧ୍ୟରେ ଗୋଟିଏ ହେଉଛି ଅହିରାଜ। ଜିଲାର ସମସ୍ତ ୮ ରେଞ୍ଜରେ କିଙ୍ଗ୍‌କୋବ୍ରା ଦେଖାଯାଆନ୍ତି। ହେଲେ କପିଳାସ ଅଭୟାରଣ୍ୟ, ତପୋବନ ଜଙ୍ଗଲ, ସଦର ରେଞ୍ଜର ଭାପୁରରେ ଏମାନେ ଅଧିକ ସଂଖ୍ୟାରେ ଅଛନ୍ତି। ସାଧାରଣତଃ ଗୋଟିଏ ପ୍ରାପ୍ତବୟସ୍କ ଅହିରାଜର ଲମ୍ବା ୧୪ରୁ ୨୧ ଫୁଟ ମଧ୍ୟରେ ହୋଇଥାଏ। କିଛି ବର୍ଷ ତଳେ କପିଳାସ ରାସ୍ତାର ଡାହିମାଳ ଅଞ୍ଚଳରୁ ୧୭ ଫୁଟ ଲମ୍ବର ଏକ ବିଶାଳକାୟ କିଙ୍ଗ୍‌ କୋବ୍ରା ଉଦ୍ଧାର କରାଯାଇଥିଲା। ତେଣୁ ସଂରକ୍ଷିତ ଜଙ୍ଗଲରେ ଏଭଳି ବଡ଼ ସାପ ଅଧିକ ସଂଖ୍ୟାରେ ଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିବା ଏହି ପ୍ରଜାତିର ସରୀସୃପ ଘନ ଜଙ୍ଗଲ, ବଣବୁଦାରେ ରହିବାକୁ ପସନ୍ଦ କରିଥାଆନ୍ତି। ନିଜ ପ୍ରଜାତିର ଛୋଟ ସାପ, ଅନ୍ୟ ପ୍ରଜାତିର ସାପ, ଠେକୁଆ, ମୂଷା ସେମାନଙ୍କ ମୁଖ୍ୟ ଆହାର। ହେଲେ ଅନେକ ସମୟରେ ସେମାନଙ୍କୁ ଏହା ମିଳେନାହିଁ। ଫଳରେ ସେମାନେ ଖାଦ୍ୟ ପାଇଁ ଜନବସତି ଆଡ଼କୁ ମୁହଁାଇଥାଆନ୍ତି। ଅହିରାଜକୁ ନେଇ ରହିଥିବା ଭୟ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଗ୍ରାମାଞ୍ଚଳବାସୀଙ୍କ ମନରେ ନେଇ ରହିଥିବା ଭୟ କାରଣରୁ ଅଧିକାଂଶ ସମୟରେ ଅହିରାଜକୁ ପିଟି ପିଟି ମାରି ଦିଆଯାଉଥିବା ଉଦାହରଣ ଅଭାବ ନାହିଁ। ଏବେ କିନ୍ତୁ ସରକାରୀ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା ପରେ ଲୋକଙ୍କ ମାନସିକତା ପରିବର୍ତ୍ତନ ହେଲାଣି। ଅହିରାଜ ଉପସ୍ଥିତି ଜାଣିବା ପରେ ଲୋକେ ସାପ ଉଦ୍ଧାରକାରୀ ଦଳର ସଦସ୍ୟଙ୍କୁ ସୂଚନା ଦେଉଛନ୍ତି। ସାପଗୁଡ଼ିକୁ ଧରିବା ପରେ ବନ କର୍ମଚାରୀଙ୍କ ସହାୟତାରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଉଛି। ତେବେ ଗତ କିଛି ବର୍ଷ ମଧ୍ୟରେ ଢେଙ୍କାନାଳ ଜିଲାରେ ଅହିରାଜଙ୍କ ସଂଖ୍ୟାରେ ପୂର୍ବଭଳି ବୃଦ୍ଧି ପରିଲକ୍ଷିତ ହେଉନାହିଁ। ଏହି ସରୀସୃପଙ୍କ ସଂରକ୍ଷଣ କରା ନ ଗଲେ କଲରାପତରିଆଙ୍କ ଭଳି ଖୁବ୍‌ଶୀଘ୍ର ଅହିରାଜ ବଂଶ ମଧ୍ୟ ଲୋପ ପାଇଯିବ ବୋଲି ପରିବେଶବିତ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ବିଶେଷଜ୍ଞ ରାଜେନ୍ଦ୍ର ପାଣିଗ୍ରାହୀ କୁହନ୍ତି, କପିଳାସ ଅଭୟାରଣ୍ୟରେ ଅଧିକ ସଂଖ୍ୟକ ଅହିରାଜ ଅଛନ୍ତି। ଜଙ୍ଗଲ ବଢ଼ିଲେ ଏମାନଙ୍କ ସଂଖ୍ୟା ବଢ଼ିଥାଏ। ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କୁହନ୍ତି, କପିଳାସ ଅଭୟାରଣ୍ୟ, ତପୋବନ ଜଙ୍ଗଲରେ ଏହି ପ୍ରଜାତି ଅଧିକ ସଂଖ୍ୟାରେ ଦେଖାଯାଆନ୍ତି। ପର୍ଯ୍ୟଟକଙ୍କ ପାଇଁ କପିଳାସ ପ୍ରାଣୀ ଉଦ୍ୟାନରେ ଗୋଟିଏ ଅହିରାଜ ରଖାଯାଇଛି। ତେବେ ସଂରକ୍ଷିତ ଜଙ୍ଗଲରେ ଏହି ପ୍ରଜାତିର ସାପଙ୍କ ସଂରକ୍ଷଣ ଲାଗି କୌଣସି ନିର୍ଦ୍ଦେଶ ଆସି ନ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri