ଇନ୍ଦୁପୁର ବାରୁଣୀ ଯାତ୍ରା ଉଦ୍‌ଯାପିତ

ଡେରାବିଶ,୨୬।୩(ସ୍ବ.ପ୍ର.):  କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଶନିବାର ଶେଷ ହୋଇଛି ା ବିରୁପା ନଦୀ କୂଳରେ ଥିବା ମା’ଚଣ୍ଡୀଙ୍କ ପୀଠରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୭ଦିନ ଧରି ଚାଲିଥିଲା ା କେନ୍ଦ୍ରାପଡ଼ା ଜିଲା ସମେତ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଏହି ଯାତ୍ରାରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ା ଚଳିତ ବର୍ଷ ଯାତ୍ରାରେ ବିଭିନ୍ନ ଘରକରଣା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଦୋକାନ ସଂଖ୍ୟା ବିଗତ ବର୍ଷ ତୁଳନାରେ ଅଧିକ ଥିଲା ା ଘରକରଣା ସାମଗ୍ରୀ କିଣିବା ପାଇଁ ମହିଳାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ା ସେହିପରି ଠୁଙ୍କାପୁରୀ, ଚାଓମିନ୍‌, ଓ ଫାଷ୍ଟଫୁଡ୍‌ ଦୋକାନରେ ଭିଡ଼ ଲାଗିରହିଥିଲା।
ଚଳିତ ବର୍ଷ ବୌଦ୍ଧପୀଠ ଲଳିତଗିରି ଗ୍ରାମରୁ ପଥର ତିଆରି ଘରକରଣା ସାମଗ୍ରୀର ଚାହିଦା ବିଶେଷ ପରିଲକ୍ଷିତ ହୋଇଥିଲା ା ପଥର ବ୍ୟବସାୟୀ ରମାକାନ୍ତ ସାମଲ କୁହନ୍ତି, ଦୀର୍ଘ ବର୍ଷ ହେବ ଏହି ବାରୁଣୀ ଯାତ୍ରାକୁ ପଥର ତିଆରି ଚକି, ଶିଳ, ଚଉଁରା, ଚନ୍ଦନ ପେଡ଼ି ସମେତ ବହୁ ସାମଗ୍ରୀ ଆଣିଥାଏ ା ତେବେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଭଲ ବ୍ୟବସାୟ ହୋଇଛି ା ସେହିପରି ବାଉଁଶ ତିଆରି ସାମଗ୍ରୀ ଦୋକାନରେ ବିଶେଷ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଥିଲା ା ମାତ୍ର ଏହି ପ୍ରାଚୀନ ବାରୁଣୀ ଯାତ୍ରା କେନ୍ଦ୍ରାପଡ଼ା ସହ ପଡ଼ୋଶୀ ଯାଜପୁର ଜିଲାବାସୀଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ସୁଦୃଢ କରିବାରେ ସହାୟକ ହୋଇଛି। ବିରୂପା ନଦୀର ଉଭୟ ପାର୍ଶ୍ୱରେ ଥିବା ଦୁଇ ଜିଲାବାସୀଙ୍କ ଭାଇଚାରାର ସ୍ମୃତି ବହନ କରୁଥିବା ବାରୁଣୀ ଯାତ୍ରା ଏହି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ପର୍ବ ଭାବେ ପରିଚିତ ଲାଭ କରିଥିଲା। କାଳକ୍ରମେ ବିରୂପା ନଦୀର ଇନ୍ଦୁପୁରଠାରେ ଏକ ସେତୁ ନିର୍ମାଣ ହେବା ପରେ ଏହି ଯାତ୍ରାରେ ଭିଡ଼ ବୃଦ୍ଧି ପାଇଛି। ଏଥି ସହିତ ବାରୁଣୀ ଯାତ୍ରା ସହ ଅଧିକ ସମ୍ପର୍କ ସ୍ଥାପନ କରିଥିବା ନଦୀ କୂଳରେ ମା’ଚଣ୍ଡୀଙ୍କ ମନ୍ଦିର ଅଞ୍ଚଳବାସୀଙ୍କ ପାଇଁ ଆଧ୍ୟାମତ୍ିକ କେନ୍ଦ୍ରବିନ୍ଦୁ ପାଲଟିଛି। ଦୀର୍ଘ ଏକ ବର୍ଷର ପ୍ରତୀକ୍ଷା ପରେ ବାରୁଣୀ ଯାତ୍ରାକୁ ଉଭୟ ଜିଲାର ଅଧିବାସୀ ୭ ଦିନ ଧରି ଉପଭୋଗ କରିଥାନ୍ତି।
ଚଳିତ ବର୍ଷ ବିରୁପା ନଦୀ ପଠାରେ ପ୍ରଥମ କରି ୪ ଦିନ ଧରି ବାରୁଣୀ ମହୋତ୍ସବ ଆରମ୍ଭ ହୋଇଥିଲା ା ଇନ୍ଦୁପୁର ଓ ଦୁମାତ ପଞ୍ଚାୟତ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଜଳଛତ୍ର ଖୋଲାଯିବା ସହ ବିଭିନ୍ନ ସ୍ବେଚ୍ଛସେବୀ ଅନୁଷ୍ଠାନ କର୍ମକର୍ତ୍ତା ଭିଡ଼କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା ା ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପଟ୍ଟାମୁଣ୍ଡାଇ ଏସ୍‌ପିପିଓ ସନ୍ଧ୍ୟାରାଣୀ ବେହୁରିଆ, ନିକିରେଇ ଥାନା ଆଧିକାରୀ ଜ୍ୟୋତିପ୍ରକାଶ ସ୍ବାଇଁ, ଏଏସ୍‌ଆଇ ରଣେନ୍ଦ୍ର ସାମଲଙ୍କ ସମେତ ୮ ଜଣ ପୋଲିସ ଅଧିକାରୀ ଓ ୧ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ରହିଥିଲେ ା ଇନ୍ଦୁପୁର ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳେ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ା ତେବେ ଚଳିତ ବର୍ଷ ଯାତ୍ରାକୁ ଶୃଙ୍ଖଳିତ କରିଥିବାରୁ ଜିଲା ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଇନ୍ଦୁପୁର ସରପଞ୍ଚ ତଥା ମହୋତ୍ସବ କମିଟିର ସଭାପତି ପ୍ରଦୀପ ରଞ୍ଜନ ସୂତାର କୃତଜ୍ଞତା ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri