ନୂଆଦିଲ୍ଲୀ,୨୫।୯: ବେଙ୍ଗଲର ଷ୍ଟାର କ୍ରିକେଟର ଅଭିମନ୍ୟୁ ଇସ୍ୱରନ ଗତ ତିନି ସିଜନ ଧରି ଭାରତୀୟ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଦଳରେ ଥିଲେ, କିନ୍ତୁ ଖେଳିବାର ସୁଯୋଗ ପାଇନଥିଲେ। ଏବେ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ଦଳରେ ସାମିଲ ନ କରିବା ନେଇ BCCI ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛି।
ଅନେକଙ୍କ ମତରେ, BCCI ଇସ୍ୱରନଙ୍କ ପ୍ରତି ଅନ୍ୟାୟ କରିଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ବିଷୟରେ ସ୍ପଷ୍ଟ ଜବାବ ଦେଇ ପାରିନାହାନ୍ତି। ସେ କହିଛନ୍ତି, “ବର୍ତମାନ ଆମେ ତୃତୀୟ ଓପନରଙ୍କ ଆବଶ୍ୟକତା ଅନୁଭବ କରୁନାହୁଁ। ଦଳରେ ୧୫ ଜଣିଆ ଖେଳାଳି ରହିଛନ୍ତି। କେ.ଏଲ. ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ ଭଲ ପ୍ରଦର୍ଶନ କରୁଛନ୍ତି। ଆବଶ୍ୟକ ହେଲେ ଆମେ ଇସ୍ୱରନଙ୍କୁ ଡକାଇ ଖେଳାଇ ପାରିବୁ।”
ଇସ୍ୱରନଙ୍କ ସହ ଅର୍ଶଦୀପ ସିଂ, ସରଫରାଜ ଖାନ, ଆକାଶ ଦୀପ, କରୁଣ ନାୟାର ଓ ଶାର୍ଦୁଲ ଠାକୁରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ


