୨୫ ବର୍ଷରେ ଇନ୍ଦ୍ରାବତୀ ପ୍ରକଳ୍ପ: ଜିଲାର ୧.୧୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ

ଭବାନୀପାଟଣା,୨୧ା୭ (ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ରାଜ୍ୟରେ କଳାହାଣ୍ଡି ଜିଲା ଏକ ସ୍ବତନ୍ତ୍ର ପରିଚୟ ପାଇଛି। ଏହି ପ୍ରକଳ୍ପ ଏବେ ୨୫ ବର୍ଷ ପୂରଣ କରିସାରିଛି। ଇନ୍ଦ୍ରାବତୀର ଜଳସେଚନକୁ ପାଥେୟ କରି ଏବେ ଜିଲାର ୧.୧୮ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେବା ସହ ଦୁଇଫସଲି ଚାଷ ହୋଇପାରୁଛି। ଅନ୍ୟପଟେ ୬୦୦ ମେଗାୱାଟ ବିଜୁଳି ଉତ୍ପାଦନ କ୍ଷମତା ରଖିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ବିଗତ ୨୫ବର୍ଷ ମଧ୍ୟରେ ୩୫୯୭.୨୫କୋଟି ଟଙ୍କାର ବିଦ୍ୟୁତ୍‌ ବିକ୍ରିକରି ରାଜ୍ୟ ମାନଚିତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛି।
୧୯୭୮ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମୋରାର୍‌ଜୀ ଦେଶାଇ ଇନ୍ଦ୍ରାବତୀ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବା ପରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ସମୁଦ୍ର ପତ୍ତନରୁ ପ୍ରାୟ ୭ଶହ ମିଟର ପାହାଡ଼ ପରିବେଷ୍ଟନି ମଧ୍ୟରେ ଇନ୍ଦ୍ରାବତୀ, କପୁର, ମୂରାନ, ଓ ପୋଡ଼ାଗଡ ଭଳି ଚିରସ୍ରୋତା ନଦୀମାନଙ୍କ ସମଷ୍ଟିରେ ୧୧୦ବର୍ଗ କିଲୋମିଟର ପରିବ୍ୟାପ୍ତ ଏକ ସୁଉଚ୍ଚ ଜଳଭଣ୍ଡାର ସୃଷ୍ଟି ହେଲା। ସେହି ଜଳରାଶିକୁ ଉଦୟଗିରି ପାହାଡ଼କୁ ଭେଦକରି ଚାରି କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ତିଆରକରି ମୁଖିଗୁଡ଼ା ଶକ୍ତି ଗୃହରୁ ବିଦ୍ୟୁତ୍‌ ଉତ୍ପାଦନ କରାଗଲା। ପ୍ରକଳ୍ପର ବିକାଶଧାରା ସାଙ୍ଗରେ ବିଜୁଳି ଉତ୍ପାଦନ ସହ ମଙ୍ଗଳପୁର ହାତୀ ବ୍ୟାରେଜର ବାମ, ଦକ୍ଷିଣ ଓ ମେଗା ଉଠା ଜଳସେଚନ କେନାଲ ମାଧ୍ୟମରେ ଜିଲାର ୮ଟି ବ୍ଲକରେ ଜଳସେଚନ ହେଲା। ପ୍ରକଳ୍ପକୁ ୧୯୯୧ମସିହାରେ ଏକ ବଡ଼ଧରଣର ଆଘାତ ମିଳିଥିବା ସତ୍ତ୍ୱେ ପ୍ରକଳ୍ପ କାମ ପୁନର୍ଜୀବିତ ହୋଇଥିଲା। ଶେଷରେ ୧୯୯୯ମସିହାରେ ପ୍ରଥମ
ୟୁନିଟ କାର୍ଯ୍ୟକ୍ଷମ ହୋଇ ବିଦ୍ୟୁତ୍‌ ଉତ୍ପାଦନ ସହ ବାମ କେନାଲରେ ଜଳସେଚନ ଶୁଭାରମ୍ଭ ହୋଇଥିଲା। ପରେ ୨୦୦୧ମସିହାରେ ଚାରିଟି ଯାକ ୟୁନିଟ କାର୍ଯ୍ୟକ୍ଷମ ହୋଇ ୬୦୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରିବା ସହ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନ ଆରମ୍ଭ କରାଯାଇଥିଲା। ଇନ୍ଦ୍ରାବତୀ ପ୍ରକଳ୍ପରୁ ୧୯୯୯-୨୦୦୦ ଆର୍ଥିକବର୍ଷରେ ୪୯୦.୩୮ ମିଲିୟନ ୟୁନିଟ ବିଜୁଳି ଉତ୍ପାଦନ ହୋଇ ୪୫.୯୫ କୋଟି ଟଙ୍କାର ରାଜସ୍ବ ମିଳିଥିଲା। ସେହିପରି ୨୦୨୪-୨୦୨୫ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପରୁ ମୋଟ ୪୯, ୭୬୫ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇ ୩୫୯୭.୨୫କୋଟି ଟଙ୍କାର ବିଦ୍ୟୁତ୍‌ ବିକ୍ରିକରି ସାରିଥିବା ସୂଚନା ମିଳିଛି। ୨୦୦୭-୦୮ରେ ପ୍ରକଳ୍ପରୁ ସର୍ବାଧିକ ୩୦୧୯ମିଲିୟନ ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ ହୋଇ ୧୮୨.୬୭କୋଟି ଟଙ୍କା ଉପାର୍ଜନ କରିଥିବା ବେଳେ ୨୦୦୩- ୦୪ବର୍ଷରେ ସର୍ବନିମ୍ନ ୮୦୭.୦୭ମିଲିୟନ ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ କରି ମାତ୍ର ୫୦.୪୦କୋଟି ଟଙ୍କା ରାଜସ୍ବ ଆଦାୟ କରିଥିଲା। ଏଭଳି ଏକ ନିର୍ଭରଯୋଗ୍ୟ ପ୍ରକଳ୍ପର ସ୍ଥାୟୀ ରକ୍ଷଣାବେକ୍ଷଣ ପାଇଁ ସରକାର ଚିନ୍ତାଶୀଳ ହେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri