ଔଦ୍ୟୋଗିକ ଉତ୍ପାଦନ ୧୬.୬% ଖସିଲା

ନୂଆଦିଲ୍ଲୀ,୧୨।୮: କରୋନା ଯୋଗୁ ଦେଶର ଶିଳ୍ପ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କରୋନା ଜନିତ ଲକ୍‌ଡାଉନ ଲାଗି ଘରୋଇ ବଜାରର ଔଦ୍ୟୋଗିକ ଉତ୍ପାଦନ ଜୁନ୍‌ରେ ୧୬.୬% ଖସିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପୂର୍ବର ମାସଗୁଡିକ ତୁଳନାରେ ଜୁନ୍‌ରେ ସ୍ଥିତି କିଛି ସୁଧୁରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁନ୍‌ ମାସରେ ଔଦ୍ୟୋଗିକ ଉତ୍ପାଦନ ୩୩.୯% ହ୍ରାସ ହେବା ନେଇ ପରିବର୍ତ୍ତିତ ଆକଳନ କରାଯାଇଥିଲା। ସେହିଭଳି ଜୁନ୍‌ରେ ଏହି ବର୍ଗରେ ଉତ୍ପାଦନ ପ୍ରାୟ ୨୦.୦% ଖସିବା ନେଇ ରଏଟର୍ସ ବିଶେଷଜ୍ଞମାନେ ଆଶଙ୍କା କରିଥିଲେ। ହେଲେ ସ୍ଥିତି ସାମାନ୍ୟ ଉନ୍ନତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମାର୍ଚ୍ଚ ଶେଷ ବେଳକୁ ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଔଦ୍ୟୋଗିକ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଥିଲା। ଧୀରେ ଧୀରେ କଟକଣା କୋହଳ କରାଯାଉଥିବାରୁ ସ୍ଥିତିରେ ସୁଧାର ଆସୁଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଦେଶର ଅର୍ଥ ବ୍ୟବସ୍ଥା ୧୯୪୭ ପରଠାରୁ ବର୍ତ୍ତମାନ ସବୁଠାରୁ ଖରାପ ସ୍ଥିତିରେ ରହିଥିବା ବଜାର ବିଶେଷଜ୍ଞ କହିଛନ୍ତି। କରୋନା ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣରେ ଆସୁ ନ ଥିବାରୁ ବିଭିନ୍ନ ରାଜ୍ୟ ସ୍ତରରେ ଲକ୍‌ଡାଉନ ଘୋଷଣା କରୁଛନ୍ତି। ରାଜ୍ୟଗୁଡିକ ସ୍ତରରେ ବିଭିନ୍ନ କଟକଣା ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା କ୍ଷେତ୍ରରେ କଟକଣା ଲାଗୁ କରାଯାଇଛି।
ଫ୍ୟାକ୍ଟ୍ରିଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଗାର୍ମେଣ୍ଟ, ଯାନ, କଞ୍ଜ୍ୟୁମର ଡ୍ୟୁରେବଲ ଭଳି ବିଭିନ୍ନ କ୍ଷେତ୍ର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଦେଶର ଅର୍ଥ ବ୍ୟବସ୍ଥାକୁ ୧୭% ଯୋଗଦାନ ରଖୁଥିବା ମାନୁଫାକ୍‌ଚରିଂ କ୍ଷେତ୍ର ଗତ ୩ ମାସରେ ୪୦.୭% ଖସିଛି। ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ହାରରେ ଖସିଥିବା ଏହା ସୂଚାଇ ଦେଉଛି। ଜୁଲାଇରେ ଯାତ୍ରୀବାହୀ ଯାନ ଉତ୍ପାଦନ ୨୯.୪% ଖସିଛି। ଏପ୍ରିଲ- ଜୁନ୍‌ରେ ଅର୍ଥ ବ୍ୟବସ୍ଥା ୨୦% ଖସିବ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ୬% ହାରରେ ଅଭିବୃଦ୍ଧି କରିବ ବୋଲି ସରକାର ଆଶାବାଦୀ ରହିଥିଲେ। ହେଲେ କରୋନା ଯୋଗୁ ବର୍ତ୍ତମାନ ଜିଡିପି ଋଣାତ୍ମକ ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଇଁଲାବ୍‌ ପକ୍ଷରୁ ନୂତନ ଡିଭାଇସ ଉନ୍ମୋଚିତ

ନୂଆଦିଲ୍ଲୀ,୧୨।୧୨: ମାଇଁଲାବ୍‌ ପକ୍ଷରୁ ନିକଟରେ କେତେକ ନୂତନ ଡିଭାଇସର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କୋଭିଡ-୧୯ ପାଇଁ ଡାଇଗ୍ନୋସିସ ଉଦ୍ଭାବନକୁ ଟେକ୍ନୋଲୋଜି ଭିତ୍ତିକ କରାଯାଇଛି। ଏପରିକି...

ଜିଏସ୍‌ଟି କାଉନସିଲ୍‌ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିବାକୁ ଥିବା ଜିଏସ୍‌ଟି କାଉନସିଲର ୩୬ତମ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟରେ ତାଙ୍କର...

ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି।...

୨୦୨୪ ଯାଏ ୬.୬% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୩-୧୧: ୨୦୨୦-୨୪ ଯାଏ ଭାରତର ଜିଡିପି ଅଭିବୃଦ୍ଧି ବାର୍ଷିକ ୬.୬% ହାରରେ ବୃଦ୍ଧି ଘଟିବ। ଏହା ୨୦୧୩-୧୭ ମଧ୍ୟରେ ହୋଇଥିବା ହାରାହାରି ୭.୩% ଅଭିବୃଦ୍ଧି ହାର...

ଖୋଲିବ ୭୦୦ ନୂଆ ଆଧାର ସେବା କେନ୍ଦ୍ର

ନୂଆଦିଲ୍ଲୀ,୩୦-୧୨: ଆଧାର ସେବା ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ସାରା ଦେଶରେ କମନ ସର୍ଭିସ ସେଣ୍ଟର (ସିଏସ୍‌ସି) ପକ୍ଷରୁ ୭୦୦ ନୂଆ ଆଧାର କେନ୍ଦ୍ର ଖୋଲିବାକୁ...

ଅକ୍ଟୋବର ପହିଲାରୁ ସମସ୍ତ ପ୍ରକାର ଋଣ ଶସ୍ତା କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୯:ଦେଶର ସର୍ବବୃହତ୍‌ ବ୍ୟାଙ୍କ କୁହାଯାଉଥିବା ଏସ୍‌ବିଆଇ ପାର୍ବଣ ପୂର୍ବରୁ ନିଜର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅକ୍ଟୋବର ପହିଲାରୁ ସମସ୍ତ ଫ୍ଲୋଟିଂ...

ଏମ୍‌ଏସ୍‌ଏମ୍‌ଇ, ଅଣସଙ୍ଗଠିତ କ୍ଷେତ୍ରକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର କିଛି ବଛାବଛା କ୍ଷେତ୍ରକୁ ପ୍ୟାକେଜ ପ୍ରଦାନ କରିବା ଲାଗି ଯୋଜନା କରିଛନ୍ତି। ଏହି ପ୍ୟାକେଜ ଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି।...

ଏଲ୍‌ଆଇସିର ୨୫% ଅଂଶଧନ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ୨୫% ଅଂଶଧନ ବିକିପାରନ୍ତି। ଏହି ପ୍ରକ୍ରିୟାକୁ ପର୍ଯ୍ୟାୟ ଭିତ୍ତିରେ କରିବା ଲାଗି ସରକାର ବିଚାର କରୁଥିବା...

Advertisement
Archives

Model This Week