Posted inଜାତୀୟ

ଯେତେବେଳେ ବ୍ରେକଫାଷ୍ଟରେ ଅମୃତଭଣ୍ଡା ମାଗିଥିଲେ ଇନ୍ଦିରା ଗାନ୍ଧୀ, ପୋଲିସ ଗାଡିରେ ଆଣିବାକୁ ଯାଇଥିଲେ ସେଫ୍‌, ମଜାଦାର ଘଟଣା ବଖାଣିଲେ ଇନ୍ଦିରାଙ୍କ ସେଫ୍‌

ନୂଆଦିଲ୍ଲୀ,୩୦।୧୨: ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରିଟ୍ରିଟ ପାଇଁ ୪୦ରୁ ଅଧିକ ଦେଶର ପ୍ରମୁଖ ନେତାଙ୍କ ସହ ବୈଠକ କରୁଥିଲେ। ଗୋଆର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବା ପାଇଁ ଗୋଆରେ ଏହି ବୈଠକ ଆୟୋଜିତ ହୋଇଥିଲା। ତେବେ ଏହି ସମୟରେ କିଛି ଏପରି କୌତୁହଳପୂର୍ଣ୍ଣ ଘଟଣା ଘଟିଥିଲା ଯାହାକୁ ଇନ୍ଦିରାଙ୍କ ସେଫ୍‌ ସତୀଶ ଅରୋରା ତାଙ୍କ ପୁସ୍ତକ ‘ସ୍ବିଟସ୍‌ ଆଣ୍ଡ ବିଟର୍ସ: ଟେଲ୍ସ ଫର୍ମ ଏ ସେଫ୍ସ ଲାଇଫରେ ବର୍ଣ୍ଣନା କରିଛନ୍ତି।

ଘଟଣାଟି କିଛି ଏହିପରି, ଦିନେ ସକାଳ ବ୍ରେକଫାଷ୍ଟରେ ଇନ୍ଦିରା, ଅମୃତଭଣ୍ଡା ଖାଇବା ପାଇଁ ଇଛା ପ୍ରକାଶ କରିଥିଲେ। ଏହାକୁ ଶୁଣିବା ମାତ୍ରେ ୫ଷ୍ଟାର ତାଜ ହୋଟେଲର ସେଫଙ୍କ ମଧ୍ୟରେ ଚିନ୍ତା ବଢିଯାଇଥିଲା। ତେବେ ଏହି ଅମୃତଭଣ୍ଡା ଯୋଗାଡ କରିବା ହୋଟେଲର ସବୁ ଷ୍ଟାଫଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା।

ସତୀଶ ତାଙ୍କ ପୁସ୍ତକରେ ଲେଖିଛନ୍ତି, ତାଙ୍କ ଟିମ୍‌କୁ ଭାରତୀୟ ଫଳ ବିଶେଷ କରି ସ୍ଥାନୀୟ ଫଳ ଯୋଗାଡ କରିବାରେ ଅସୁବିଧା ବଢି ଯାଇଥିଲା। ବୈଠକ ପାଇଁ ଗୋଆ ସୁସଜ୍ଜିତ ଥିବାବେଳେ ଅତିଥିଙ୍କୁ ଖାଦ୍ୟ ପରଷିବାର ସବୁ ଦାୟିତ୍ୱ ତାଜ ହୋଟେଲ ନେଇଥିଲା। ହୋଟେଲର ସବୁ ଷ୍ଟାଫ ସେତେବେଳେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡିଥିଲେ। ଏହି ସମୟରେ ଇନ୍ଦିରାଙ୍କ ଅମୃତଭଣ୍ଡା ଖାଇବାର ଇଛା ଷ୍ଟାଫଙ୍କୁ ହରଡଘଣାରେ ପକେଇବା ସଦୃଶ ଥିଲା।

ଅମୃତଭଣ୍ଡା ଯୋଗାଡ କରିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଅନ୍ୟ ଏକ ଖବର ଶୁଣିବାକୁ ମିଳିଲା। ଇନ୍ଦିରା ପ୍ରତିଦିନ ଅମୃତଭଣ୍ଡା ଖାଇବା ପାଇଁ ଇଛା କରିଥିଲେ। ତେବେ ଗୋଆରେ ସେହି ସମୟରେ ଅମୃତଭଣ୍ଡା ବିଶେଷ କରି ପାଚିଲା ଅମୃତଭଣ୍ଡା ମିଳିବା କଷ୍ଟକର ହୋଇପଡିଥିଲା। ନଭେମ୍ବରରେ ଗୋଆରେ ଅମୃତଭଣ୍ଡା ମିଳୁ ନ ଥିଲା ସେଥିପାଇଁ ସତୀଶ ମୁମ୍ବାଇରୁ କଞ୍ଚା ଅମୃତଭଣ୍ଡା ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ଏହାକୁ କଞ୍ଚା ଆଣି କାଗଜରେ ଗୁଡାଇ ପାଚିଲା କରିବା ପାଇଁ ବ୍ୟବସ୍ଥା କରିଥିଲେ।

ତହିଁ ଆରଦିନ ଏପରି କିଛି ଘଟିଲା ଯାହା ଦେଖି ବିଶ୍ୱାସ କରିପାରିଲୁ ନାହିଁ। ବ୍ରେକଫାଷ୍ଟରେ ପାଚିଲା ଅମୃତଭଣ୍ଡା ପରଷା ଯିବାର ଥିଲା ହେଲେ ତାହା ଅଧିକ ପାଚି ଯାଇଥିଲା। କାରଣ ଯାହାଙ୍କୁ ଅମୃତଭଣ୍ଡାକୁ କାଗଜରେ ଗୁଡାଇ ରଖିବାର ଦାୟିତ୍ୱ ଦିଆଯାଇଥିଲା ସେ ତାକୁ ଅଧିକ ସମୟ ରଖି ଦେଇଥିଲେ। ଯାହାଯୋଗୁ ତାହା ପୁରା ପଚି ଯାଇଥିଲା ବୋଲି ସେ କହିଛନ୍ତି।

ସତୀଶ ଆହୁରି କହିଛନ୍ତି, ଏହାରି ଭିତରେ ଅତିଥିଙ୍କ ସହ ଇନ୍ଦିରା ବ୍ରେକଫାଷ୍ଟ ପାଇଁ ଆସିବାକୁ ଯାଉଥିଲେ। ହଠାତ୍‌ କଣ କରାଯିବା ବୁଝା ପଡୁ ନ ଥିଲା। ରୋଷୟା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ଏପରି ପଚି ଯାଇଥିବା ଅମୃତଭଣ୍ଡା ପରଷିବାକୁ ରାଜି ନ ଥିଲା। ଏହା ପରେ ଅନ୍ୟ ଉପାୟ ନ ପାଇ ମୋତେ ପୋଲିସ ଗାଡିରେ ବସି ଅମୃତଭଣ୍ଡା ଆଣିବା ପାଇଁ ଯିବାକୁ ପଡିଲା। ସମୟ କମ୍‌ ଥିଲା। ଗାଡିରେ ମୋ ସହ କିଛି ପୋଲିସ ମଧ୍ୟ ଥିଲେ। ଭାଗ୍ୟ ଭଲ ଥିଲା କି, ପାଖ ବଜାରରୁ ମୋତେ ଅମୃତଭଣ୍ଡା ମିଳି ଯାଇଥିଲା। ଗୋଟିଏ କି ଦୁଇଟା ନୁହେଁ ପୁରାପୁରି ଏକ ଡଜନ ଅମୃତଭଣ୍ଡା ମିଳିଥିଲା। ସେତେବେଳେ ମୁଁ ନିଜକୁ ଯୋଦ୍ଧା ଭଳି ଅନୁଭବ କରୁଥିଲି। ଯିଏକି ଯୁଦ୍ଧ ଜିତି ୧୨-୧୨ଟି ଅମୃତଭଣ୍ଡା ନେଇ ପୋଲିସ ଗାଡିରେ ଫେରୁଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri