ଆଭ୍ୟନ୍ତରୀଣ ପ୍ରଦୂଷଣ

ଆମ ଚତୁଃପାର୍ଶ୍ୱସ୍ଥ ବାୟୁମଣ୍ଡଳ ଦିନକୁ ଦିନ ବିଷାକ୍ତ ହୋଇ ଚାଲିଛି। ବାୟୁ ପ୍ରଦୂଷଣ କଥା ଆସିଲେ ଆମ ଆଖିଆଗରେ ଧୂଆଁ, ଧୂଳି ଓ ମାରାତ୍ମକ ଭାସମାନ ରାସାୟନିକ କଣିକାର ଛବି ନାଚି ଉଠେ। ଏହି ପ୍ରଦୂଷଣ ଆଜି ଆମ ରୋଷେଇ କକ୍ଷ, ଶୟନ କକ୍ଷ ଓ ବୈଠକ କକ୍ଷ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ଏକଥା ଆମେ ସ୍ବପ୍ନରେ କଳ୍ପନା କରି ନ ଥିଲୁ। ଏହା ଅତି ଚିନ୍ତାଜନକ ବିଷୟ। କାରଣ ଘର ଭିତରର ପ୍ରଦୂଷଣ ବାହ୍ୟ ପ୍ରଦୂଷଣ ଅପେକ୍ଷା ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଏ କ୍ଷେତ୍ରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ସହରର ସ୍ଥିତି ଅତୀବ ସଙ୍ଗିନ। ଏସବୁ ମହାନଗରୀରେ ବାହ୍ୟ ପ୍ରଦୂଷଣ ସହିତ ଘର ଭିତରର ବାତାବରଣ ଆଦୌ ସୁରକ୍ଷିତ ନାହିଁ। ଏଭଳି ଦୟନୀୟ ସ୍ଥିତି ଯୋଗୁ ଘର ଭିତରର ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ଯେ ଲୋକେ ଶ୍ବାସକ୍ରିୟା ସକାଶେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଅନେକ ରୋଗର କାରକ ଅନାୟାସରେ ଶରୀର ମଧ୍ୟକୁ ପହଞ୍ଚୁଛି। ଲୋକଙ୍କ ଫୁସ୍‌ଫୁସ୍‌ ବହୁମାତ୍ରାରେ କ୍ଷତି ଘଟୁଛି। ସାଧାରଣ କାଶ, ଛିଙ୍କଠାରୁ ଆରମ୍ଭ କରି ଲୋକେ ଶ୍ବାସରୋଗ, ହୃଦ୍‌ରୋଗ, ହୃଦ୍‌ଘାତ, ଯକ୍ଷ୍ମା ଓ କର୍କଟ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି।
କିଛି ବର୍ଷ ତଳେ ଦିଲ୍ଲୀସ୍ଥିତ ବଲ୍ଲଭଭାଇ ପଟେଲ ଚେଷ୍ଟ ଇନ୍‌ଷ୍ଟିଚ୍ୟୁଟ ଦିଲ୍ଲୀ ଓ ନୋଏଡା ଅଞ୍ଚଳର ଆଭ୍ୟନ୍ତରୀଣ ପ୍ରଦୂଷଣ ଉପରେ ଏକ ସର୍ବେକ୍ଷଣ କରିଥିଲା। ଏଠିକାର ଘରଗୁଡିକର ଆଭ୍ୟନ୍ତରୀଣ ପ୍ରଦୂଷଣର ସ୍ଥିତି ଯାଞ୍ଚ ଦ୍ବାରା ଯେଉଁ ତଥ୍ୟ ମିଳିଥିଲା, ତାହା କେବଳ ବିବ୍ରତ କରି ନ ଥିଲା ବରଂ ଏହା ଆମ ଦେଶର ଆଖି ଖୋଲି ଦେଇଥିଲା। ଦିଲ୍ଲୀର କେତେକ ସ୍ଥାନର ଘର ଭିତରର ପ୍ରଦୂଷଣ ଅତିମାତ୍ରାରେ ବୃଦ୍ଧି ପାଇଥିବା ଏହି ଗବେଷଣାରୁ ଜଣାପଡ଼ିଥିଲା। ଯେଉଁଥିପାଇଁ ଏଠିକାର ୧୪%ରୁ ଊର୍ଦ୍ଧ୍ୱ ପିଲା ଆଜି ଶ୍ବାସରୋଗରେ ପୀଡ଼ିତ। ଦିଲ୍ଲୀର ଔଦ୍ୟୋଗିକ ଅଞ୍ଚଳରେ ବାସ କରୁଥିବା ୧୧.୮% ପିଲା ଶ୍ବାସରୋଗୀ ହୋଇଥିବା ବେଳେ ଜନବସତି ଅଞ୍ଚଳରେ ଏହି ସଂଖ୍ୟା ସାଢ଼େ ୭%ରୁ କିଛି ଅଧିକ। ପୂର୍ବରୁ ସହରାଞ୍ଚଳର ୪୩.