ଔଦ୍ୟୋଗିକ ଉତ୍ପାଦନ ୧୬.୬% ଖସିଲା

ନୂଆଦିଲ୍ଲୀ,୧୨।୮: କରୋନା ଯୋଗୁ ଦେଶର ଶିଳ୍ପ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କରୋନା ଜନିତ ଲକ୍‌ଡାଉନ ଲାଗି ଘରୋଇ ବଜାରର ଔଦ୍ୟୋଗିକ ଉତ୍ପାଦନ ଜୁନ୍‌ରେ ୧୬.୬% ଖସିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପୂର୍ବର ମାସଗୁଡିକ ତୁଳନାରେ ଜୁନ୍‌ରେ ସ୍ଥିତି କିଛି ସୁଧୁରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁନ୍‌ ମାସରେ ଔଦ୍ୟୋଗିକ ଉତ୍ପାଦନ ୩୩.୯% ହ୍ରାସ ହେବା ନେଇ ପରିବର୍ତ୍ତିତ ଆକଳନ କରାଯାଇଥିଲା। ସେହିଭଳି ଜୁନ୍‌ରେ ଏହି ବର୍ଗରେ ଉତ୍ପାଦନ ପ୍ରାୟ ୨୦.୦% ଖସିବା ନେଇ ରଏଟର୍ସ ବିଶେଷଜ୍ଞମାନେ ଆଶଙ୍କା କରିଥିଲେ। ହେଲେ ସ୍ଥିତି ସାମାନ୍ୟ ଉନ୍ନତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମାର୍ଚ୍ଚ ଶେଷ ବେଳକୁ ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଔଦ୍ୟୋଗିକ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଥିଲା। ଧୀରେ ଧୀରେ କଟକଣା କୋହଳ କରାଯାଉଥିବାରୁ ସ୍ଥିତିରେ ସୁଧାର ଆସୁଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଦେଶର ଅର୍ଥ ବ୍ୟବସ୍ଥା ୧୯୪୭ ପରଠାରୁ ବର୍ତ୍ତମାନ ସବୁଠାରୁ ଖରାପ ସ୍ଥିତିରେ ରହିଥିବା ବଜାର ବିଶେଷଜ୍ଞ କହିଛନ୍ତି। କରୋନା ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣରେ ଆସୁ ନ ଥିବାରୁ ବିଭିନ୍ନ ରାଜ୍ୟ ସ୍ତରରେ ଲକ୍‌ଡାଉନ ଘୋଷଣା କରୁଛନ୍ତି। ରାଜ୍ୟଗୁଡିକ ସ୍ତରରେ ବିଭିନ୍ନ କଟକଣା ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା କ୍ଷେତ୍ରରେ କଟକଣା ଲାଗୁ କରାଯାଇଛି।
ଫ୍ୟାକ୍ଟ୍ରିଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଗାର୍ମେଣ୍ଟ, ଯାନ, କଞ୍ଜ୍ୟୁମର ଡ୍ୟୁରେବଲ ଭଳି ବିଭିନ୍ନ କ୍ଷେତ୍ର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଦେଶର ଅର୍ଥ ବ୍ୟବସ୍ଥାକୁ ୧୭% ଯୋଗଦାନ ରଖୁଥିବା ମାନୁଫାକ୍‌ଚରିଂ କ୍ଷେତ୍ର ଗତ ୩ ମାସରେ ୪୦.୭% ଖସିଛି। ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ହାରରେ ଖସିଥିବା ଏହା ସୂଚାଇ ଦେଉଛି। ଜୁଲାଇରେ ଯାତ୍ରୀବାହୀ ଯାନ ଉତ୍ପାଦନ ୨୯.୪% ଖସିଛି। ଏପ୍ରିଲ- ଜୁନ୍‌ରେ ଅର୍ଥ ବ୍ୟବସ୍ଥା ୨୦% ଖସିବ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ୬% ହାରରେ ଅଭିବୃଦ୍ଧି କରିବ ବୋଲି ସରକାର ଆଶାବାଦୀ ରହିଥିଲେ। ହେଲେ କରୋନା ଯୋଗୁ ବର୍ତ୍ତମାନ ଜିଡିପି ଋଣାତ୍ମକ ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri