Posted inଜାତୀୟ

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଶୁଭାରମ୍ଭ କରିଛନ୍ତି।

ଏଣିକି ସାର୍ବଜନିକ ଟିକାକରଣ କାର୍ଯ୍ୟକ୍ରମ(ୟୁଆଇପି)ରେ ଡିପ୍‌ଥେରିଆ ଟିକାକୁ ସାମିଲ କରାଯିବ। ଏପ୍ରିଲ ସୁଦ୍ଧା ୟୁଆଇପିକୁ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ୫୫ ଲକ୍ଷ ଡୋଜ୍‌ ଯୋଗାଇଦେବ।

କେନ୍ଦ୍ର ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ପାଇଁ ଆଗାମୀ ଦିନରେ ଅଧିକ ପରିମାଣରେ ଟିକା ପ୍ରସ୍ତୁତ କରାଯିବ ବୋଲି ନଡ୍ଡା କହିଛନ୍ତି।

ଡିପ୍‌ଥେରିଆ ଟିକା ଲଞ୍ଚ୍‌ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଅବସର ବୋଲି ସେ କହିବା ସହ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

‘AI ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରତିବାଦ ନେପାଳର GenZ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ’, ଦିଲ୍ଲୀ ପୋଲିସର ବଡ଼ ଦାବି

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଶରେ ରାଜନୀତିକୁ ଉଷ୍ମ କରିଛି। ବିଭିନ୍ନ ରାଜ୍ୟର ଭାଜପା…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

୧୫ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଲର୍ଟ, ଝଡବର୍ଷା ହେବା ନେଇ ଚେତାଇଲା IMD

ନୂଆଦିଲ୍‌ଲୀ,୨୧।୨: ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି, ଏବଂ ଏବେ, ଖରା ପାଗ ସତ୍ତ୍ୱେ, ପ୍ରବଳ ଗରମ ଅନୁଭୂତ ହେବା ଆରମ୍ଭ ହୋଇଛି। ଦିଲ୍ଲୀ, ପଞ୍ଜାବ ଏବଂ…

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri