ପାଣ୍ଡରାରେ ୨.୬୦୦ ଏକର ସରକାରୀ ଜମି କବ୍‌ଜା କରିଛନ୍ତି ପ୍ରଭାବଶାଳୀ

ଭୁବନେଶ୍ୱର, ୨୨ା୭(ବନ୍ଦନା ସେଠୀ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ମୌଜାରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ୨ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ିବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଥିଲେ। ସୋମବାର ବିଡିଏର ମିଳିତ ଟିମ୍‌ ପକ୍ଷରୁ ଏହି ଅଞ୍ଚଳରୁ ଉଚ୍ଛେଦ ଆରମ୍ଭ ହୋଇଛି।
ମୌଜା ଅନ୍ତର୍ଗତ ପ୍ଲଟ ନଂ. ୩୮୭୭, ୩୮୭୮, ୩୮୭୯, ୩୮୮୦, ୩୮୮୫, ୩୮୮୬ ଓ ୩୯୯୯ରେ ଥିବା ୨ ଏକର ୬୦୦ ଡିସିମିଲ ଜମି ସାଧାରଣ ପ୍ରାଶସନ ବିଭାଗ ଅଧୀନରେ ରହିଛି। ଏହି ସରକାରୀ ପ୍ଲଟ୍‌ ଉପରେ କେତେଜଣ ବ୍ୟକ୍ତି ଜୋରଜବରଦସ୍ତ ବେଆଇନ ଭାବେ ଘର ତିଆରି କରି ଭଡ଼ା ସୂତ୍ରରେ ଦେଉଥିଲେ। ତେବେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ମିଳିବା ପରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୧, ୨, ୩, ୪, ୫ ଓ ୬ ସମ୍ପୃକ୍ତ ସ୍ଥାନରେ ପହଞ୍ଚତ୍ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଥିଲା। ପ୍ରଥମ ଦିନର ଏହି ଉଚ୍ଛେଦରେ ୩୦୦ବର୍ଗ ଫୁଟର ପାଚେରୀ, ୯ଟି ଆଜବେଷ୍ଟସ୍‌ ଘର, ଦୁଇଟି ଶୌଚାଳୟ, ୫ଟି ଲୁହା ଗେଟ, ଗୋଟିଏ ଟିଣ ଘରର ସଂପ୍ରାସରଣ ଅଂଶ, ୫ଟି ଟିଣ ନିର୍ମିତ ଘର, ୩ଟି ଛାତ ଘର ଏବଂ ୧୦୦ବର୍ଗଫୁଟର ବାଉଁଶ ନିର୍ମିତ ବାଡ଼କୁ ମାଟିରେ ମିଶାଇ ଦିଆଯାଇଛି। ପ୍ରାୟ ୨୦୦ ଡିସିମିଲ ଜମିରୁ ଉଚ୍ଛେଦ ହୋଇଥିବା ବେଳେ ବାକି ଜମିରୁ ମଙ୍ଗଳବାର ଉଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି। ଉଚ୍ଛେଦ ସମୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଏବଂ ଜିଏର ଆରଆଇ ଓ ଅମିନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri