୧୦୦ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବ ‘ଇଣ୍ଡିଗୋ’

ନୂଆଦିଲ୍ଲୀ,୨୭ା୩: ଗ୍ରୀଷ୍ମକାଳୀନ ଅବଧି ପାଇଁ ଦେଶର ପ୍ରମୁଖ ଏୟାରଲାଇନ୍‌ ସଂସ୍ଥା ‘ଇଣ୍ଡିଗୋ’ ଦେଶର ପ୍ରମୁଖ ଘରୋଇ ମେଟ୍ରୋ ସହର ଏବଂ ଆଞ୍ଚଳିକ କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ରବିବାର ଅର୍ଥାତ୍‌ ଫେବୃଆରୀ ୨୭ଠାରୁ ୧୦୦ଟି ବିମାନ ଉଡାଣ ଆରମ୍ଭ କରିବ। ୨୦ଟି ବିଶେଷମାର୍ଗରେ ଏହି ଫ୍ଲାଇଟ୍‌ଗୁଡ଼ିକ ଚଳାଚଳ କରିବ। ଏଥିସହିତ ଇଣ୍ଡିଗୋ ପକ୍ଷରୁ ରବିବାର ଦିନ ପ୍ରୟାଗରାଜ-ଲକ୍ଷ୍ନୌ ରିଜିଓନାଲ୍‌ କନେକ୍ଟିଭିଟି ସ୍କିମ୍‌ (ଆର୍‌ସିଏସ୍‌) ମାର୍ଗ ଆରମ୍ଭ କରିବ। ଏହାଛଡ଼ା ୧୬ଟି ବିଶେଷ ବିମାନର ପୁଣିଥରେ ଉଡ଼ାଣ ଆରମ୍ଭ କରିବା ଦିଗରେ କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି। ଏହି ନୂଆ ମାର୍ଗ ଆମ ଘରୋଇ କଲେକ୍ଟିଭିଟିକୁ ବଢାଇବା ସହିତ ନିର୍ଦ୍ଦିଷ୍ଟ ସହିତ ଲୋକଙ୍କ ଭ୍ରମଣ ଚାହିଦାକୁ ମଧ୍ୟ ପୂରଣ କରିବ ବୋଲି ଇଣ୍ଡିଗୋ ମୁଖ୍ୟ ରଣନୀତିକାର ଏବଂ ରେଭେନ୍ୟୁ ଅଫିସର ସଞ୍ଜୟ କୁମାର କହିଛନ୍ତି। ଏହା ଉତ୍ତର, ପୂର୍ବ ଦକ୍ଷିଣ ପଶ୍ଚିମ ସ୍ଥାନଗୁଡ଼ିକ ମଧ୍ୟରେ ଅନ୍ତର ହ୍ରାସ କରି ସଂଯୋଗ ଦୃଢ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ

ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ଏହାର କାୟାବିସ୍ତାର କରିଛି। ଲକ୍‌ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ...

ବୟନିକାର ୧୫୦ କୋଟି କାରବାର ଲକ୍ଷ୍ୟ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ୨୦୧୮-୧୯ ଆର୍ଥତ୍କ ବର୍ଷରେ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ବୟନିକା ୧୧୭ କୋଟି ଟଙ୍କାର କାରବାର କରିବାକୁ ସକ୍ଷମ ହୋଇଛି। ଚଳିତବର୍ଷ...

ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫...

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ୪.୫% ଛୁଇଁପାରେ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଥିଯୋଗୁ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ଆକଳନଠାରୁ ବଢ଼ିଯିବ ବୋଲି ଆଶଙ୍କା...

ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ

୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା ଦ୍ୱାରା ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ଗୁଡିକୁ ଅଚଳ କରିଦେଲେ। ଏହା...

୬ ଲକ୍ଷ କୋଟିର ଆସେଟ ମନିଟାଇଜେଶନ ଯୋଜନା

ନୂଆଦିଲ୍ଲୀ,୧୨।୮: ସରକାର ବର୍ତ୍ତମାନ ୬ଲକ୍ଷ କୋଟି ଟଙ୍କାର ଆସେଟ ମନିଟାଇଜେଶନ ଯୋଜନା ଉପରେ କାମ କରୁଛନ୍ତି। ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ହାଇଓ୍ବେ...

ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି...

Advertisement
Archives

Model This Week