ଭୁବନେଶ୍ୱର,୨୧।୬: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଇନ୍ଫିନିକ୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ‘ନୋଟ୍ ୩୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ନୋଟ୍ ୩୦ ୫ଜିରେ ଆଇପିଏସ୍ ଏଲ୍ଟିପିଏସ୍ ୬.୭୮ ଇଞ୍ଚ୍ର ଫୁଲ୍ ଏଚ୍ଡି+ ୧୨୦ଏଚ୍ଜେଡ୍ ଆଇକେୟାର ଆମୋଲେଡ୍ ଡିସ୍ପ୍ଲେ ସହ ଟିୟୁଭି ରେନ୍ଲ୍ୟାଣ୍ଡ ଆଇକେୟାର ସାର୍ଟିଫିକେଶନ ସାମିଲ ରହିଛି। ସେହିଭଳି ୪୫ୱାଟ୍ ଟାଇପ୍ ସି ଚାର୍ଜିଂ ସହ ୫୦୦୦ମେଗା ଆମ୍ପିୟର ବ୍ୟାଟେରି, ୧୦୮ଏମ୍ପି ଟ୍ରିପଲ ରିୟର କ୍ୟାମେରା ଓ ୧୬ ଏମ୍ପି ଫ୍ରଣ୍ଟ୍ କ୍ୟାମେରା, ରିୟର ଫ୍ଲାଶ୍, ଫ୍ରଣ୍ଟ ଡୁଆଲ ଫ୍ଲାଶ୍ଲାଇଟ୍, ଡୁଆଲ ଭ୍ୟୁ ଭିଡିଓ, ସୁପର ନାଇଟ୍ ମୋଡ୍, ସ୍କାଏ ରିମ୍ୟାପିଂ, ଏଆଇ କ୍ୟାମ୍ ବିୟୁଟି ଆଦି ଫିଚର ଉପଲବ୍ଧ। ଏପରିକି ନୂଆ ଆଣ୍ଡ୍ରଏଡ୍ଟିଏମ୍ ୧୩ ଅପରେଟିଂ ସିଷ୍ଟମରେ ପରିଚାଳନା କରୁଥିବା ନୋଟ୍ ୩୦ ୫ଜି ମିଡିଆଟେକ୍ ଡାଇମେନ୍ସିଟି ୬୦୮୦ ଚିପ୍ସେଟ୍ ଦ୍ୱାରା ସଶକ୍ତ ଏକ ପ୍ରିମିୟମ ଡିଭାଇସ୍। ଏହା ଉଚ୍ଚମାନର ଫଟୋ, ଭିଡିଓ, ମ୍ୟୁଜିକ୍ ଓ ଡକ୍ୟୁମେଣ୍ଟ ପାଇଁ ୧୬ ଜିବି ପର୍ଯ୍ୟନ୍ତ ରାମ୍ ଓ ୨୫୬ ଜିବିର ସର୍ବବୃହତ୍ ଷ୍ଟୋରେଜ୍ ସହ ସୁସଜ୍ଜିତ ରହିଛି। ଏ ସମ୍ପର୍କରେ ଇନ୍ଫିନିକ୍ସ ଇଣ୍ଡିଆର ସିଇଓ ଅନିଶ କପୁର କହିଛନ୍ତି, ଆମେ ଟେକ୍ନୋଲୋଜି ଓ ଉପତ୍ାଦ କ୍ଷେତ୍ରରେ ନିରନ୍ତର ଉଦ୍ଭାବନ ସହିତ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ରହିଛୁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

