ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ଏପରି ପ୍ରସ୍ତାବ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୧୧।୧: ଦେଶରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସୁରକ୍ଷା ପାଇଁ ନୂଆ ନିୟମ ଆଣିବେ ଭାରତ ସରକାର। ଏହି ନିୟମ ଅନୁସାରେ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ସେମାନଙ୍କର ଅପରେଟିଂ ସିଷ୍ଟମର ‘ସୋର୍ସ କୋଡ୍’ ସରକାରୀ ଲ୍ୟାବ୍‌ରେ ଜମା କରିବାକୁ କୁହାଯାଇଛି।

ଅନ୍ୟପଟେ ଏହି ପ୍ରସ୍ତାବିତ ନୂଆ ନିୟମାବଳୀକୁ ନେଇ ବିଶ୍ୱର ବଡ଼ ବଡ଼ କମ୍ପାନୀ ଯଥା ଆପଲ୍ ଏବଂ ସମସଙ୍ଗ ମଧ୍ୟରେ ଚିନ୍ତା ବଢ଼ିଛି। ସାଇବର ଅପରାଧ ରୋକିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଉଥିବା ବେଳେ କମ୍ପାନୀଗୁଡ଼ିକ ଏହାକୁ ନିଜର ବ୍ୟବସାୟିକ ଗୋପନୀୟତା ଉପରେ ଏକ ବଡ଼ ଆହ୍ୱାନ ବୋଲି ମନେ କରୁଛନ୍ତି।

ତେବେ ସରକାର ଚାହୁଁଛନ୍ତି ଯେ, ସ୍ମାର୍ଟଫୋନ୍ ନିର୍ମାତାମାନେ ସେମାନଙ୍କର ଅପରେଟିଂ ସିଷ୍ଟମର ‘ସୋର୍ସ କୋଡ୍’ ସରକାରୀ ଲ୍ୟାବ୍‌ରେ ଯାଞ୍ଚ ପାଇଁ ଜମା କରନ୍ତୁ। ଏହା ଦ୍ୱାରା ଫୋନରେ ଥିବା ସୁରକ୍ଷା ତ୍ରୁଟି ଧରାପଡ଼ିବ। ମାତ୍ର MAIT ଭଳି ଶିଳ୍ପ ସଂଗଠନ କହିଛନ୍ତି ଯେ, ଏହି ଗୋପନୀୟ ତଥ୍ୟ ଦେବା ସମ୍ଭବ ନୁହେଁ। କୌଣସି ବଡ଼ ସଫ୍ଟୱେର୍ ଅପଡେଟ୍ ବା ସୁରକ୍ଷା ପ୍ୟାଚ୍ ଜାରି କରିବା ପୂର୍ବରୁ ସରକାରଙ୍କୁ ଜଣାଇବାକୁ ପଡ଼ିବ। କମ୍ପାନୀଗୁଡ଼ିକ ମତରେ, ଏହା ଦ୍ୱାରା ଜରୁରୀକାଳୀନ ସୁରକ୍ଷା ଅପଡେଟ୍‌ରେ ବିଳମ୍ବ ହେବ। ପୁରୁଣା ସଫ୍ଟୱେର୍ ସଂସ୍କରଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି, ଯାହାର କୌଣସି ଆନ୍ତର୍ଜାତୀୟ ମାନଦଣ୍ଡ ନାହିଁ ବୋଲି କମ୍ପାନୀମାନେ କହିଛନ୍ତି।

ଏହି ନିୟମ ଅନୁଯାୟୀ ଫୋନ୍ ବ୍ୟବହାର ହେଉନଥିବା ସମୟରେ କୌଣସି ଆପ୍ ବ୍ୟାକଗ୍ରାଉଣ୍ଡରେ କ୍ୟାମେରା, ମାଇକ୍ରୋଫୋନ୍ କିମ୍ବା ଲୋକେସନ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସ୍କ୍ରିନ୍‌ରେ ସ୍ୱତନ୍ତ୍ର ଚିହ୍ନ ରହିବା ବାଧ୍ୟତାମୂଳକ। ଫୋନ୍ କିଣିବା ସମୟରେ ପୂର୍ବରୁ ଥିବା ଆପ୍‌ଗୁଡ଼ିକୁ ଯଦି ୟୁଜର ଚାହିଁବେ ତେବେ ଡିଲିଟ୍ କରିପାରିବେ। ଏହାକୁ ନେଇ ମଧ୍ୟ କମ୍ପାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସରକାରୀ ପ୍ରସ୍ତାବ ଅନୁସାରେ, ସ୍ମାର୍ଟଫୋନରେ ହେଉଥିବା ପ୍ରତିଟି ଲଗ୍-ଇନ୍ ଏବଂ ଆପ୍ ଇନଷ୍ଟଲ୍‌ର ରେକର୍ଡ ଗୋଟିଏ ବର୍ଷ ପର୍ଯ୍ୟନ୍ତ ରଖିବାକୁ ହେବ। ଏହା ସହିତ ନିୟମିତ ଭାବେ ଫୋନକୁ ସ୍କାନ କରିବାକୁ ପଡ଼ିବ। କମ୍ପାନୀମାନେ କହିଛନ୍ତି ଯେ ଏହା ଦ୍ୱାରା ଫୋନ୍‌ର ବ୍ୟାଟେରୀ ଶୀଘ୍ର ସରିବ ଏବଂ କାର୍ଯ୍ୟଦକ୍ଷତା ମଧ୍ୟ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଇଚ୍ଛାଧାରୀ ନାଗ, ମୋଦିଙ୍କୁ ନେଇ କ’ଣ କହିଲେ ପବନ ଖେରା ଜାଣନ୍ତୁ

ନୂଆଦିଲ୍ଲୀ,୨୭।୨: ଶୁକ୍ରବାର (୨୭ ଫେବୃଆରୀ) ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଏକ CBI ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

ଚତୁର୍ଥୀ କରିବାକୁ ରାଜି ହେଲେନି ନବବଧୂ, ଶାଶୁ କଲେ ଏମିତି କାମ, ଭିଡିଓ ଦେଖିଲେ…

ଲକ୍ଷ୍ନୌ,୨୭।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଲୋକଙ୍କୁ ହସାଇଥାଏ, ଆଉ କିଛି ସେମାନଙ୍କୁ ଚକିତ କରିଦିଏ। କେତେବେଳେ ଏପରି ଭିଡିଓ ସାମ୍ନାକୁ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ୪ଟି ଆସନରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ, କୋର୍ଟ ରାୟ ଉପରେ କହିଲେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି।…

ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ, ଲକ୍ଷଲକ୍ଷ ଇଣ୍ଡିଆନ ରେଲେଓ଼୍ବରେ ହେବ…

ନୂଆଦିଲ୍ଲୀ,୨୭।୨: ରେଳ ମନ୍ତ୍ରଣାଳୟ ପେନସନଭୋଗୀଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇ ଏକ ସରକାରୀ ପରାମର୍ଶ ଜାରି କରିଛି। ସମ୍ପ୍ରତି, ଅନେକ ମାମଲା ସାମ୍ନାକୁ…

ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀକୁ ନେଇ ଭକ୍ତଙ୍କ ବଡ଼ ଘୋଷଣା, ଲିଷ୍ଟରେ ରଖିଲେ ଏହି ୫ ଜଣଙ୍କ ନାଁ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୭।୨: ରାଜ୍ୟ ସଭା ନିର୍ବାଚନକୁ ନେଇ କସରତ ଚାଲିଛି। ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ…

କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri