ଅସହଯୋଗରୁ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ ନମୁନା ସଂଗ୍ରହ ଓ ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହେଲେ ଅନେକ କ୍ଷେତ୍ରରେ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ କିମ୍ବା କୋଭିଡ୍‌ କେୟାର ସେଣ୍ଟର ନେବାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଛଘୁଞ୍ଚା ଦେଉଛି। ବିଶେଷ କରି ବସ୍ତି ଅଞ୍ଚଳରେ ଏବେ ପଜିଟିଭ୍‌ଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଶଯ୍ୟା ନ ଥିବା କହି ଦିନେ ଦୁଇ ଦିନ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ବିଏମ୍‌ସି ଅଧିକାରୀ କିମ୍ବା ତାଙ୍କ ଆଖପାଖ ପଡ଼ୋଶୀ କେହି ମଧ୍ୟ ସହଯୋଗ କରୁନାହାନ୍ତି। ଫଳରେ ସେମାନେ ଚିକିତ୍ସା ପାଇଁ ନାହିଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି।
ମିଳିଥିବା ସୂଚନା ମୂତାବକ, ଗତ ୧୭ତାରିଖରେ ୟୁନିଟ୍‌-୪ ମାଛ ମାର୍କେଟ୍‌ରୁ ଏକସଙ୍ଗେ ୭ରୁ ଊର୍ଦ୍ଧ୍ୱ ପଜିଟିଭ୍‌ ଚିହ୍ନଟ ହେବାପରେ ବିଏମ୍‌ସି ଉକ୍ତ ମାର୍କେଟକୁ ସିଲ୍‌ କରିବା ସହ ମାର୍କେଟକୁ ଲାଗିକି ଥିବା ମାଛ ପିଣ୍ଡିକୁ ମଧ୍ୟ ସିଲ୍‌ କରିଥିଲା। ଉକ୍ତ ପିଣ୍ଡିରେ ରହୁଥିବା ଜନୈକ ବ୍ୟବସାୟୀଙ୍କ ଠାରେ କୋଭିଡ୍‌ ଲକ୍ଷଣ ମିଳିବାପରେ ସେ ଏକ ଘରୋଇ ହସ୍ପିଟାଲରେ ନିଜର କୋଭିଡ୍‌ ପରୀକ୍ଷଣ କରାଇଥିଲେ। ମଙ୍ଗଳବାର ତାଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିଲା। ହେଲେ ୨୪ଘଣ୍ଟା ପରେ ମଧ୍ୟ ତାଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇ ନ ଥିବା ସେ କହିଛନ୍ତି। ଗୋଟିଏ ଘରେ ସେ ବିନା କୌଣସି ସହଯୋଗରେ ବସବାସ କରୁଥିବାବେଳେ ତାଙ୍କୁ ବିଏମ୍‌ସି ଅଧିକାରୀ ସ୍ଥାନାନ୍ତର କରିନାହାନ୍ତି। ସମ୍ପୃକ୍ତ ଓ୍ବାର୍ଡର ଓ୍ବାର୍ଡ ଅଫିସର ଭୟରେ ସେଠାକୁ ଯାଉ ନ ଥିବାବେଳେ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏହି କାର୍ଯ୍ୟ ବିଏମ୍‌ସି କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌ର ବୋଲି କହୁଛନ୍ତି। ବୁଧବାର ସନ୍ଧ୍ୟା ଯାଏ ତାଙ୍କୁ ସ୍ଥାନାନ୍ତର କରାଯାଇ ନ ଥିବା ସେ କହିଛନ୍ତି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ଅବଗତ କରିବା ପରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆପାତକାଳୀନ ସ୍ଥିତିରେ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସତ ହେଲେ ଓ୍ବାର୍ଡସ୍ତରରେ ବିଏମ୍‌ସିର କରୋନା ମୁକାବିଲା କିପରି ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି।
ଉଲ୍ଲେଖଯୋଗ୍ୟ, ସାମାନ୍ୟ ଲକ୍ଷଣ ଥିବା ଓ ଘରେ ସଙ୍ଗରୋଧର ସୁବିଧା ଥିବା ଆକ୍ରାନ୍ତଙ୍କୁ ନିଜ ଘରେ ଚିକିତ୍ସା ଯୋଗାଇବା ପାଇଁ ବିଏମ୍‌ସି ନିର୍ଦ୍ଦେଶନାମା ପ୍ରକାଶ କରିଛି। କିନ୍ତୁ ବସ୍ତି ଅଞ୍ଚଳରେ ଏହି ସେବା ଉପଲବ୍ଧ ନୁହେଁ ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ହେଲେ ଅନେକ କ୍ଷେତ୍ରରେ ଏକାନ୍ତବାସ ପାଇଁ ଆକ୍ରାନ୍ତଙ୍କ ସ୍ବତନ୍ତ୍ର ଘର ନ ଥିବାବେଳେ ପରିବାର ଲୋକ ଚିନ୍ତାରେ ରହୁଛନ୍ତି। ଏହାସହ କରୋନା ଭୂତାଣୁ ସଂକ୍ରମଣ ପରେ କୋଭିଡ୍‌ ହସ୍ପିଟାଲ ନ ଗଲେ ସାହି ପଡ଼ିଶାଙ୍କ ହଟ୍ଟଗୋଳ ହେତୁ ଉଭୟ ମାନସିକ ଏବଂ ସାମାଜିକସ୍ତରରେ ରୋଗୀ ଭାଙ୍ଗିପଡ଼ୁଥିବା ଅଭିଯୋଗ ହୋଇଛି। ଗୋଟିଏପଟେ କରୋନା ଆକ୍ରାନ୍ତ କୋଭିଡ୍‌ ନିୟମ ମାନୁ ନ ଥିବା ଜାଣିବା ମାତ୍ରେ ଖବର କରିବାକୁ ବିଏମ୍‌ସି ପକ୍ଷରୁ ବାସିନ୍ଦାଙ୍କୁ ଅନୁରୋଧ କରାଯାଉଥିବାବେଳେ ଅନ୍ୟପଟେ ପଜିଟିଭ୍‌ ରିପୋର୍ଟ ଆସିବା ମାତ୍ରେ ଆକ୍ରାନ୍ତ ବିଏମ୍‌ସି ଅଧିକାରୀଙ୍କୁ ଏକାଧିକ ବାର ଯୋଗାଯୋଗ କରୁଥିଲେ ମଧ୍ୟ ସେମାନଙ୍କ ନିକଟରେ କେହି ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି। ବିଏମ୍‌ସି ଅଧିକାରୀଙ୍କ ଏଭଳି ଅବହେଳା ସଂକ୍ରମିତଙ୍କୁ ସମସ୍ୟାରେ ପକାଉଥିବା ସମ୍ପୃକ୍ତ ଆକ୍ରାନ୍ତମାନେ ଅଭିଯୋଗ କରିବା ସହ ବିଏମ୍‌ସି କିଭଳି କରୋନା ମୁକାବିଲା କରୁଥିବ ତାହା ଏଥିରୁ ସ୍ପଷ୍ଟ ବୋଲି କହିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ଘଟଣା କେବଳ ୟୁନିଟ୍‌-୪ରେ ନୁହେଁ ବରଂ ବିଗତ ଦିନରେ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଗତକିଛି ଦିନ ତଳେ ଆଗଧାଡ଼ିର କରୋନା ଯୋଦ୍ଧା କୁହାଯାଉଥିବା ଜଣେ ଡାକ୍ତରଙ୍କ ମା’ କରୋନା ସଂକ୍ରମିତ ହେବାର ଦୁଇଦିନ ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କ ନିକଟରେ ପହଞ୍ଚତ୍ ପାରି ନ ଥିଲେ। ସେହିପରି ବିଜେବି ନଗର ମଇଁଷାଖାଲ ବସ୍ତିରେ ଏକ ପରିବାର ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ମିଳିଥିଲା। କରୋନା ମୁକାବିଲା ପାଇଁ ବିଏମ୍‌ସି କର୍ମଚାରୀ ରାତିଦିନ ଏକାଠି କରି କାମରେ ଲାଗୁଥିବା କୁହାଯାଉଥିବାବେଳେ କରୋନା ରୋଗୀଙ୍କ ପ୍ରତି ବିଏମ୍‌ସି କେତେ ସମ୍ବେଦନଶୀଳ ଏଭଳି କିଛି ଘଟଣାରୁ ସହଜରେ ପ୍ରତୀୟମାନ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri