ଓ୍ବାର୍କ ଫ୍ରମ୍‌ ହୋମ୍‌ରୁ ବଢ଼ୁଛି ପରୋକ୍ଷ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲକ୍‌ଡାଉନ୍‌ ଲାଗୁହେବା ପରେ ବିଭିନ୍ନ କର୍ପୋରେଟ ସେକ୍ଟରରେ କର୍ମଚାରୀମାନେ ଘରେ ରହି କାମ କରିବା(ଓ୍ବାର୍କ ଫ୍ରମ୍‌ ହୋମ୍‌)କୁ ବାଧ୍ୟ ହୋଇଛନ୍ତି। ଏବେ କର୍ପୋରେଟ ଲାଇଫ୍‌ର ଏହା ଏକ ଅଙ୍ଗ ପାଲଟିଗଲାଣି। ହେଲେ ଅନେକ କ୍ଷେତ୍ରରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଯୋଗୁ ପରୋକ୍ଷ ଯୌନ ଉତ୍ପୀଡ଼ନ ବୃଦ୍ଧିପାଉଥିବା ଜଣାପଡ଼ିଛି। ମର୍ଚୁଆଲ ମିଟିଂରେ ଜଣେ କର୍ମଚାରୀ ଶାର୍ଟ ନ ପିନ୍ଧି ମହିଳା ପରିଚାଳକଙ୍କ ସହ ଆଲୋଚନା କରିବା, ଜଣେ ମହିଳା ସହକର୍ମୀଙ୍କ ସହ ସ୍କ୍ରିନ୍‌ଶଟ୍‌ ନେବା, ଆଗୁଆ ନ ଜଣାଇ ରାତି ୧୧ଟା ପରେ ହଠାତ୍‌ ମୋବାଇଲ ଭିଡିଓ ଅନ୍‌ କରି ମିଟିଂକରିବା, ଅନିଚ୍ଛା କ୍ରମେ ଜଣେ ମହିଳା କର୍ମଚାରୀ ମାତାଲ୍‌ ହେବା ଭଳି ମାଲିକ କିମ୍ବା ପରିଚାଳକଙ୍କ କଥାରେ ହଁ ମାରିବା, ବରିଷ୍ଠ କର୍ମଚାରୀ ଓ ଅଧିକାରୀଙ୍କ ବିଭିନ୍ନ ଇଙ୍ଗିତ ଓ ଗାଳିଗୁଲଜକୁ ସହ୍ୟକରିବା ଭଳି ଘଟଣା ଘଟୁଛି।
ଗତ ମାର୍ଚ୍ଚରୁ କରୋନାର ଆଗମନ ପରେ ଦେଶର ଲୋକମାନେ ଏଭଳି ଇନ୍‌ଡୋର ଓ୍ବାର୍କ କରିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ କମ୍ପାନୀ ମଧ୍ୟ ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ବାଧ୍ୟ କରୁଛନ୍ତି। ଫଳରେ ଅନେକ କ୍ଷେତ୍ରରେ କର୍ମଚାରୀଙ୍କୁ ପରୋକ୍ଷ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ୁଛି ବୋଲି ଚେନ୍ନାଇର ଏକ ଏଚ୍‌ଆର୍‌ ଫାର୍ମ ‘କେଲ୍ପ ଏଚ୍‌ଆର୍‌’ର କର୍ମଚାରୀ ଭିଜି ହରି ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ପରଠାରୁ ଏଭଳି ଅନେକ ମାମଲା ହସ୍ତଗତ ହୋଇଥିବା ସେ କହିଛନ୍ତି। ଜବ୍‌ ସିକ୍ୟୁରିଟିକୁ ଗୁରୁତ୍ୱ ଦେଇ ଅନେକ କର୍ମଚାରୀ ଏଭଳି ଯୌନ ଉତ୍ପୀଡ଼ନ ଘଟଣାକୁ ଲୋକଲୋଚନକୁ ଆଣୁ ନ ଥିବା ଅଭିଯୋଗ ହୋଇଛି।
ଭର୍ଚୁଆଲ ମିଟିଂ ବେଳେ ଉପଯୁକ୍ତ ଡ୍ରେସ୍‌କୋଡ୍‌ ରଖିବା, ଅଫିସ୍‌ ଆଓ୍ବାର୍‌ରେ କଲ୍‌କରିବା କିମ୍ବା କୌଣସି ପରାମର୍ଶ ଦେବା, କୌଣସି ଥଟ୍ଟାମଜା କିମ୍ବା ଖରାପ ଇଙ୍ଗିତ, ଗାଳିଗୁଲଜ ନ କରି କେବଳ ଅଫିସ୍‌ କଥା ଆଲୋଚନା କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ। ବିଶେଷକରି ମୋବାଇଲ, ଟ୍ୟାବ୍‌ କିମ୍ବା ସୋସିଆଲ ମିଡିଆ ବ୍ୟବହାର ବେଳେ ଏସବୁ ଦିଗ ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଜରୁରୀ। ବିଶେଷ କରି ମହିଳା କର୍ମଚାରୀଙ୍କ ସହ କଥା ହେବା ବେଳେ ଶାଳିନତା ରକ୍ଷାକରିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ନବନିଯୁକ୍ତ କର୍ମଚାରୀମାନେ ପ୍ରଫେସନାଲଙ୍କ ଭଳି ବ୍ୟବହାର କରି ନ ଥାନ୍ତି। ସେମାନେ ପରୋକ୍ଷ ଭାବେ ଯୌନ ଉତ୍ପୀଡ଼ନର ଶିକାର ହେବା ସ୍ବାଭାବିକ। ଏଥିପ୍ରତି ସାବଧାନତା ଓ ସତର୍କତା ଆବଶ୍ୟକ। ବଡ଼ ବଡ଼ ଅନ୍ତର୍ଜାତୀୟ କମ୍ପାନୀ କରୁଥିବା ଭର୍ଚୁଆଲ ମିଟିଂ ସମ୍ପର୍କରେ ସମସ୍ତେ ଅବଗତ ହେବା ଉଚିତ। ସେମାନଙ୍କ ପୋଷାକ, କଥାବାର୍ତ୍ତାର ଶୈଳୀକୁ ଶିକ୍ଷାକରିବା ସହ ଜଣେ କର୍ମଚାରୀ ନିଜକୁ ଯେପରି ଅସୁରକ୍ଷିତ ନ ମଣେ କିମ୍ବା ଲଜ୍ଜାବୋଧ ନ କରେ, ସେଥିପ୍ରତି ସଜାଗ ରହିବା ଜରୁରୀ। ଯଦିଓ ଓ୍ବାର୍କ ଫ୍ରମ୍‌ ହୋମ୍‌ କମ୍ପାନୀଗୁଡ଼ିକ ଲାଗି ଏକ ଚ୍ୟାଲେଞ୍ଜ ସଦୃଶ, ତଥାପି ସବୁ ପ୍ରକାର ପରିସ୍ଥିତିକୁ ନେଇ ଚାଲିବାକୁ ପଡ଼ିବ। କୌଣସି କର୍ମଚାରୀ ଯେପରି ନିଜକୁ ଅସୁରକ୍ଷିତ କିମ୍ବା ଯୌନ ଉତ୍ପୀଡ଼ନର ଶିକାର ବୋଲି ନ ଭାବନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri