ଓ୍ବାର୍କ ଫ୍ରମ୍‌ ହୋମ୍‌ରୁ ବଢ଼ୁଛି ପରୋକ୍ଷ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲକ୍‌ଡାଉନ୍‌ ଲାଗୁହେବା ପରେ ବିଭିନ୍ନ କର୍ପୋରେଟ ସେକ୍ଟରରେ କର୍ମଚାରୀମାନେ ଘରେ ରହି କାମ କରିବା(ଓ୍ବାର୍କ ଫ୍ରମ୍‌ ହୋମ୍‌)କୁ ବାଧ୍ୟ ହୋଇଛନ୍ତି। ଏବେ କର୍ପୋରେଟ ଲାଇଫ୍‌ର ଏହା ଏକ ଅଙ୍ଗ ପାଲଟିଗଲାଣି। ହେଲେ ଅନେକ କ୍ଷେତ୍ରରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଯୋଗୁ ପରୋକ୍ଷ ଯୌନ ଉତ୍ପୀଡ଼ନ ବୃଦ୍ଧିପାଉଥିବା ଜଣାପଡ଼ିଛି। ମର୍ଚୁଆଲ ମିଟିଂରେ ଜଣେ କର୍ମଚାରୀ ଶାର୍ଟ ନ ପିନ୍ଧି ମହିଳା ପରିଚାଳକଙ୍କ ସହ ଆଲୋଚନା କରିବା, ଜଣେ ମହିଳା ସହକର୍ମୀଙ୍କ ସହ ସ୍କ୍ରିନ୍‌ଶଟ୍‌ ନେବା, ଆଗୁଆ ନ ଜଣାଇ ରାତି ୧୧ଟା ପରେ ହଠାତ୍‌ ମୋବାଇଲ ଭିଡିଓ ଅନ୍‌ କରି ମିଟିଂକରିବା, ଅନିଚ୍ଛା କ୍ରମେ ଜଣେ ମହିଳା କର୍ମଚାରୀ ମାତାଲ୍‌ ହେବା ଭଳି ମାଲିକ କିମ୍ବା ପରିଚାଳକଙ୍କ କଥାରେ ହଁ ମାରିବା, ବରିଷ୍ଠ କର୍ମଚାରୀ ଓ ଅଧିକାରୀଙ୍କ ବିଭିନ୍ନ ଇଙ୍ଗିତ ଓ ଗାଳିଗୁଲଜକୁ ସହ୍ୟକରିବା ଭଳି ଘଟଣା ଘଟୁଛି।
ଗତ ମାର୍ଚ୍ଚରୁ କରୋନାର ଆଗମନ ପରେ ଦେଶର ଲୋକମାନେ ଏଭଳି ଇନ୍‌ଡୋର ଓ୍ବାର୍କ କରିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ କମ୍ପାନୀ ମଧ୍ୟ ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ବାଧ୍ୟ କରୁଛନ୍ତି। ଫଳରେ ଅନେକ କ୍ଷେତ୍ରରେ କର୍ମଚାରୀଙ୍କୁ ପରୋକ୍ଷ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ୁଛି ବୋଲି ଚେନ୍ନାଇର ଏକ ଏଚ୍‌ଆର୍‌ ଫାର୍ମ ‘କେଲ୍ପ ଏଚ୍‌ଆର୍‌’ର କର୍ମଚାରୀ ଭିଜି ହରି ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ପରଠାରୁ ଏଭଳି ଅନେକ ମାମଲା ହସ୍ତଗତ ହୋଇଥିବା ସେ କହିଛନ୍ତି। ଜବ୍‌ ସିକ୍ୟୁରିଟିକୁ ଗୁରୁତ୍ୱ ଦେଇ ଅନେକ କର୍ମଚାରୀ ଏଭଳି ଯୌନ ଉତ୍ପୀଡ଼ନ ଘଟଣାକୁ ଲୋକଲୋଚନକୁ ଆଣୁ ନ ଥିବା ଅଭିଯୋଗ ହୋଇଛି।
ଭର୍ଚୁଆଲ ମିଟିଂ ବେଳେ ଉପଯୁକ୍ତ ଡ୍ରେସ୍‌କୋଡ୍‌ ରଖିବା, ଅଫିସ୍‌ ଆଓ୍ବାର୍‌ରେ କଲ୍‌କରିବା କିମ୍ବା କୌଣସି ପରାମର୍ଶ ଦେବା, କୌଣସି ଥଟ୍ଟାମଜା କିମ୍ବା ଖରାପ ଇଙ୍ଗିତ, ଗାଳିଗୁଲଜ ନ କରି କେବଳ ଅଫିସ୍‌ କଥା ଆଲୋଚନା କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ। ବିଶେଷକରି ମୋବାଇଲ, ଟ୍ୟାବ୍‌ କିମ୍ବା ସୋସିଆଲ ମିଡିଆ ବ୍ୟବହାର ବେଳେ ଏସବୁ ଦିଗ ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଜରୁରୀ। ବିଶେଷ କରି ମହିଳା କର୍ମଚାରୀଙ୍କ ସହ କଥା ହେବା ବେଳେ ଶାଳିନତା ରକ୍ଷାକରିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ନବନିଯୁକ୍ତ କର୍ମଚାରୀମାନେ ପ୍ରଫେସନାଲଙ୍କ ଭଳି ବ୍ୟବହାର କରି ନ ଥାନ୍ତି। ସେମାନେ ପରୋକ୍ଷ ଭାବେ ଯୌନ ଉତ୍ପୀଡ଼ନର ଶିକାର ହେବା ସ୍ବାଭାବିକ। ଏଥିପ୍ରତି ସାବଧାନତା ଓ ସତର୍କତା ଆବଶ୍ୟକ। ବଡ଼ ବଡ଼ ଅନ୍ତର୍ଜାତୀୟ କମ୍ପାନୀ କରୁଥିବା ଭର୍ଚୁଆଲ ମିଟିଂ ସମ୍ପର୍କରେ ସମସ୍ତେ ଅବଗତ ହେବା ଉଚିତ। ସେମାନଙ୍କ ପୋଷାକ, କଥାବାର୍ତ୍ତାର ଶୈଳୀକୁ ଶିକ୍ଷାକରିବା ସହ ଜଣେ କର୍ମଚାରୀ ନିଜକୁ ଯେପରି ଅସୁରକ୍ଷିତ ନ ମଣେ କିମ୍ବା ଲଜ୍ଜାବୋଧ ନ କରେ, ସେଥିପ୍ରତି ସଜାଗ ରହିବା ଜରୁରୀ। ଯଦିଓ ଓ୍ବାର୍କ ଫ୍ରମ୍‌ ହୋମ୍‌ କମ୍ପାନୀଗୁଡ଼ିକ ଲାଗି ଏକ ଚ୍ୟାଲେଞ୍ଜ ସଦୃଶ, ତଥାପି ସବୁ ପ୍ରକାର ପରିସ୍ଥିତିକୁ ନେଇ ଚାଲିବାକୁ ପଡ଼ିବ। କୌଣସି କର୍ମଚାରୀ ଯେପରି ନିଜକୁ ଅସୁରକ୍ଷିତ କିମ୍ବା ଯୌନ ଉତ୍ପୀଡ଼ନର ଶିକାର ବୋଲି ନ ଭାବନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri