୨୫ ବର୍ଷରେ ଇନ୍ଦ୍ରାବତୀ ପ୍ରକଳ୍ପ: ଜିଲାର ୧.୧୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ

ଭବାନୀପାଟଣା,୨୧ା୭ (ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ରାଜ୍ୟରେ କଳାହାଣ୍ଡି ଜିଲା ଏକ ସ୍ବତନ୍ତ୍ର ପରିଚୟ ପାଇଛି। ଏହି ପ୍ରକଳ୍ପ ଏବେ ୨୫ ବର୍ଷ ପୂରଣ କରିସାରିଛି। ଇନ୍ଦ୍ରାବତୀର ଜଳସେଚନକୁ ପାଥେୟ କରି ଏବେ ଜିଲାର ୧.୧୮ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେବା ସହ ଦୁଇଫସଲି ଚାଷ ହୋଇପାରୁଛି। ଅନ୍ୟପଟେ ୬୦୦ ମେଗାୱାଟ ବିଜୁଳି ଉତ୍ପାଦନ କ୍ଷମତା ରଖିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ବିଗତ ୨୫ବର୍ଷ ମଧ୍ୟରେ ୩୫୯୭.୨୫କୋଟି ଟଙ୍କାର ବିଦ୍ୟୁତ୍‌ ବିକ୍ରିକରି ରାଜ୍ୟ ମାନଚିତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛି।
୧୯୭୮ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମୋରାର୍‌ଜୀ ଦେଶାଇ ଇନ୍ଦ୍ରାବତୀ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବା ପରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ସମୁଦ୍ର ପତ୍ତନରୁ ପ୍ରାୟ ୭ଶହ ମିଟର ପାହାଡ଼ ପରିବେଷ୍ଟନି ମଧ୍ୟରେ ଇନ୍ଦ୍ରାବତୀ, କପୁର, ମୂରାନ, ଓ ପୋଡ଼ାଗଡ ଭଳି ଚିରସ୍ରୋତା ନଦୀମାନଙ୍କ ସମଷ୍ଟିରେ ୧୧୦ବର୍ଗ କିଲୋମିଟର ପରିବ୍ୟାପ୍ତ ଏକ ସୁଉଚ୍ଚ ଜଳଭଣ୍ଡାର ସୃଷ୍ଟି ହେଲା। ସେହି ଜଳରାଶିକୁ ଉଦୟଗିରି ପାହାଡ଼କୁ ଭେଦକରି ଚାରି କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ତିଆରକରି ମୁଖିଗୁଡ଼ା ଶକ୍ତି ଗୃହରୁ ବିଦ୍ୟୁତ୍‌ ଉତ୍ପାଦନ କରାଗଲା। ପ୍ରକଳ୍ପର ବିକାଶଧାରା ସାଙ୍ଗରେ ବିଜୁଳି ଉତ୍ପାଦନ ସହ ମଙ୍ଗଳପୁର ହାତୀ ବ୍ୟାରେଜର ବାମ, ଦକ୍ଷିଣ ଓ ମେଗା ଉଠା ଜଳସେଚନ କେନାଲ ମାଧ୍ୟମରେ ଜିଲାର ୮ଟି ବ୍ଲକରେ ଜଳସେଚନ ହେଲା। ପ୍ରକଳ୍ପକୁ ୧୯୯୧ମସିହାରେ ଏକ ବଡ଼ଧରଣର ଆଘାତ ମିଳିଥିବା ସତ୍ତ୍ୱେ ପ୍ରକଳ୍ପ କାମ ପୁନର୍ଜୀବିତ ହୋଇଥିଲା। ଶେଷରେ ୧୯୯୯ମସିହାରେ ପ୍ରଥମ
ୟୁନିଟ କାର୍ଯ୍ୟକ୍ଷମ ହୋଇ ବିଦ୍ୟୁତ୍‌ ଉତ୍ପାଦନ ସହ ବାମ କେନାଲରେ ଜଳସେଚନ ଶୁଭାରମ୍ଭ ହୋଇଥିଲା। ପରେ ୨୦୦୧ମସିହାରେ ଚାରିଟି ଯାକ ୟୁନିଟ କାର୍ଯ୍ୟକ୍ଷମ ହୋଇ ୬୦୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରିବା ସହ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନ ଆରମ୍ଭ କରାଯାଇଥିଲା। ଇନ୍ଦ୍ରାବତୀ ପ୍ରକଳ୍ପରୁ ୧୯୯୯-୨୦୦୦ ଆର୍ଥିକବର୍ଷରେ ୪୯୦.୩୮ ମିଲିୟନ ୟୁନିଟ ବିଜୁଳି ଉତ୍ପାଦନ ହୋଇ ୪୫.୯୫ କୋଟି ଟଙ୍କାର ରାଜସ୍ବ ମିଳିଥିଲା। ସେହିପରି ୨୦୨୪-୨୦୨୫ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପରୁ ମୋଟ ୪୯, ୭୬୫ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇ ୩୫୯୭.୨୫କୋଟି ଟଙ୍କାର ବିଦ୍ୟୁତ୍‌ ବିକ୍ରିକରି ସାରିଥିବା ସୂଚନା ମିଳିଛି। ୨୦୦୭-୦୮ରେ ପ୍ରକଳ୍ପରୁ ସର୍ବାଧିକ ୩୦୧୯ମିଲିୟନ ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ ହୋଇ ୧୮୨.୬୭କୋଟି ଟଙ୍କା ଉପାର୍ଜନ କରିଥିବା ବେଳେ ୨୦୦୩- ୦୪ବର୍ଷରେ ସର୍ବନିମ୍ନ ୮୦୭.୦୭ମିଲିୟନ ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ କରି ମାତ୍ର ୫୦.୪୦କୋଟି ଟଙ୍କା ରାଜସ୍ବ ଆଦାୟ କରିଥିଲା। ଏଭଳି ଏକ ନିର୍ଭରଯୋଗ୍ୟ ପ୍ରକଳ୍ପର ସ୍ଥାୟୀ ରକ୍ଷଣାବେକ୍ଷଣ ପାଇଁ ସରକାର ଚିନ୍ତାଶୀଳ ହେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri