ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଚାଷୀ ଉପର ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ନିର୍ଭରଶୀଳ। ଏହି ପ୍ରକଳ୍ପ ହେବା ଦ୍ୱାରା ଶହ ଶହ ହେକ୍ଟର ଚାଷ ଜମିରେ ଜଳସେଚନ ହେବା ସହ ୬୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସର୍ବନିମ୍ନ ସ୍ତରକୁ ଛୁଇଁବାକୁ ଯାଉଛି। ଆଗାମୀ ଦିନରେ ଯଦି ପର୍ଯ୍ୟାପ୍ତ ବର୍ଷା ନ ହୁଏ, ତାହାହେଲେ ସ୍ଥିତି ବିଗିଡିବ। ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ ରହିଥିବା ମନେହେଉଛି। ବିଗତ ବର୍ଷମାନଙ୍କରେ ଚାଷ ଜମିପାଇଁ ଜଳସଂକଟର ଚିତ୍ର କଳାହାଣ୍ଡି ଜିଲାରେ ଯାହା ଥାଉନା କାହିଁକି ବର୍ତ୍ତମାନ ସମୟରେ ଶସ୍ୟଶ୍ୟାମଳ ହୋଇପାରିଛି। ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ୪ଟି ଚିରସ୍ରୋତା ନଦୀ ତଥା ମୁରାନ, ପୋଡ଼ାଗଡ଼, ଇନ୍ଦ୍ରାବତୀ ଓ କପୁରକୁ ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ସୃଷ୍ଟି ହୋଇଥିବାବେଳେ ଏହାର କ୍ୟାଚମେଣ୍ଟ ଏରିଆ ୨୬୩୦ବର୍ଗ କି.ମି. ଏବଂ ଜଳଧାରଣ କ୍ଷମତା ୬୪୨ମିଟର ରହିଛି। ତେବେ ବର୍ତ୍ତମାନ ମୂର୍ତ୍ତିକା କ୍ଷୟ ଇନ୍ଦ୍ରାବତୀ ଜଳଭଣ୍ଡାର ଇନଟେକ ୱେଲ ପାଖରେ ପଙ୍କ ଜମା ହେବା ଫଳରେ ଦିନକୁ ଦିନ ଜଳଧାରଣ କ୍ଷମତା କମି ଯାଉଛି। ୨୦୨୨ ମସିହାରେ ୨୫କୋଟି ଟଙ୍କା ବ୍ୟୟରେ ପଙ୍କ ଉଦ୍ଧାର କାର୍ଯ୍ୟକୁ ହାତକୁ ନିଆଯାଇଥିଲା। କିନ୍ତୁ କେତେଦୂର ଫଳପ୍ରଦ ହୋଇଛି ତାହା ବର୍ତ୍ତମାନର ସ୍ଥିତି ସୂଚେଇଦେଉଛି। ବର୍ତ୍ତମାନ ଜଳପତ୍ତନ ମାତ୍ର ୬୨୭ମିଟର ରହିଛି। ଜଳପତ୍ତନ ସର୍ବନିମ୍ନ ସ୍ତର ୬୨୫ମିଟର। ଏହି ସମୟରେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଘୋର ପ୍ରଭାବିତ ହେଉଥିବା କୁହାଯାଇଛି। କେତେବେଳେ ୧୫୦ ପୁଣି କେବେ ୧୮୦ ଏପରିକି ୧୦୦ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ରେକର୍ଡ ରହିଛି। ଓଏଚପିସି. ପକ୍ଷରୁ କୁହାଯାଇଛି ଯେ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ନହେଲେ ପାୱାର ଜେନେରେସନ ପ୍ରଭାବିତ ହେବ। ଚଳିତମାସ ୧୬ ତାରିଖରୁ ପାୱାର ଜେନେରେସନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜଳଭଣ୍ଡାର ଇନ୍ଟେକ ୱେଲ ନିକଟରେ ପଟୁ ମାଟି ଜମା ହେବାର ପ୍ରମୁଖ କାରଣ। ପଙ୍କ ହୋଇଥିଲେ ହେଁ ବିଭାଗୀୟ ଯନ୍ତ୍ରୀ ଏବଂ ଦାୟିତ୍ୱ ମୁଣ୍ଡେଇଥିବା ଅଧିକାରୀମାନେ ସହଜରେ ସ୍ବୀକାର କରିବା ଅବସ୍ଥାରେ ନାହାନ୍ତି। ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୁଦ୍ଧା ମୌସୁମୀକୁ ଭରସା କରି ଇନ୍ଦ୍ରାବତୀ ସେମିତି ରହିଛି। ଜମି ପାଇଁ ଜଳ ସଙ୍କଟକୁ ନେଇ ଗତ କିଛି ବର୍ଷ ଧରି ସେହି ସମାନ ଅଭିଯୋଗ ଚାଷୀଙ୍କଠାରୁ ଶୁଣିବାକୁ ମିଳୁଛି। ପ୍ରତିବର୍ଷ ଜଳଭଣ୍ଡାର ଓ କେନାଲଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ହେଉଛି। ଜଳଧାରଣ କ୍ଷମତା ନିଶ୍ଚିତ ବଢିବା କଥା କିନ୍ତୁ ତାହା ହେଉନାହିଁ। ଇନ୍ଦ୍ରାବତୀ ନଦୀ ଅବବାହିକାରେ ଜଙ୍ଗଲ ନଷ୍ଟ ହେବା ସହ ମୃତ୍ତିକା ଅବକ୍ଷୟ ହେତୁ ଜଳଭଣ୍ଡାର ଧୀରେ ଧୀରେ ପୋତି ହେଉଛି। ଅନେକ ନଦୀ, ଶତାଧିକ ନାଳ, ଝରଣାର ଜଳ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ନିଜ ସ୍ଥିତିକୁ ବଞ୍ଚେଇ ରଖିଆସିଛି। ତେବେ ଏହି ନଦୀ, ନାଳ, ଝରଣା ଅବବାହିକାରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ ହେବା ସହ ଚତୁଃପାର୍ଶ୍ୱରେ ପଥର ପ୍ୟାଚିଙ୍ଗ କାର୍ଯ୍ୟକୁ କଡାକଡି କରାଯିବାର ଯଥେଷ୍ଠ ଆବଶ୍ୟକତାକୁ ବନ ବିଭାଗ ଠିକ ସେ ଅନୁଭବ କରିପାରୁନି। ଏହି ଜଳଭଣ୍ଡାର ପରିଚାଳନା ଦାୟିତ୍ୱରେ ଖତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଡିଭିଜନ ରହିଛି। ବର୍ଷା ହେଲେ ଜଳସ୍ତର ବୃଦ୍ଧିପାଇବ ହେଲେ ଜଳଧାରଣ କ୍ଷମତା ବୃଦ୍ଧି ପ୍ରତି ଅଧିକମାତ୍ରାରେ ଦୃଷ୍ଟିଦେବାର ସମୟ ଆସିଛି ବୋଲି ସାଧାରଣ ଲୋକଙ୍କ ଦ୍ୱାରା ମତ ପ୍ରକାଶ ପାଇଛି। ଦକ୍ଷିଣ ଓ ବାମ ମୁଖ୍ୟ କେନାଲରେ ଲାଇନିଂ ଓ ପୁନଃରୁଦ୍ଧାର କାର୍ଯ୍ୟ କରାଯିବା ସହିତ ଇନ୍ଦ୍ରାବତୀ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ହେବା ଫଳରେ ଅଣ ଜଳସେଚିତ ଅଞ୍ଚଳ ଓ ଆଦୌ ପାଣି ମାଡୁନଥିବା ଜମିରେ ପାଣି ପହଁଞ୍ଚି ପାରିଛି ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି। ମୋଟାମୋଟି ଭାବେ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଜରିଆରେ ୧୧୮୯୯୨ ହେକ୍ଟର ଜମିକୁ ଜଳ ଯୋଗାଇବାରେ ସମର୍ଥ ହୋଇଛି। ଓଡିଶାକୁ ମୌସୁମୀ ଛୁଇଁବ, ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ହେବ। କଳାହାଣ୍ଡିର ଚାଷୀଙ୍କ କ୍ଷେତ୍ରରେ ଏହା ଯେମିତି ନିୟମିତ ଅପେକ୍ଷା କରିବାର ପରମ୍ପରା ହୋଇଗଲାଣି। ଆଗାମୀ ଦିନରେ ପର୍ଯ୍ୟାପ୍ତ ବର୍ଷା ନ ହେଲେ ପାୱାର ଜେନେରେସନ ପ୍ରଭାବିତ ହେବା ସହିତ ଜମିକୁ ଜଳ ଯୋଗାଣ ଅନିଶ୍ଚିତତା ଭିତରେ ଗତିକରିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri