ଇନ୍‌ଫିନିକ୍ସର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୧।୬: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନ୍‌ଫିନିକ୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ‘ନୋଟ୍‌ ୩୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ନୋଟ୍‌ ୩୦ ୫ଜିରେ ଆଇପିଏସ୍‌ ଏଲ୍‌ଟିପିଏସ୍‌ ୬.୭୮ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି+ ୧୨୦ଏଚ୍‌ଜେଡ୍‌ ଆଇକେୟାର ଆମୋଲେଡ୍‌ ଡିସ୍‌ପ୍ଲେ ସହ ଟିୟୁଭି ରେନ୍‌ଲ୍ୟାଣ୍ଡ ଆଇକେୟାର ସାର୍ଟିଫିକେଶନ ସାମିଲ ରହିଛି। ସେହିଭଳି ୪୫ୱାଟ୍‌ ଟାଇପ୍‌ ସି ଚାର୍ଜିଂ ସହ ୫୦୦୦ମେଗା ଆମ୍ପିୟର ବ୍ୟାଟେରି, ୧୦୮ଏମ୍‌ପି ଟ୍ରିପଲ ରିୟର କ୍ୟାମେରା ଓ ୧୬ ଏମ୍‌ପି ଫ୍ରଣ୍ଟ୍‌ କ୍ୟାମେରା, ରିୟର ଫ୍ଲାଶ୍‌, ଫ୍ରଣ୍ଟ ଡୁଆଲ ଫ୍ଲାଶ୍‌ଲାଇଟ୍‌, ଡୁଆଲ ଭ୍ୟୁ ଭିଡିଓ, ସୁପର ନାଇଟ୍‌ ମୋଡ୍‌, ସ୍କାଏ ରିମ୍ୟାପିଂ, ଏଆଇ କ୍ୟାମ୍‌ ବିୟୁଟି ଆଦି ଫିଚର ଉପଲବ୍ଧ। ଏପରିକି ନୂଆ ଆଣ୍ଡ୍ରଏଡ୍‌ଟିଏମ୍‌ ୧୩ ଅପରେଟିଂ ସିଷ୍ଟମରେ ପରିଚାଳନା କରୁଥିବା ନୋଟ୍‌ ୩୦ ୫ଜି ମିଡିଆଟେକ୍‌ ଡାଇମେନ୍‌ସିଟି ୬୦୮୦ ଚିପ୍‌ସେଟ୍‌ ଦ୍ୱାରା ସଶକ୍ତ ଏକ ପ୍ରିମିୟମ ଡିଭାଇସ୍‌। ଏହା ଉଚ୍ଚମାନର ଫଟୋ, ଭିଡିଓ, ମ୍ୟୁଜିକ୍‌ ଓ ଡକ୍ୟୁମେଣ୍ଟ ପାଇଁ ୧୬ ଜିବି ପର୍ଯ୍ୟନ୍ତ ରାମ୍‌ ଓ ୨୫୬ ଜିବିର ସର୍ବବୃହତ୍‌ ଷ୍ଟୋରେଜ୍‌ ସହ ସୁସଜ୍ଜିତ ରହିଛି। ଏ ସମ୍ପର୍କରେ ଇନ୍‌ଫିନିକ୍ସ ଇଣ୍ଡିଆର ସିଇଓ ଅନିଶ କପୁର କହିଛନ୍ତି, ଆମେ ଟେକ୍ନୋଲୋଜି ଓ ଉପତ୍ାଦ କ୍ଷେତ୍ରରେ ନିରନ୍ତର ଉଦ୍ଭାବନ ସହିତ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri