ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କରେ ଭାରତର ମାନ୍ୟତା ହ୍ରାସ ପାଇଛି, ଅର୍ଥନୈତିକ ପ୍ରଦର୍ଶନ ରହିଛି ଦୁର୍ବଳ…

ନୂଆଦିଲ୍ଲୀ,୨୬।୬ : ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (ଆଇଏମଡି) ବିଶ୍ୱ ପ୍ରତିଯୋଗିତା ମାନ୍ୟତା ଅନ୍ତର୍ଗତ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ପ୍ରକାଶ କରିଛି । ଏହାର ସାମଗ୍ରିକ ର଼୍ୟାଙ୍କିଙ୍ଗରେ ସିଙ୍ଗାପୁର ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଏଥି ସହିତ ଭାରତ ମଧ୍ୟ ଏହି ର଼୍ୟାଙ୍କିଙ୍ଗରେ ତଳକୁ ଖସିଛି। ଭାରତର ମାନ୍ୟତା ତିନୋଟି ସ୍ଥାନ ହ୍ରାସ ପାଇଛି ଏବଂ ୪୦ ନମ୍ବରରେ ରହିଛି। ଗତ ବର୍ଷ ଏହି ତାଲିକାରେ ଭାରତର ମୋଟ ମାନ୍ୟତା ୩୭ ଥିଲା ।

ଆଇଏମଡି ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦକ୍ଷତା ଦୃଷ୍ଟିରୁ ଭାରତର ସ୍ଥିତି ଉନ୍ନତ ହୋଇଛି। ତେବେ ବ୍ୟବସାୟିକ ଦକ୍ଷତା, ଭିତ୍ତିଭୂମି ବିକାଶ, ଅର୍ଥନୈତିକ ପ୍ରଗତି ଦୃଷ୍ଟିରୁ ଭାରତର ମାନ୍ୟତା ସାମାନ୍ୟ ହ୍ରାସ ପାଇଛି। ଗତ ବର୍ଷ ଅର୍ଥନୈତିକ ପ୍ରଗତିରେ ଭାରତ ୨୮ ନମ୍ବରରେ ଥିଲା ଏବଂ ଏଥର ଏହାର ମାନ୍ୟତା ୩୩ ଅଟେ । ସରକାରଙ୍କ ଦକ୍ଷତା ଦୃଷ୍ଟିରୁ ଭାରତର ୨୦୨୩ ର଼୍ୟାଙ୍କିଙ୍ଗ ହେଉଛି ୪୪, ଯାହା ଗତ ବର୍ଷ ୪୫ ଥିଲା । ବାଣିଜ୍ୟ ଦକ୍ଷତା କ୍ଷେତ୍ରରେ ଭାରତର ମାନ୍ୟତା ୨୮ ରହିଛି। ଯାହା ଗତ ବର୍ଷର ୨୩ ରୁ ବୃଦ୍ଧି ପାଇଛି। ଗତ ବର୍ଷ ୪୯ ତୁଳନାରେ ଭିତ୍ତିଭୂମି ବିକାଶରେ ଭାରତର ମାନ୍ୟତା ଚଳିତ ବର୍ଷ ୫୨ କୁ ଖସି ଆସିଛି।

ଆଇଏମଡିର ବିଶ୍ୱ ପ୍ରତିଯୋଗିତା କେନ୍ଦ୍ର (ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ) ସିଙ୍ଗାପୁରକୁ ବିଶ୍ୱର ୬୪ ଅର୍ଥନୀତି ମଧ୍ୟରୁ ଚତୁର୍ଥ ସ୍ଥାନରେ ରଖିଛି। ୨୦୨୨ ମସିହାରେ ସିଙ୍ଗାପୁର ତୃତୀୟ ସ୍ଥାନରେ ଥିଲା । ବିଶେଷ କଥା ହେଉଛି ୨୦୧୯ ଏବଂ ୨୦୨୦ ରେ ସିଙ୍ଗାପୁର ଏହି ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିଲା କିନ୍ତୁ ୨୦୨୧ ମସିହାରେ ଏହା ସିଧାସଳଖ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା। ଚଳିତ ବର୍ଷର ର଼୍ୟାଙ୍କିଙ୍ଗରେ ପ୍ରଥମ ତିନୋଟି ସ୍ଥାନରେ ଡେନମାର୍କ, ଆୟର୍ଲାଣ୍ଡ ଏବଂ ସ୍ବିଜରଲାଣ୍ଡ ରହିଛନ୍ତି। ନେଦରଲାଣ୍ଡ ପଞ୍ଚମ, ତାଇୱାନ ଷଷ୍ଠ, ହଂକଂ ସପ୍ତମ, ସ୍ବିଡେନ ଅଷ୍ଟମ ଏବଂ ଆମେରିକା ନବମ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଦଶମ ସ୍ଥାନରେ ରହିଛି।

କରୋନା ମହାମାରୀ ପରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଥାଇଲାଣ୍ଡ, ଇଣ୍ଡୋନେସିଆ ଏବଂ ମାଲେସିଆ ପରି ଦେଶର ମାନ୍ୟତାରେ ଉନ୍ନତି ହେବାର ଏହା ହେଉଛି ଏକ ମୁଖ୍ୟ କାରଣ। ଗତ ବର୍ଷର ର଼୍ୟାଙ୍କିଙ୍ଗରେ ପାଞ୍ଚଟି ୟୁରୋପୀୟ ଦେଶ ଶ୍ରେଷ୍ଠ ୧୦ରେ ଅନ୍ତର୍ଭୁକ୍ତ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri