ମୁଦ୍ରାସ୍ଫୀତି ଓ ଜଳବାୟୁ ସଙ୍କଟ

ବର୍ଷେ ଦୁଇ ବର୍ଷ ହେଲା ବୈଶ୍ୱିକ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସାରା ବିଶ୍ୱରେ ବିଶେଷକରି ଜି-୨୦ ଦେଶଗୁଡ଼ିକରେ ଆମେରିକାରେ ମୂଲ୍ୟବୃଦ୍ଧି ରାଜନୈତିକ ଆଲୋଚନାର ପ୍ରମୁଖ ବିଷୟ ହୋଇଛି। ଉଦାହରଣ ସ୍ବରୂପ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୪୧ ପ୍ରତିଶତ ଆମେରିକାବସୀ ମୁଦ୍ରାସ୍ଫୀତିକୁ ସବୁଠୁ ବଡ଼ ଆର୍ଥିକ ସମସ୍ୟା ବୋଲି ଦର୍ଶାଇଥିଲେ। ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟ ବିଶ୍ୱତାପନ ସଙ୍କଟର ଗୁରୁତ୍ୱକୁ କମାଇ ଦେଇଛି। କିନ୍ତୁ ମୂଲ୍ୟ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ଚରମ ପାଣିପାଗ ଫସଲକୁ କ୍ଷତି କରିବା ସହ ଅମଳ ନଷ୍ଟ କରେ, ଖାଦ୍ୟର ମୂଲ୍ୟ ବୃଦ୍ଧି ଘଟାଏ। ଏହାର ପ୍ରଭାବରୁ ଅତ୍ୟଧିକ ଗ୍ରୀଷ୍ମପ୍ରବାହ, ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ଲଗାତର ତୀବ୍ର ହେବାରେ ଲାଗିଛି। ଏହିସବୁ ଘଟଣା ଯୋଗାଣ ଶୃଙ୍ଖଳା ଏବଂ ଶକ୍ତି ଉତ୍ପାଦନରେ ବାଧା ଉପୁଜାଇ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଥାଏ। ଆଫ୍ରିକା ଏବଂ ଲାଟିନ ଆମେରିକାରେ ଘରୋଇ ବ୍ୟୟର ଖାଦ୍ୟ ଏକ ପ୍ରମୁଖ ଭାଗ ହୋଇଥିବାବେଳେ ସେଠାରେ ଜଳବାୟୁ ଦ୍ୱାରା ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିଜନିତ ଚାପ ଅତ୍ୟଧିକ ହୋଇଛି। ଉଦାହରଣ ସ୍ବରୂପ, ଏଲ୍‌ନିନୋ ଯୋଗୁ ସୃଷ୍ଟି ମରୁଡ଼ି ମାଲୱି, ମୋଜାମ୍ବିକ, ଜାମ୍ବିଆ ଏବଂ ଜିମ୍ବାୱେରେ ମୁଖ୍ୟ ଖାଦ୍ୟ ଶସ୍ୟଗୁଡ଼ିକର ମୂଲ୍ୟ ବୃଦ୍ଧି କରି କ୍ଷୁଧା ସଙ୍କଟ ସୃଷ୍ଟି କରୁଛି । ଅପରପକ୍ଷେ, ଧନୀ ଦେଶଗୁଡ଼ିକରେ ପରିବାରଗୁଡ଼ିକ ସେମାନଙ୍କ ଆୟର ଏକ କ୍ଷୁଦ୍ର ଅଂଶକୁ ଖାଦ୍ୟରେ ଖର୍ଚ୍ଚ କରିଥାନ୍ତି ଏବଂ ଭଲରେ ଚଳିଥାନ୍ତି।
ଅନେକ ସମୟରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନାଗୁଡ଼ିକରେ ଅସୁରକ୍ଷିତ ଜନସଂଖ୍ୟା ଉପରେ ଏହାର ଅର୍ଥନୈତିକ କ୍ଷତି ଏବଂ ବୃଦ୍ଧି ପାଉଥିବା ଅସମାନତାକୁ ଅଣଦେଖା କରାଯାଏ। ଅନ୍ୟପଟେ ସବୁଜ ଅଭିବୃଦ୍ଧି ଏବଂ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଏ। ମୁଦ୍ରାସ୍ଫୀତି ଆର୍ଥିକ ସ୍ଥିରତାରେ ବାଧା ଦେଉଥିବାରୁ, ଏହି କ୍ଷତିକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇ ପାରିବ ନାହିଁ। ପାଣିପାଗ ଧାରାରେ ପରିବର୍ତ୍ତନ ଯୋଗୁ ବ୍ରାଜିଲରେ କମଳା, ପଶ୍ଚିମ ଆଫ୍ରିକାରେ କୋକୋ ଏବଂ ଭିଏଟ୍‌ନାମରେ କଫିର ମୂଲ୍ୟ ବୃଦ୍ଧି ହୋଇଛି। ପୋଟ୍‌ସଡାମ ଇନ୍‌ଷ୍ଟିଚ୍ୟୁଟ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚ ଏବଂ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ତାପମାତ୍ରା ବଢ଼ିବା ଦ୍ୱାରା ଖାଦ୍ୟ ମୂଲ୍ୟ ବୃଦ୍ଧି ପ୍ରତିବର୍ଷ ୩.୨ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇପାରେ ଏବଂ ୨୦୩୫ ସୁଦ୍ଧା ସାମଗ୍ରିକ ମୁଦ୍ରାସ୍ଫୀତି ବାର୍ଷିକ ୧.୧୮ ପ୍ରତିଶତ ପଏଣ୍ଟ ବୃଦ୍ଧି ଘଟିପାରେ।
ଜଳବାୟୁ ପରିବର୍ତ୍ତନକୁ କେବଳ ଏକ ପରିବେଶଗତ ପ୍ରସଙ୍ଗ ଭାବରେ ଦେଖାଯାଉଛି । କିନ୍ତୁ ଏହା ଅର୍ଥନୀତିକୈନ୍ଦ୍ରିକ ହେବା ଦରକାର। ବିତ୍ତୀୟ ଏବଂ ମୁଦ୍ରା ପ୍ରାଧିକରଣଗୁଡ଼ିକ ଉଭୟ ଏବେକାର ତଥା ଦୀର୍ଘକାଳୀନ ଜଳବାୟୁ ବିପଦକୁ ସେମାନଙ୍କ ମୁଦ୍ରାସ୍ଫୀତି ପୂର୍ବାନୁମାନ ଓ ନୀତିରେ ଅନ୍ତର୍ଭୁକ୍ତ କରିବା ଦରକାର। କେତେକ ସଂସ୍ଥା ଏହାକୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଜଳବାୟୁ ବିପଦର ସ୍ଥିତିକୁ ଦକ୍ଷିଣ ଆଫ୍ରିକା ରିଜର୍ଭ ବ୍ୟାଙ୍କ୍‌ ସ୍ବୀକାର କରିଛି । ୨୦୧୮ ପରଠାରୁ କୋଷ୍ଟାରିକାର ସେଣ୍ଟ୍ରାଲ ବ୍ୟାଙ୍କ୍‌ ବିଶ୍ୱତାପନ ପ୍ରଭାବକୁ ଏହାର ଅର୍ଥନୈତିକ ମଡେଲରେ ସାମିଲ କରିଛି।
ବ୍ୟବହାରିକ ସମାଧାନର ପଥ ସୃଷ୍ଟି କରିବା ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରଣାଳୟସବୁ ଜଳବାୟୁ ସଙ୍ଗଠନଗୁଡିକ ସହିତ କାର୍ଯ୍ୟ କରିବା ଉଚିତ, ଯାହା ଚରମ ପାଣିପାଗର ପାରସ୍ପରିକ ଝଟକା, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଖାଦ୍ୟ ନିରାପତ୍ତାଜନିତ ବିପଦରୁ ରକ୍ଷା କରିବାରେ ମାନ୍ଦା ଅର୍ଥ ବ୍ୟବସ୍ଥାଗୁଡ଼ିକୁ ସାହାଯ୍ୟ କରିବ। ଉଦାହରଣ ସ୍ବରୂପ, ଆଫ୍ରିକୀୟ ଜଳବାୟୁ ଫାଉଣ୍ଡେଶନ ବା ଏସିଏଫ୍‌ (ଯେଉଁଥିରେ ଆମେ କାର୍ଯ୍ୟ କରୁଛୁ) ଆଡପ୍‌ଟେଶନ ଆଣ୍ଡ୍‌ ରେଜିଲିଏନ୍ସ ଇନ୍‌ଭେଷ୍ଟମେଣ୍ଟ ପ୍ଲାଟଫର୍ମସ୍‌ (ଏଆର୍‌ଆଇପି) ବିକାଶ କରିଛି। ଏହା ଜଳବାୟୁଜିନତ କ୍ଷତି ଭରଣା କରିବାରେ ଏକ ବ୍ୟାପକ ଦୃଷ୍ଟିକୋଣ। ଏହା ମଧ୍ୟ ଉନ୍ନତ ଆନାଲିଟିକ୍ସ ବା ବିଶ୍ଳେଷଣ ପଦ୍ଧତି ବ୍ୟବହାର କରେ। ନିବେଶ ଓ ନୀତି ପ୍ରାଥମିକତାକୁ ସହଜ କରିବା ପାଇଁ ଜଳବାୟୁ ଏବଂ ପାଣିପାଗ ତଥ୍ୟ, ବାୟୋଫିଜିକାଲ ମଡେଲ ଏବଂ ଅର୍ଥ ବ୍ୟବସ୍ଥା ମଡେଲଗୁଡିକୁ ଏକାଠି ନେଇ ଏହା ଅନୁଧ୍ୟାନ କରିଥାଏ। ଗତବର୍ଷ ଫ୍ରିଡି ବାତ୍ୟା ମାଲଓ୍ବିରେ ବ୍ୟାପକ କ୍ଷତି ଘଟାଇବା ପରେ ଏସିଏଫ୍‌୍‌ ସେଠାରେ ଏଆର୍‌ଆଇପି ବ୍ୟବହାର କରିଥିଲା। ଏହି ବିତ୍ତୀୟ ସାଧନକୁ ବ୍ୟବହାର କରି ନୀତି ନିର୍ଦ୍ଧାରକମାନେ ସ୍ଥାୟୀ ସମାଧାନ ଚିହ୍ନଟ କରିଥାନ୍ତି, ଯାହା ବାତ୍ୟାଜନିତ ଅର୍ଥନୈତିକ କ୍ଷତି ହ୍ରାସ କରିବା ସହ ପ୍ରମୁଖ ଶିଳ୍ପଗୁଡିକର ସୁରକ୍ଷା ତଥା ଆର୍ଥିକ ସ୍ଥିରତାକୁ ମଜଭୁତ କରେ।
ଜଳବାୟୁ ଉପରେ ଗବେଷଣା କରୁଥିବା ଅନ୍ୟାନ୍ୟ ବିଶେଷଜ୍ଞମଣ୍ଡଳୀଗୁଡ଼ିକ ମଧ୍ୟ ସମାନ ଉଦ୍ଦେଶ୍ୟକୁ ଅନୁସରଣ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ ଲାଭକାରୀ ସଂଗଠନ ଇନିସିଏଟିଭା କ୍ଲାଇମେଟିକା ଡି ମେକ୍ସିକୋ ନୀତି ନିର୍ଦ୍ଧାରକମାନଙ୍କୁ ଅର୍ଥନୈତିକ ଯୋଜନାରେ ଜଳବାୟୁ ବିପଦକୁ ବିଚାରକୁ ନେବାକୁ ପ୍ରେରିତ କରୁଥିବାବେଳେ ବ୍ରାଜିଲର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଆଣ୍ଡ୍‌ ସୋସାଇଟି ସ୍ବଳ୍ପ ଆୟକାରୀ ସମୁଦାୟକୁ ଚରମ ପାଣିପାଗଜନିତ ଆର୍ଥିକ କ୍ଷୟକ୍ଷତିରୁ ରକ୍ଷା କରିବା ସକାଶେ ସାମାଜିକ ସୁରକ୍ଷା ଯୋଜନା ଏବଂ ଜଳବାୟୁ ସମ୍ବେଦନଶୀଳ ନୀତି ଲାଗି ଆହ୍ବାନ ଦେଇଛି।
ଆଞ୍ଚଳିକ ସହଯୋଗ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଏହା ଆଫ୍ରିକା ଏବଂ ଲାଟିନ ଆମେରିକୀୟ ଦେଶଗୁଡିକର ଜଳବାୟୁ ବିପଦକୁ ହ୍ରାସ କରିବ ଏବଂ ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ସମୁଦାୟକୁ ସହଯୋଗ କରିବା ପାଇଁ ଅର୍ଥନୈତିକ ନୀତିର ବିକାଶ ଏବଂ ଭାଗୀଦାରିକୁ ଅନୁମତି ଦେବ। ଆନ୍ତଃ ଆମେରିକୀୟ ବିକାଶ ବ୍ୟାଙ୍କର ରିଜିଓନାଲ କ୍ଲାଇମେଟ ଚେଞ୍ଜ ପ୍ଲାଟଫର୍ମ ଅଫ୍‌ ଇକୋନୋମି ଭଳି ପଦକ୍ଷେପ ଏବଂ ଅର୍ଥ ମନ୍ତ୍ରଣାଳୟସବୁ ଏହି ପ୍ରୟାସ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଭାବରେ କାମ କରିପାରିବେ। ବିଶ୍ୱ ସ୍ତରରେ ଜଳବାୟୁ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକ ମଧ୍ୟରେ ଅଧିକ ସମନ୍ବୟ ରହିବା ଆବଶ୍ୟକ। ୟୁରୋପୀୟ ସଂଘ(ଇୟୁ)ର କାର୍ବନ ବର୍ଡର ଆଡ୍‌ଜଷ୍ଟମେଣ୍ଟ୍‌ ମେକାନିଜମ୍‌ ଜଳବାୟୁ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ଯତ୍ନଶୀଳ ନୀତି ଗଠନର ଆବଶ୍ୟକତାକୁ ଦର୍ଶାଏ। ଆସନ୍ତା ବର୍ଷ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଏବଂ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌ ୩୦)ର ଆୟୋଜକ ଦେଶ ଭାବେ ବ୍ରାଜିଲ ଏବଂ ବର୍ତ୍ତମାନର ଜି -୨୦ ଅଧ୍ୟକ୍ଷ ଭାବରେ ଦକ୍ଷିଣ ଆଫ୍ରିକା ପାଇଁ ବିଶ୍ୱର ଆର୍ଥିକ ଏଜେଣ୍ଡାକୁ ପୁନଃ ନିର୍ଦ୍ଧାରଣ ସହ ନୀତିଗୁଡ଼ିକୁ ସହଯୋଗ କରିବା ଲାଗି ଅପୂର୍ବ ସୁଯୋଗ ରହିଛି, ଯାହା ଉଭୟ ମୁଦ୍ରାସ୍ଫୀତି ଏବଂ ବିଶ୍ୱତାପନ ସଙ୍କଟକୁ ମୁକାବିଲା କରିପାରିବ।
ସମ୍ମିଳିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟ କରିବାରେ ବିଫଳତା ହିଁ ଅସମାନତା ବଢ଼ାଇବା ସହ ଅର୍ଥନୈତିକ ସ୍ଥିରତାକୁ ନଷ୍ଟ କରିପାରେ ଏବଂ ଜଳବାୟୁ ଲକ୍ଷ୍ୟ ପୂରଣରେ ବାଧା ଆଣିପାରେ। କିନ୍ତୁ ଯଦି ନୀତି ନିର୍ଦ୍ଧାରକମାନେ ଜଳବାୟୁ ଏବଂ ଅର୍ଥନୈତିିକ ରଣନୀତି ମଧ୍ୟରେ ବ୍ୟବଧାନ ଦୂର କରିପାରୁଥିବା ଅଭିନବ ଉପାୟ ବିକାଶ କରନ୍ତି, ତେବେ ସେମାନେ ଏବେକାର ଚରମ ପାଣିପାଗ ବିପଦକୁ ହ୍ରାସ କରିବା ସହ ଜଳବାୟୁ ବିପଦକୁ ଆକଳନ କରି ସ୍ଥାୟୀ ଭାବେ ତା’ର ମୁକାବିଲା କରିବାକୁ ସକ୍ଷମ ହୋଇପାରିବେ। ଉଭୟ ମୁଦ୍ରାସ୍ଫୀତି ଏବଂ ବିଶ୍ୱତାପନ ବୃଦ୍ଧି ପାଉଥିଲେ ମଧ୍ୟ ସମ୍ମିଳିତ ଓ ନ୍ୟାୟସଙ୍ଗତ ନୀତିର ଆବଶ୍ୟକତାକୁ କେବେ ବି ଅଧିକ ଜରୁରୀ ମନେକରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?