ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ
ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ସହଯୋଗରେ “ସ୍ବଦେଶୀ ବନାମ ବିଦେଶୀ” ଉପରେ ଏକ ସଭା ସହ ସ୍ବଦେଶୀ ଖାଦ୍ୟ ଉପରେ ଏକ ପ୍ରଦର୍ଶନୀ ହୋଇଥିଲା। ଏଥିସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ “ସ୍ବଦେଶୀ ବନାମ ବିଦେଶୀ” ମଧ୍ୟରେ ଏକ ବକୃତା ପ୍ରତିଯୋଗୀତା ମଧ୍ୟ ହୋଇଥିଲା। ଏଥିରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ସଭାପତିତ୍ୱ କରି ସ୍ବଦେଶୀ ଖାଦ୍ୟ, ସ୍ବଦେଶୀ ଜ୍ଞାନ କୌଶଳ, ସ୍ବଦେଶୀ ବସ୍ତ୍ର ବ୍ୟବହାର ପାଇଁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଏଥିସହ ସେ କହିଥିଲେ ଯେ, ସ୍ବଦେଶୀକୁ ଗରୁତ୍ୱ ଆଗକୁଦେଲେ ଆମେ ଆଗକୁ ବଢ଼ିପାରିବା।
ଆମ ଦେଶ ଆତ୍ମ ନିର୍ଭର ହୋଇପାରିବ। ସଭାକୁ ପ୍ରଶାସନିକ ଅଧିକାରୀ ବିଭାସ ଦାସ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ କନ୍ଧମାଳ ଜିଲା ନୂଆଗାଁର ସିଆରସିସି ସିତୁ ପ୍ରକାଶ ରଥ, ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ, ଅଧ୍ୟାପକ ଆର୍ ହରିଶ, ଦିଗନ୍ତ ଜେନା, ବୁଧିନାଥ ବେହେରା,
ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବଦେଶୀ ଉପରେ ଗୁରୁତ୍ତ୍ୱ ଦେଇଥିଲେ ।