ଟ୍ରମ୍ପଙ୍କୁ ଭାରତର ଶକ୍ତ ଧକ୍କା: ଏଣିକି ରୁଷିଆଠାରୁ ଅଧିକରୁ ଅଧିକ…

ନୂଆଦିଲ୍ଲୀ,୨୯ା୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ବା ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି ଭାରତ ଏବେ ରୁଷିଆରୁ ଅଧିକରୁ ଅଧିକ ତେଲ କିଣିବାକୁ ପ୍ରସ୍ତୁତ ହେଉଛି। ଟ୍ରମ୍ପ କେବଳ ରୁଷିଆରୁ ତେଲ କିଣିବା କାରଣରୁ ମୋଟ୍‌ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ।

ଆମେରିକୀୟ ଶୁଳ୍କକୁ ଅଣଦେଖା କରି, ଭାରତ ସେପ୍ଟେମ୍ବର ମାସରେ ରୁଷିଆରୁ ଅଶୋଧିତ ତେଲ ଆମଦାନୀ ବୃଦ୍ଧି କରିବାକୁ ଯାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ନାୟାରା ଏନର୍ଜି ଚଳିତ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଅଶୋଧିତ ତେଲ ଆମଦାନୀ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ସୂଚନା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ନାୟାରା ଏନର୍ଜି ଅଗଷ୍ଟ ତୁଳନାରେ ରୁଷୀୟ ତେଲ କ୍ରୟ ୧୦-୨୦% ବୃଦ୍ଧି କରିପାରିବେ। ଏହାର ଅର୍ଥ ହେଉଛି ପ୍ରତିଦିନ ୧.୫ରୁ ୩ ଲକ୍ଷ ବ୍ୟାରେଲ ଅତିରିକ୍ତ ତେଲ ଆମଦାନୀ କରାଯାଇପାରିବ।

ଭାରତ ରୁଷୀୟ ତୈଳ ଯୋଗାଣର ସବୁଠାରୁ ବଡ଼ କ୍ରେତା ପାଲଟିଛି। ଆମେରିକୀୟ ଅଧିକାରୀମାନେ ଭାରତକୁ ରୁଷୀୟ ତେଲ ଉପରେ ରିହାତିରୁ ଲାଭ ପାଇବାର ଅଭିଯୋଗ କରିଛନ୍ତି, ଯେତେବେଳେ ଭାରତୀୟ ଅଧିକାରୀମାନେ ପାଶ୍ଚାତ ଦେଶଗୁଡ଼ିକୁ ଦ୍ୱନ୍ଦ୍ୱ ମାନଦଣ୍ଡ ଗ୍ରହଣ କରିବାର ଅଭିଯୋଗ କରିଛନ୍ତି। ଭାରତ କାହିଁକି ରୁଷିଆଠାରୁ ତେଲ କିଣୁଛି ତାହା ନେଇ ଟ୍ରମ୍ପଙ୍କ ସମସ୍ୟା ଅଛି, କିନ୍ତୁ ଆମେରିକା ଏବେ ବି ରୁଷିଆ ସହିତ କୋଟି କୋଟି ଡଲାରର ବାଣିଜ୍ୟ କରୁଛି।

ଆମେରିକୀୟ ସଂସଦର ବୈଦେଶିକ ବ୍ୟାପାର କମିଟିର ଡେମୋକ୍ରାଟିକ ସଦସ୍ୟମାନେ ରୁଷିଆରୁ ତେଲ କିଣିବା ପାଇଁ ଭାରତକୁ ବିଶେଷ ଭାବରେ ଟାର୍ଗେଟ କରିବା ଏବଂ ପ୍ରମୁଖ କ୍ରେତା ଚାଇନା ଉପରେ କଟକଣା ଲାଗୁ ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି, ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କ ଦ୍ୱିପାକ୍ଷିକ ସମ୍ପର୍କକୁ କ୍ଷତି ପହଞ୍ଚାଉଛି। ଶୁଳ୍କ ଯୋଗୁ ଟ୍ରମ୍ପ ପୂର୍ବରୁ ନିଜ ଦେଶରେ ସମାଲୋଚନାର ବି ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri