ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅଗ୍ରଗତି

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁକୂଳ ନୀତି ଏବଂ ବ୍ୟାପକ ସଂସ୍କାର ଯୋଗୁ ଭାରତର ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଏହା ସହ ବିଶ୍ୱ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ଭାରତର ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଭାରତର ଲଜିଷ୍ଟିକ୍‌ ପ୍ରଦର୍ଶନ ସୂଚକାଙ୍କ (ଏଲ୍‌ପିଆଇ) ୨୦୨୩ରେ ୧୬ଟି ସ୍ଥାନ ଉନ୍ନୀତ ହୋଇଥିଲା। ବର୍ତ୍ତମାନ ୧୩୯ ଦେଶ ମଧ୍ୟରେ ଭାରତ ୩୮ତମ ସ୍ଥାନରେ ପହଞ୍ଚିଛି, ଯାହା ଏକ ବଡ଼ ସଫଳତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ (ଜିଆଇଆଇ) ୨୦୨୪ରେ ଭାରତର ର଼୍ୟାଙ୍କ ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୫ରେ ଏହି ର଼୍ୟାଙ୍କ୍‌ ୮୧ ତମ ସ୍ଥାନରେ ଏବଂ ୨୦୧୪ରେ ୭୧ ତମ ସ୍ଥାନରେ ଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଷ୍ଟାର୍ଟଅପ ଇକୋସିଷ୍ଟମକୁ ମଜଭୁତ କରିବା କାରଣରୁ ଦେଶର ନବସୃଜନ ସମ୍ଭାବନାରେ ଏକ ବଡ଼ ବୃଦ୍ଧି ଘଟିଛି। ୨୦୨୪ରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା। ଫଳସ୍ବରୂପ, ଚୀନ, ଜାପାନ ଏବଂ ସୁଇଜରଲାଣ୍ଡ ପରେ ଭାରତ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ସୂଚନା ଥାଉକି, ଗତ ଦଶନ୍ଧିରେ (ଏପ୍ରିଲ ୨୦୧୪ ଏପ୍ରିଲରୁ ସେପ୍ଟେମ୍ବର ) ଭାରତରେ ୭୦୯.୮୪ ବିଲିୟନ ଡଲାରର ଏଫ୍‌ଡିଆଇ ପ୍ରବାହ ହୋଇଛି, ଯାହା ଗତ ୨୪ ବର୍ଷ ମଧ୍ୟରେ ମୋଟ ଏଫ୍‌ଡିଆଇ ପ୍ରବାହର ୬୮.୬୯% ରହିଛି।
ସେହିପରି ଭାରତର ଜିଡିପି ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଯଥେଷ୍ଟ ଉନ୍ନତି ହୋଇଛି। ୨୦୧୪ରେ ଭାରତ ୧୦ମ ସ୍ଥାନରେ ଥିବାବେଳେ ବର୍ତ୍ତମାନ ଏହା ୫ମ ସ୍ଥାନରେ ରହିଛି। ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ହେବ।  ବିଶ୍ୱ ବାଣିଜ୍ୟ, ନବସୃଜନ ଏବଂ ଆର୍ଥିକ କ୍ଷେତ୍ରରେ ଭାରତର ବଢ଼ୁଥିବା ଶକ୍ତି ସୂଚାଇ ଦେଉଛି ଯେ, ଏହା ଆଗାମୀ ବର୍ଷରେ ବିଶ୍ୱ ଶକ୍ତି ଭାବରେ ନିଜର ସ୍ଥିତିକୁ ଆହୁରି  ଦୃଢ଼  କରିବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri