ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ଆସନ୍ତା ମାସରୁ…

ନୂଆଦିଲ୍ଲୀ,୮।୧ : ଭାରତ ଏବଂ ବାଂଲାଦେଶର ଉଚ୍ଚାଭିଳାଷୀ ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ପ୍ରକଳ୍ପ (ଆଇବିଏଫପିଏଲ) ଆସନ୍ତା ମାସରୁ ଆରମ୍ଭ ହେବ। ଏହି ପାଇପଲାଇନର କାର୍ଯ୍ୟ ଆରମ୍ଭ ଉଭୟ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ।

ଆଇବିଏଫପିଏଲ ପ୍ରକଳ୍ପର ମୂଲ୍ୟ ୩୭୭ କୋଟି ଟଙ୍କା । ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ପ୍ରକଳ୍ପ ପଶ୍ଚିମବଙ୍ଗର ସିଲିଗୁଡିକୁ ବାଂଲାଦେଶର ପାର୍ବତୀପୁର ଡିପୋ ସହିତ ସଂଯୋଗ କରିବ। ଏହି ପାଇପଲାଇନ ସାହାଯ୍ୟରେ ଭାରତର ଆସାମର ନୁମାଲିଗଢ ରିଫାଇନାରୀର ମାର୍କେଟିଂ ଟର୍ମିନାଲ ସିଲିଗୁଡିରୁ ଇନ୍ଧନ ବାଂଲାଦେଶ ପେଟ୍ରୋଲିୟମ ନିଗମର ପାର୍ବତୀପୁର ଡିପୋକୁ ପଠାଯିବ।

ଏହି ୧୩୦ କିଲୋମିଟର ଲମ୍ବା ପାଇପଲାଇନର ମୂଳଦୁଆ ସେପ୍ଟେମ୍ବର ୨୦୧୮ ରେ ରଖାଯାଇଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଭାରତ ଏହି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିଛି ଏବଂ ଏହି ପ୍ରକଳ୍ପର କାର୍ଯ୍ୟ ଗତ ବର୍ଷ ୨୦୨୨ ଡିସେମ୍ବର ୧୨ ରେ ଶେଷ ହୋଇଥିଲା। ବର୍ତ୍ତମାନ ଏହି ପାଇପଲାଇନ ଆସନ୍ତା ମାସରୁ ଆରମ୍ଭ ହେବ। ତେବେ ବାଂଲାଦେଶକୁ ତୈଳ ରପ୍ତାନି ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। ନୁମାଲିଗଢ ରିଫାଇନାରୀର ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ଇଞ୍ଜିନିୟରିଂର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ଉଭୟ ଦେଶ ବୈଷୟିକ ଏବଂ ପାରସ୍ପରିକ ସହଯୋଗରେ ସମସ୍ତ ବାଧାକୁ ଅତିକ୍ରମ କରିଥିଲେ ।

ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ଉଭୟ ଦେଶ ନିକଟତର ହେବେ ବୋଲି ଅଧିକାରୀ କହିଛନ୍ତି। ପ୍ରକୃତରେ, ଏପ୍ରିଲ ୨୦୧୭ ରେ, ନୁମାଲିଗଢ ରିଫାଇନାରୀ ଏବଂ ବାଂଲାଦେଶ ପେଟ୍ରୋଲିୟମ ନିଗମ ମଧ୍ୟରେ ପାଇପଲାଇନ ମାଧ୍ୟମରେ ହାଇ ସ୍ପିଡ ଡିଜେଲ ରପ୍ତାନି ପାଇଁ ଏକ ଚୁକ୍ତି ହୋଇଥିଲା। ଏହା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏକ ବୈଠକ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପାଇପଲାଇନକୁ ଅର୍ଥ ପ୍ରଦାନ କରିବାକୁ ରାଜି ହୋଇଥିଲେ। ଯାହା ପରେ ଅକ୍ଟୋବର ୨୦୧୭ରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ପାଇପଲାଇନର କ୍ଷମତା ବାର୍ଷିକ ୧୦ ଲକ୍ଷ ମେଟ୍ରିକ ଟନ ଅଟେ । ଯେଉଁଥିରେ ନୁମାଲିଗଢ ରିଫାଇନାରୀ ଲିମିଟେଡ ଦ୍ୱାରା ୯୧.୮୪ କୋଟି ଟଙ୍କା ବିନିଯୋଗ କରାଯାଇଛି। ଅବଶିଷ୍ଟ ୨୮୬ କୋଟି ଟଙ୍କା ଭାରତ ସରକାର ବାଂଲାଦେଶକୁ ସହାୟତା ରୂପେ ପ୍ରଦାନ କରିଥିଲେ। ଇଣ୍ଡୋ-ବାଂଲା ଫ୍ରେଣ୍ଡସିପ ପାଇପଲାଇନ ମାଧ୍ୟମରେ ରପ୍ତାନି ଆରମ୍ଭରୁ ବାଂଲାଦେଶ ୧୫ ବର୍ଷ ପାଇଁ ଭାରତରୁ ଡିଜେଲ କିଣିବ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?