୯% ପିଲା କଫ ଓ ଶ୍ବାସଜନିତ ସମସ୍ୟା ଭୋଗୁଥିଲେ। ଏହି ମାମଲାରେ ଗାଁଗୁଡିକର ସ୍ଥିତି ସାମାନ୍ୟ ଭଲ ଅଛି। ତଥ୍ୟ ଅନୁସାରେ ଯେଉଁସବୁ ଘରେ କାଠ ଓ କୋଇଲାରେ ରନ୍ଧନ ହେଉଥିଲା, ସେହି ଅଞ୍ଚଳର ବାୟୁରେ ସଲଫର୍‌ ଡାଇଅକ୍ସାଇଡ ୪ଗୁଣ ଅଧିକ ରହିଛି। ଅଧ୍ୟୟନର ତଥ୍ୟ ଅନୁଯାୟୀ ଘର ଭିତରେ ଧୂପବତି, ଧୂପକାଠି ଓ ମଶାଧୂପର ଧୂଆଁ ପ୍ରଦୂଷଣ ସ୍ତରକୁ ସାଧାରଣ ସ୍ତର ଅପେକ୍ଷା ୧୫ଗୁଣ ବୃଦ୍ଧି କରିଛି। ଏହି ଅଧ୍ୟୟନ କେତେକ ନିର୍ଦ୍ଦିଷ୍ଟ କକ୍ଷରେ ହୋଇଥିଲା। କକ୍ଷ ମଧ୍ୟରେ ଧୂଆଁ ଜମାହୋଇ ନ ରହିବା ପାଇଁ ଏହାର ଦ୍ବାର ଓ ଝରକାକୁ ଖୋଲି ଦିଆଯାଇଥିଲା। ଧୂପବତି, ଧୂପକାଠି ଓ ମଶାଧୂପ ଜଳାଇବା ପୂର୍ବରୁ ଓ ପରେ କକ୍ଷର ପ୍ରଦୂଷଣ ମାତ୍ରା ମାପ କରାଯାଇଥିଲା। ସ୍ଥିରୀକୃତ ମାନକ ଅନୁଯାୟୀ ୨.୫ ମାଇକ୍ରୋନ ଆକାରର କଣିକା ସ୍ତର ୬୦ ମାଇକ୍ରୋଗ୍ରାମ୍‌ ରହିବା କଥା କିନ୍ତୁ ଧୂପବତି, ଧୂପକାଠି ଓ ମଶାଧୂପ ଜାଳିବା ସମୟରେ କକ୍ଷ ଭିତରେ ଏହି ସ୍ତର ୧୮୭୯.୭ ମାଇକ୍ରୋଗ୍ରାମ୍‌ ଥିଲା। ୧୦ ମାଇକ୍ରୋନ ଆକାରର କଣିକା ସ୍ତର ୧ଶହ ମାଇକ୍ରୋଗ୍ରାମ ରହିବା କଥା କିନ୍ତୁ ଧୂପବତି, ଧୂପକାଠି ଓ ମଶାଧୂପ ଜାଳିବା ସମୟରେ କକ୍ଷ ଭିତରେ ଏହି ସ୍ତର ୧୭୭୫ମାଇକ୍ରୋଗ୍ରାମକୁ ଅତିକ୍ରମ କରିଥିଲା। ଧୂପବତୀ ଜାଳିଲେ ସବୁଠାରୁ ଅଧିକ ଧୂଆଁ ସୃଷ୍ଟି ହୋଇଥାଏ। ତା’ ପଛକୁ ରହିଛି ଧୂପକାଠି ଓ ମଶାଧୂପ। ତେଣୁ ଘରେ ଧୂପବତି, ଧୂପକାଠି ଓ ମଶାଧୂପ ଜଳାଉଥିଲେ ଅଧିକ ସତର୍କ ରହିବା।
ବାହ୍ୟ ପ୍ରଦୂଷଣ ଅପେକ୍ଷା ଆଭ୍ୟନ୍ତରୀଣ ପ୍ରଦୂଷଣ ୧୦ଗୁଣ କ୍ଷତିକାରକ ବୋଲି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ସେଣ୍ଟର ଫର୍‌ କମ୍ୟୁନିଟି ମେଡିସିନ ନିଜ ଅଧ୍ୟୟନରେ ପ୍ରକାଶ କରିଛି। ଘରେ ରନ୍ଧା ସମୟରେ ନିର୍ଗତ ବାୟୁ ଯୋଗୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୫୦% ଯୁବକଙ୍କ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଛି। ଏହା ଯକ୍ଷ୍ମା ରୋଗର ଏକ ପ୍ରମୁଖ କାରଣ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ ରୋଷେଇ ଘରୁ ନିର୍ଗତ ଧୂଆଁ ଓ ବାଷ୍ପ ଦ୍ବାରା ପ୍ରତିବର୍ଷ ବିକାଶଶୀଳ ଦେଶରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାନ୍ତି। ଅର୍ଥାତ୍‌ ରୋଷେଇଘରୁ ନିର୍ଗତ ଧୂଆଁ ଓ ବାଷ୍ପ ପ୍ରତି ସେକେଣ୍ଡରେ ଜଣଙ୍କ ମୁଣ୍ଡ ନେଇ ଚାଲିଛି। ବାହ୍ୟ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଅନେକ ସମୟରେ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେଉଛି। ଯାତାୟାତ ଉପରେ କଟକଣା ଲାଗୁଛି। ଏହାଦ୍ବାରା ଦିଲ୍ଲୀ ଅଞ୍ଚଳର ବାୟୁମଣ୍ଡଳ ପ୍ରଦୂଷଣ ଉପରେ କେତେ ଲଗାମ ଲାଗିଛି ତାହା ଭିନ୍ନ ପରିସଂଖ୍ୟାନରୁ ଜଣାପଡିବ, କିନ୍ତୁ ଘର ଭିତରର ପ୍ରଦୂଷଣ ଉପରେ ଏହି ପରିସଂଖ୍ୟାନ ଅନେକ ପ୍ରଶ୍ନ ଠିଆ କରିଛି। କାରଣ ଶିଶୁ, ମହିଳା ଓ ବୟସ୍କମାନେ ମାତ୍ରାଧିକ ସମୟ ଘର ଭିତରେ କାଟନ୍ତି। ବିଗତ ଦିନରେ କରୋନା ସଂକ୍ରମଣରୁ ରକ୍ଷା ପାଇଁ ତଥା ଲକ୍‌ଡାଉନ ଓ ଶଟ୍‌ ଡାଉନ ଭଳି କଟକଣାର ବାଧ୍ୟବାଧକତା ଯୋଗୁ ସଭିଙ୍କୁ ଘର ଭିତରେ ରହିବାକୁ ପଡିଥିଲା। ଏଭଳି ସ୍ଥିତିରେ ଆଭ୍ୟନ୍ତରୀଣ ପ୍ରଦୂଷଣ ଆମକୁ ରୋଗିଣା କରି ଦେଇପାରେ।ଘର ଭିତରର ପ୍ରଦୂଷଣ ଫୁସ୍‌ଫୁସ୍‌ ପାଇଁ ଅତ୍ୟନ୍ତ କ୍ଷତିକାରକ, ଅଥଚ ସେ ବିଷୟରେ ଆମେ ସଚେତନ ନୁହନ୍ତି।
ସୁସ୍ଥ ଶରୀରରେ ସୁସ୍ଥ ବିଚାର ଜନ୍ମ ନିଏ। ଘର ଭିତରେ ସୁସ୍ଥ ଜୀବନଯାପନ ପାଇଁ ଚାହୁଁଥିଲେ, ଆମକୁ କେତେକ ଉପାୟ ଅବଲମ୍ବନ କରିବାକୁ ହେବ। ପ୍ରଥମତଃ ଆମେ ଠାକୁରଙ୍କୁ ଯେଉଁ ଧୂପବତି ଦେଉ ସେଥିରେ ଘର ଭିତରର ବାୟୁ ପ୍ରଦୂଷିତ ହୁଏ। ତେଣୁ ପ୍ରାକୃତିକ ଧୂପବତି ଜାଳି ଆମେ ବାୟୁ ପ୍ରଦୂଷଣକୁ ବି ଅନେକ ମାତ୍ରାରେ ରୋକି ପାରିବା। ୨ୟରେ ମଶା ମାରିବା ପାଇଁ ମଶାଧୂପ ନ ଲଗାଇ ଏମାନଙ୍କ ବଂଶ ଲୋପ ପାଇଁ ଉପାୟ ବାହାର କରି ଆମେ ଏହାର ବ୍ୟବହାରକୁ କମାଇ ପାରିବା। ଶୋଇବା ବେଳେ ମଶାରି ବ୍ୟବହାର କରିବା। ୩ୟରେ କେହିକେହି ଘର ଭିତରେ ଧୂମପାନ କରିଥାନ୍ତି। ଏଭଳି ବଦଭ୍ୟାସରୁ ନିବୃତ୍ତ ରହିବା। ୪ର୍ଥରେ ଘରଗୁଡ଼ିକରେ ଥିବା ରେଫ୍ରିଜରେଟର୍‌ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରୁ କ୍ଲୋରୋଫ୍ଲୋର କାର୍ବନ ନାମକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ। ଏହା କେବଳ ଘର ଭିତରର ବାୟୁକୁ ପ୍ରଦୂଷିତ କରି ନ ଥାଏ ବରଂ ଓଜୋନ ସ୍ତରକୁ ମଧ୍ୟ କ୍ଷତି ପହଞ୍ଚାଏ। ତେଣୁ ଏଗୁଡିକଠାରୁ ଯଥା ସମ୍ଭବ ଦୂରେଇ ରହିବା ଅବା ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବା।
ବୈପାରୀଗୁଡ଼ା, କୋରାପୁଟ
ମା: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri