କରୋନା ଲଢ଼େଇରେ ଶିଳ୍ପଜଗତ

ବାଙ୍ଗାଲୋର,୨୯।୪:  ଦେଶର ଦ୍ୱିତୀୟ ବୃହତ୍‌ ଜନବହୁଳ ରାଷ୍ଟ୍ର ଭାରତରେ କରୋନା ମହାମାରୀ ବର୍ତ୍ତମାନ ସଙ୍କଟ ସୃଷ୍ଟି କରିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ବର୍ତ୍ତମାନ ବଢ଼ିଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଦେଶର ଶିଳ୍ପ ଜଗତ କରୋନା ଲଢ଼େଇରେ ନିଜର ଯୋଗଦାନ ରଖିଛି। ଆମାଜନ, ଇଣ୍ଟେଲ,ଗୁଗଲ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବାଦ୍‌ ଟାଟାସନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଜେଏସ୍‌ଡବ୍ଲ୍ୟୁ ଭଳି ଭାରତୀୟ କମ୍ପାନୀଗୁଡ଼ିକ କୋଭିଡ୍‌ ଲଢ଼େଇରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ମେଡିକାଲ ଯନ୍ତ୍ରାଂଶ ବିମାନ ଯୋଗେ ପରିବହନ ସହ ମେଡିକାଲ ଅକ୍ସିଜେନ ଲାଗି ପାଣ୍ଠି ପ୍ରଦାନ ଭଳି କାମ ଶିଳ୍ପଜଗତ କରୁଥିବା ନଜରକୁ ଆସିଛି।
ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟକୁ ନଜରରେ ରଖି ଉତ୍ତମ ସମନ୍ବୟ ସହିତ ଘରୋଇ କ୍ଷେତ୍ର ଯୋଗଦାନର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଅର୍ଥନୀତିଜ୍ଞ ମଧୁରା ସ୍ବାମୀନାଥନ କହିଛନ୍ତି। ସୂଚନାଯୋଗ୍ୟ, ଆମାଜନ ଅକ୍ସିଜେନ ଯନ୍ତ୍ରାଂଶ ବିମାନ ଯୋଗେ ପରିବହନ ଲାଗି ପାଣ୍ଠି ପ୍ରଦାନ କରିଛି। ଗୁଗଲ ପକ୍ଷରୁ ନନ୍‌ ପ୍ରଫିଟ ଏବଂ ଅନ୍‌ଲାଇନ ଆଡ୍‌ ଗ୍ରାଣ୍ଟ, ଡେଲଏଟ ପକ୍ଷରୁ ଅକ୍ସିଜେନ ଯନ୍ତ୍ରାଂଶ, ତରଳ ଅମ୍ଳଜାନ ପରିବହନ ଲାଗି ଟାଟାର କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ରିଫାଇନେରିରୁ ଅକ୍ସିଜେନ ଯୋଗାଣ କରୁଛି। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ, ଜେଏସ୍‌ପିଏଲ୍‌, ବେଦାନ୍ତ, ଆଦାନୀ ଗ୍ରୁପ୍‌ ଅକ୍ସିଜେନ ଯୋଗାଣ ଦିଗରେ କାମ କରୁଛନ୍ତି। ଆଇଟିସି ୨୪ କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରିଥିବା ବେଳେ ଅଲକାର୍ଗୋ ଲଜିଷ୍ଟିକ, ସାଓମି, ପେଟିଏମ୍‌ ଏବଂ ଜୋମାଟୋ ଭଳି କମ୍ପାନୀ ମଧ୍ୟ ନିଜର ଯୋଗଦାନ ରଖୁଛନ୍ତି।

ପେଟିଏମ୍‌ ଯୋଗାଇବ ୨୧ ହଜାର ଅକ୍ସିଜେନ କନ୍‌ସେନ୍‌ଟ୍ରେଟର
ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ପେଟିଏମ୍‌ ୨୧ ହଜାର ଅକ୍ସିଜେନ କନ୍‌ସେନ୍‌ଟ୍ରେଟର(ଓସି) ଉପଲବ୍ଧ କରାଇବା ଲାଗି ଯୋଜନା ରଖିଛି। ମେ ମାସ ପ୍ରଥମ ସପ୍ତାହରୁ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି। କମ୍ପାନୀ ଏଥିଲାଗି ଲୋକଙ୍କ ନିକଟରୁ ୫ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ମୋଟ ୧୦ କୋଟି ଟଙ୍କାର ଓସି ଲାଗି ବର୍ତ୍ତମାନ ଅର୍ଡର ଦିଆଯାଇଛି। ଲୋକ ଦେଇଥିବା ଅର୍ଥ ବାବଦ ଅବଶିଷ୍ଟ ଅର୍ଥ କମ୍ପାନୀ ପ୍ରଦାନ କରିବ ବୋଲି କହିଛି। ଲୋକଙ୍କୁ ତ୍ୱରିତ ସହାୟତା କରିବା ଲାଗି ପେଟିଏମ୍‌ ଫାଉଣ୍ଡେଶନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଅର୍ଡର ପ୍ରଦାନ କରାଯାଇଥିବା କମ୍ପାନୀର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କହିଛନ୍ତି।

ହ୍ୟୁଣ୍ଡାଇ ଦେଲା ୨୦ କୋଟିର ରିଲିଫ୍‌ ପ୍ୟାକେଜ
ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ବୁଧବାର ୨୦ କୋଟି ଟଙ୍କାର ରିଲିଫ ପ୍ୟାକେଜ ସମ୍ପର୍କରେ ଘୋଷଣା କରାଯାଇଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ଭାରତକୁ କମ୍ପାନୀ ପକ୍ଷରୁ ଏଭଳି ସହାୟତା କରାଯାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ତେଲଙ୍ଗାନା, ତାମିଲନାଡୁ ଭଳି ସବୁଠାରୁ ପ୍ରଭାବିତ ରାଜ୍ୟଗୁଡିକରେ ରିଲିଫ ସହାୟତା ଭାବେ କମ୍ପାନୀର ଏହି ଅର୍ଥ ଖର୍ଚ୍ଚ ହେବ। ହସ୍ପିଟାଲଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ, ଗୁରୁତର ରୋଗୀଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଲାଗି ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri