ଶିଳ୍ପାନୁଷ୍ଠାନ ପାଇଁ କଟକଣା

ଢେଙ୍କାନାଳ ଅଫିସ, ୮ା୭

ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନଗୁଡ଼ିକୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ନୂତନ କଟକଣା ଜାରି କରାଯାଇଛି। ବାହାରୁ ଆସୁଥିବା ଅଧିକାରୀ, କର୍ମଚାରୀ ଏବଂ ଶ୍ରମିକଙ୍କୁ କମ୍ପାନୀକୁ ବାରଣ କରାଯାଇଛି। କାରଖାନା ପରିସରରେ ରହୁଥିବା କର୍ମଚାରୀଙ୍କୁ ନେଇ କାମ ଚାଲିବ। ସେମାନଙ୍କ ସୁରକ୍ଷିତ ଭାବେ ରହିବା ବ୍ୟବସ୍ଥା କମ୍ପାନୀ କର୍ତ୍ତୃପକ୍ଷ କରିବେ। କୌଣସି ପରିସ୍ଥିତିରେ କମ୍ପାନୀରେ ଅଧିକ ଜନସମାଗମ ହେବନାହିଁ। କର୍ମସ୍ଥଳରେ ଅନୂ୍ୟନ ୬ଫୁଟ ଦୂରତା, ମାସ୍କ ବ୍ୟବହାର, ଟଚ୍‌ ଫ୍ରି ମେକାନିଜମ୍‌ ସହ ହାତଧୁଆ ବ୍ୟବସ୍ଥା ହେବ। କର୍ମଚାରୀଙ୍କର ନିୟମିତ ଥର୍ମାଲ ସ୍କାନିଂ କରାଯିବ। ଶିଫ୍ଟ ଶେଷ ହେବା ମଝିରେ ଏକଘଣ୍ଟା ବିରତି ଦିଆଯିବ। ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗର୍ଭବତୀ କାର୍ଯ୍ୟସ୍ଥଳକୁ ପ୍ରବେଶ କରିପାରିବେ ନାହିଁ। ବିନା କାରଣରେ ଲୋକଙ୍କୁ କମ୍ପାନୀ ପରିସର ମନା ହୋଇଛି। କାମ କରିବା ସମୟରେ କେହି ସଂକ୍ରମିତ ହେଲେ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ପ୍ରଶାସନକୁ ଜଣାଇବେ। ଏହାକୁ ବାଦ୍‌ ଦେଲେ କର୍ମଚାରୀଙ୍କ ସ୍ବାସ୍ଥ୍ୟବୀମା, ଯାନବାହନ ଓ ମେଶିନଗୁଡ଼ିକୁ ବିଶୋଧନ କରିବା ଲାଗି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ କମ୍ପାନୀ ପରିସରରେ ମଧ୍ୟ ଲାଗୁହେବ। ଜୁଲାଇରେ ଅଧିକ ସଂକ୍ରମଣ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ନିୟମ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri