Posted inଜାତୀୟ

ଭାରତ-ଚାଇନା ସଙ୍କଟ: ତିବ୍ବତ କାର୍ଡ ଖେଳିବେ କି ମୋଦି

ଧର୍ମଶାଳା,୬।୭: ଭାରତ ଚାଇନା ସଙ୍କଟ ମଧ୍ୟରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଦଲାଇ ଲାମାଙ୍କୁ ନେଇ ତିବ୍ବତ କାର୍ଡ ଖେଳିବାକୁ ଭାରତ ପକ୍ଷରୁ ଚିନ୍ତା କରାଯିବା ସପକ୍ଷରେ କେତେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି। ଏହା ଦ୍ୱାରା ଚାଇନାର ଶକ୍ତି ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଲାଇ ଲାମାଙ୍କ ଜନ୍ମ ଦିନରେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସେନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍‌ ତେସରିଂ ତାଙ୍କର ନାମ କରଣ ଲାହାମୋ ଥୋଣ୍ଡୁପ୍‌ ଭାବେ କରିଥିଲେ। ୧୯୫୯ ମାର୍ଚ୍ଚ ୩୦ରେ ସେ ଭାରତକୁ ଶରଣାର୍ଥୀ ଭାବେ ଆସିଥିଲେ। ସେହିବର୍ଷ ଏପ୍ରିଲ୍‌ ୧୮ରେ ସେ ଆସାମର ତେଜ୍‌ପୁରରେ ପହଞ୍ଚିଥିଲେ। ପରେ ହିମାଚଳପ୍ରଦେଶର ଧର୍ମଶାଳାରେ ସେ ୮୦ ହଜାରରୁ ଅଧିକ ତିବ୍ବତ ଶରଣାର୍ଥୀଙ୍କ ସହିତ ବାସ କରିବା ଆରମ୍ଭ କରିଥିଲେ। ଦଲାଇ ଲାମାଙ୍କ ଉଦ୍ୟମରେ ୨ଶହରୁ ଅଧିକ ବୌଦ୍ଧ ସ୍ତୁପର ବିକାଶ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ନେଇ ମିଥ୍ୟା ଖବର: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୧୨୦ ଅବସରପ୍ରାପ୍ତ ଯବାନ

ନୂଆଦିଲ୍ଲୀ, ୧୫।୧୦: ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ଥିବା ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ୨୦୧୩ ମେ’ଠାରୁ ପ୍ରଚାରିତ ହେବାରେ ଲାଗିଛି। ଏହାର ବିରୋଧ...

ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ସିଲମପୁର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଟ କୋଠା ଘର ସୋମବାର ବିଳମ୍ବିତ ରାତିରେ ଭୁଶୁଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ଭାରତୀୟ ସେନାର କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ଭାରତୀୟ ସେନା ଏହାର କଡ଼ା...

ପଶ୍ଚିମବଙ୍ଗରେ ଦିଦି-କେରଳରେ ଲେଫ୍ଟ ଆଗରେ…

କୋଲକାତା/ଥିରଭାନନ୍ତପୁରମ୍‌,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ରବିବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟଗଣନାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ତୃଣମୂଳ, କଂଗ୍ରେସ ଆଗୁଆ ରହିଛି।...

ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି...

୨୦୨୦ ମାର୍ଚ୍ଚ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୯ ଦିନ ଧରି...

ବିବାଦକୁ ଆସିଲା ‘ଛପାକ’

ମୁମ୍ବାଇ,୨୪।୧୨: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି। ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ...

ୟୁପିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନ୍‌ଏସ୍‌ଏ

ଲକ୍ଷ୍ନୌ,୧୬ା୪: ଉତ୍ତରପ୍ରଦେଶରେ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ପରିମଳ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ଏନ୍‌ଏସ୍‌ଏ(ଜାତୀୟ ସୁରକ୍ଷା ଆଇନ) ଏବଂ ବିପର୍ଯ୍ୟୟ...

Advertisement
Archives

Model This Week