କୃଷି ଯୋଜନାରୁ ଫାଇଦା ନେବେ ଶିଳ୍ପପତି

ଯାଜପୁର,୩୦ା୧୧(ହର୍ଷବର୍ଦ୍ଧନ ବେହେରା) : ଦୀର୍ଘ ଦୁଇ ଦଶନ୍ଧି ସମୟର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ଶେଷ ହେବାକୁ ଯାଉଥିବା କାନପୁର ଜଳସେଚନ ପ୍ରକଳ୍ପରେ ବଳକା ପାଣି ନାହିଁ। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟରେ ଏହା ସ୍ପଷ୍ଟ ହୋଇ ସାରିଛି। ତଥାପି ଏହି ପ୍ରକଳ୍ପ ପାଣିରେ ବର୍ଷର ୭ ମାସ ଧରି ୫ଟି ଶିଳ୍ପ କମ୍ପାନୀର ସ୍ଲରି ପାଇପ୍‌ ଲାଇନ ଚଳାଇବାକୁ ନିଶ୍ଚିତ ଜଳଯୋଗାଣ ପାଇଁ ଓଡ଼ିଶା ସରକାର ରାଜିନାମା କରିଛନ୍ତି । ସେଥିମଧ୍ୟରୁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିଃ ଦ୍ୱାରା ସ୍ଲରି ପାଇପ୍‌ ଲାଇନ ଯୋଗେ ଯୋଡ଼ା/କୋଇଡାଠାରୁ ଯାଜପୁର ଜିଲା ଦେଇ ପାରାଦୀପକୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ ଖଣିଜ ପ୍ରଦାର୍ଥ ପରିବହନ ହେବ। ଏଥିପାଇଁ କାନପୁରର ପ୍ରକଳ୍ପରୁ ୩୯ କ୍ୟୁସେକ ପାଣି ବ୍ୟବହାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୩୨୯୫୮/୨୮ା୧୧ା୨୦୨୩ରେ ଚୂଡ଼ାନ୍ତ ମଞ୍ଜୁରି ମିଳି ସାରିଛି। ଏହାଦ୍ୱାରା କୃଷକଙ୍କ ନାମରେ ପ୍ରଣୀତ ଯୋଜନାରେ ଶିଳ୍ପ କମ୍ପାନୀ ଲାଭବାନ ହେଉଥିବାବେଳେ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ଏଥିପାଇଁ କାନପୁର ଡ୍ୟାମ୍‌ରୁ ଶିଳ୍ପକୁ ଜଳଯୋଗାଣ ବିରୋଧରେ ଚାଷୀଙ୍କ ମେଳି ବାନ୍ଧିବାରେ ଲାଗିଛି ବୋଲି ସୂଚନା ମିଳିଛି।
ବୈତରଣୀ ନଦୀରେ କାନପୁର ଜଳସେଚନ ପ୍ରକଳ୍ପ ୨୦୦୩-୦୪ରେ ପରିକଳ୍ପନା କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୨୩୦୧.୨୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହାସହ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ୨୦୧୬ରୁ ମଞ୍ଜୁର ହୋଇଥିବା ୧୦୯୨.୮୮୨ କୋଟି ଟଙ୍କାରୁ ପ୍ରାୟ ୭୦୦ କୋଟି ଖର୍ଚ୍ଚ କରାଯାଇଛି। ବୈତରଣୀ ନଦୀରେ ଏହି ପ୍ରକଳ୍ପର ଲମ୍ବ ୩.୪୬୦ କିମି ଏବଂ ଉଚ୍ଚତା ୩୯.୫୦ ମିଟର ରହିଛି। ଏଥିରେ ମୁଖ୍ୟ କେନାଲର ଲମ୍ବ ୭୮.୨୧ କିମି ରହିଥିବାବେଳେ ୭ଟି ଡିଷ୍ଟ୍ରିବ୍ୟୁଟାରୀ ରହିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୪୭,୭୦୯ ହେକ୍ଟର ଜମିରେ ଜଳସେଚନ ହୋଇ ପାରିବ ବୋଲି ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପରେ ସମୁଦାୟ ୪,୪୩୪ ବିସ୍ଥାପିତଙ୍କ ମଧ୍ୟରୁ ୩,୯୩୩ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଞ୍ଚଳର ଚାଷୀଙ୍କ ସାମୁହିକ ସ୍ବାର୍ଥ ପାଇଁ ଲୋକେ ଏଭଳି ଭାବେ ବହୁ ତ୍ୟାଗ କରିଛନ୍ତି। ହେଲେ ଏହି ପ୍ରକଳ୍ପରୁ ଶିଳ୍ପକୁ ଜଳଯୋଗାଣ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଚାଷୀ ରବି ଚାଷ କରିବାରୁ ବଞ୍ଚିତ ହେବେ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ଜେଏସ୍‌ଡବ୍ଲ୍ୟୁକୁ ଦେଇଥିବା ସର୍ତ୍ତ ଅନୁସାରେ ବର୍ଷର ଜୁଲାଇରୁ ଜାନୁୟାରୀ ପର୍ଯ୍ୟନ୍ତ ସ୍ଲରି ପାଇପ୍‌ ଲାଇନ ପାଇଁ ପାଣି ଉତ୍ତୋଳନ କରି ପାରିବ। ଅନ୍ୟ ସମୟରେ କମ୍ପାନୀ ଏକ ଜଳଉତ୍ସ ନିର୍ମାଣ କରି ଚାହିଦା ମେଣ୍ଟାଇ ପାରିବ। ଏଭଳି ବିଭିନ୍ନ ୩୬ ଦଫା ସର୍ତ୍ତ ପାଳନ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ କମ୍ପାନୀକୁ ନିର୍ଦ୍ଦେଶ ହୋଇଛି। ଏଥିରୁ ଚାଷୀ ଓ ଚାଷ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀ ପ୍ରମାଣିତ ହେଉଛି ବୋଲି ଚର୍ଚ୍ଚା ହେଉଛି। ବିଧାନସଭାରେ ଚାଷୀଙ୍କ ପ୍ରସଙ୍ଗ ନେଇ ଦୃଢ ଭାବେ ଛିଡା ହେବାକୁ ବିରୋଧି ଦଳ ବିଧାୟକମାନେ ତତ୍ପର ରହିଥାନ୍ତି। କିନ୍ତୁ ଏହି କାନପୁର ପ୍ରକଳ୍ପରୁ ଶିଳ୍ପକୁ ଜଳଯୋଗାଣ ପ୍ରସଙ୍ଗ ନେଇ କୌଣସି ବିଧାୟକ ମୁହଁ ଖୋଳୁ ନାହାନ୍ତି କାହିଁକି ବୋଲି ଚାଷୀନେତାମାନେ ପ୍ରଶ୍ନ କରିଛନ୍ତି। ଶିଳ୍ପଦ୍ୱାରା ଓଡ଼ିଶା ଲୋକେ ଲାଭବାନ ହୋଇନାହାନ୍ତି, ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବାବେଳେ ବାହାର ଲୋକଙ୍କୁ ସବୁକ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଛି। ଖାଲି ଶିଳ୍ପପତିଙ୍କୁ ପୋଷିବା କାର୍ଯ୍ୟ ହେଉଛି । ଶିଳ୍ପପତି ତାଙ୍କ ପାଇଁ ବିକଳ୍ପ ପାଣି ବ୍ୟବସ୍ଥା କରନ୍ତୁ ବୋଲି କେତେକ ଚାଷୀ ଦାବି କରିଛନ୍ତି। ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ କାନପୁର ଜଳଭଣ୍ଡାର ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସରକାର ଯନତ୍ବାନ ହେବେ ବୋଲି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି। ଚାଷୀମାନଙ୍କ ପକ୍ଷରୁ ନବ ନିର୍ମାଣ କୃଷକ ସଙ୍ଗଠନର ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ଚାଷୀଙ୍କ ନାମରେ ବଜେଟ୍‌ କରାଯାଇ ଶିଳ୍ପପତିଙ୍କୁ ପୋଷା ଚାଲିଛି। ଏଥିରେ ଚାଷୀମାନେ ବଳି ପଡୁଛନ୍ତି। ଚାଷୀଙ୍କ ସ୍ବାର୍ଥ ପାଇଁ ସରକାର ଆଦୌ ଚିନ୍ତା କରୁନାହାନ୍ତି। ତେଣୁ ସରକାର କାନପୁର ଜଳସେଚନ ପ୍ରକଳ୍ପରୁ ଶିଳ୍ପକୁ ଜଳଯୋଗାଣ ପ୍ରସଙ୍ଗରୁ ବିଚ୍ୟୁତ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri