କେଜିଆଇ ପକ୍ଷରୁ ଇଣ୍ଡଷ୍ଟ୍ରି-ଏକାଡେମିଆ କନେକ୍ଟ

ଭୁବନେଶ୍ୱର,୯।୯ (ଅଭୟ ଦାଶ): ରାଜ୍ୟର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଟ୍ୟୁଶନ୍ସ ବା କେଜିଆଇ ପକ୍ଷରୁ ଆୟୋଜିତ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆସୋଚାମ୍‌, ଏଏଫ୍‌ଏସ୍‌ଏ ଏବଂ ଇଗ୍‌ନାଇଟିଙ୍ଗ୍‌ ମାଇଣ୍ଡ୍‌ସର ସହଭାଗିତାରେ ଏକ ଇଣ୍ଡଷ୍ଟ୍ରି-ଏକାଡେମିଆ କନେକ୍ଟ କାର୍ଯ୍ୟକ୍ରମ ଯାଜପୁରର ତାରାପୁରସ୍ଥିତ କେଜିଆଇ କନ୍‌ଫରେନ୍ସ ହଲ୍‌ଠାରେ ଆୟୋଜିତ ହୋଇଯାଇଛି। ସେହିଭଳି ଏହି କର୍ମଶାଳା ‘କ୍ୟାମ୍ପସ୍‌ କନ୍‌ଭର୍ସେଶନ ଅନ୍‌ କ୍ଲାଇମେଟ ଚେଞ୍ଜ ଫର୍‌ ସଷ୍ଟେନବିଲିଟି’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ପରିବେଶ ସମ୍ବନ୍ଧିତ ସମସ୍ୟାଗୁଡିକ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ବିଭିନ୍ନ ପ୍ରକାରର ପ୍ରାକୃତିକ ସମସ୍ୟା ସୃଷ୍ଟି କରୁଛି ବୋଲି ମତପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ କେଜିଆଇର ଅଧ୍ୟକ୍ଷ ଇଂ. ଆଲେକଜାଣ୍ଡର ଦାସ ସ୍ବାଗତ ଅଭିଭାଷଣ ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆସୋଚାମ୍‌ର ଉପ ନିର୍ଦ୍ଦେଶକ ତଥା ରାଜ୍ୟ ମୁଖ୍ୟ ପ୍ରିୟବ୍ରତ ମିଶ୍ର, ଇଗ୍‌ନାଇଟିଂ ମାଇଣ୍ଡ୍‌ସର ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ଟାଟା ପାୱାରର ସିଏସ୍‌ଆର୍‌ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଜେଏସ୍‌ଡବ୍ଲ୍ୟୁର ସିଏସ୍‌ଆର୍‌ ମୁଖ୍ୟ ଶୁଭେନ୍ଦୁ ଗୋପ୍‌ ଏବଂ କେଜିଆଇ ଆଡ୍‌ଭାଇଜରି ବୋର୍ଡର ଅଧ୍ୟକ୍ଷ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ ସହ ସେମାନେ ସାମଗ୍ରିକ ଭାବେ ପରିବେଶ ସଂରକ୍ଷଣର ମହତ୍ତ୍ୱ ଏବଂ ସ୍ଥାୟିତ୍ୱ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତାକୁ ରେଖାଙ୍କିତ କରିଥିଲେ। ସେହିପରି ଓଇଏସ୍‌ (ଓଡ଼ିଶା ଏନ୍‌ଭାଇରନମେଣ୍ଟାଲ ସୋସାଇଟି)ର ଅଧ୍ୟକ୍ଷ ଡ.ସୁନ୍ଦର ନାରାୟଣ ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ରଞ୍ଜନ କୁମାର ଦାସ ସିଭିଲ ସର୍ଭିସ୍‌ ଓ ଅନ୍ୟାନ୍ୟ କମ୍ପିଟିଟିଭ୍‌ ପରୀକ୍ଷାର ଆଶାୟୀମାନଙ୍କ ପାଇଁ ଡିଜାଇନ କରାଯାଇଥିବା ଏକ ହ୍ୟାଣ୍ଡବୁକ୍‌ର ଉନ୍ମୋଚନ କରିଥିଲେ, ଯାହାକୁ କଳିଙ୍ଗ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌ ଦ୍ୱାରା ବିକଶିତ କରାଯାଇଛି, ଏହା ସାମଗ୍ରିକ ଶିକ୍ଷା ଓ ସାମାଜିକ ଯୋଗଦାନ ପ୍ରତି କେଜିଆଇର ପ୍ରତିବଦ୍ଧତାକୁ ଆଗକୁ ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri