ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ୪ଜି ସାଉଣ୍ଡ୍‌ବକ୍ସ

ନୂଆଦିଲ୍ଲୀ,୨୨ା୧୦: ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପକ୍ଷରୁ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ୪ଜି ସାଉଣ୍ଡ୍‌ବକ୍ସ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଦେଶର ସମସ୍ତ କିରାନା ଷ୍ଟୋର, ଖୁଚୁରା ବ୍ୟବସାୟୀ ସାଙ୍ଗକୁ ଯେଉଁମାନେ ଦୋକାନରେ ନଗଦ କିମ୍ବା କ୍ୟୁଆର୍‌ କୋଡ୍‌ ଜରିଆରେ ଦେୟ ବା ପେମେଣ୍ଟ ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ସାଉଣ୍ଡ୍‌ବକ୍ସ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ଲାଗି ରହିଥିବା ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଇବ। ଏହି ସାଉଣ୍ଡ୍‌ବକ୍ସ ଜରିଆରେ ବ୍ୟାଙ୍କ ଏହାର ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ପରିବ୍ୟାପ୍ତ କରିବା ଉପରେ ଗୁରୁତ୍ୱାରୋପ କରୁଛି। ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ୍‌ର ସାଉଣ୍ଡ୍‌ବକ୍ସ ହେଉଛି ଏକ ପୋର୍ଟେବଲ୍‌ ସ୍ପିକର ଯେଉଁଥିରେ ଏକ ଉତ୍ସର୍ଗୀକୃତ ୪ଜି ସିମ୍‌ କାର୍ଡ ସ୍ଲଟ୍‌ ରହିଛି ଯାହା ଡାଟା ସଂଯୋଗ ପ୍ରଦାନ କରିବ। ଯେକୌଣସି କମ୍ପାନୀର ୪ଜି ସିମ୍‌କୁ ଏଥିରେ ବ୍ୟବହାର କରି ହେବ। ଫଳରେ ସେମାନଙ୍କୁ ଆଉ ପ୍ରତି କାରବାର ପାଇଁ ଏସ୍‌ଏମ୍‌ଏସ୍‌ ପଢ଼ିବାକୁ ପଡ଼ିବ ନାହିଁ ଓ ସେ ସୁରୁଖୁରୁରେ ବ୍ୟବସାୟ ଜାରି ରଖିପାରିବେ। ଇଣ୍ଡସ୍‌ଇଣ୍ଡ୍‌ ସାଉଣ୍ଡ୍‌ବକ୍ସ ୧୧ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉଥିବାରୁ ସାରା ଦେଶର କ୍ଷୁଦ୍ର ବ୍ୟବସାୟୀ ତାହାକୁ ବ୍ୟବହାର କରିପାରିବେ। ଏଥିରେ ରହିଥିବା ୨୬୦୦ ଏମ୍‌ଏଏଚ୍‌ର ବ୍ୟାଟେରିକୁ ଥରେ ଚାର୍ଜ କଳେ ତାହା ୩୦୦୦ ପେମେଣ୍ଟର ସୂଚନା ଦେଇପାରିବ।
ଏ ସମ୍ପର୍କରେ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ମୁଖ୍ୟ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଓ ଷ୍ଟ୍ରାଟେଜି (ଏକ୍‌ଜିଷ୍ଟିଂ ବିଜ୍‌ନେସ୍‌) ଚାରୁ ସଚ୍ଚଦେବ ମାଥୁର କହିଛନ୍ତି, କ୍ଷୁଦ୍ର ବ୍ୟବସାୟୀମାନେ ଭାରତୀୟ ଅର୍ଥନୀତିର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆମେ ସର୍ବଦା ବିଶ୍ୱାସକରୁ। ସେହି ଭାବନାକୁ ନଜରରେ ରଖି ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ସାଉଣ୍ଡ୍‌ବକ୍ସକୁ ଉନ୍ମୋଚନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ଯାହା ଦେଶର ଲକ୍ଷ ଲକ୍ଷ ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀଙ୍କୁ ସେମାନଙ୍କ ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ୍‌ ଖାତାରେ ଆସିଥିବା ପେମେଣ୍ଟର ତତ୍କାଳ ସୂଚନା (ନୋଟିଫିକେଶନ) ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଦଳ ଛାଡିବାର ସାଂଘାତିକ କାରଣ କହିଦେଲେ ଦେବାଶିଷ, ପାଣ୍ଡିଆନଙ୍କୁ ନେଇ ସିଧା କହିଦେଲେ…

ଭୁବନେଶ୍ୱର, ୨୫।୫: ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି…

ଧୂମଧାମ୍‌ରେ ଚାଲିଛି ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ…

ଛତ୍ରପୁର,୨୫।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଚଳିତ ବର୍ଷ ବ ଧୂମଧାମରେ ଚାଲିଛି l ସହରରେ ଆଧ୍ୟାତ୍ମିକ…

ଆହୁରି ପ୍ରଚଣ୍ଡ ହେବ ତାତି, ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୨୫।୫: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

ରାଜଧାନୀରେ ଜଳିଗଲା ଇଭି

ଭୁବନେଶ୍ୱର,୨୫।୫: ପୁରୁଣା ଭୁବନେଶ୍ୱର ରଥରୋଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୧୧କେଭି ବିଦ୍ୟୁତ୍‌ ତାର ଛିଣ୍ଡି ଏକ ଇଲେକ୍ଟ୍ରି ସ୍କୁଟି(ଇଭି) ଉପରେ ପଡ଼ିଥିଲା। ଫଳରେ…

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri