ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅଗ୍ରଗତି

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁକୂଳ ନୀତି ଏବଂ ବ୍ୟାପକ ସଂସ୍କାର ଯୋଗୁ ଭାରତର ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଏହା ସହ ବିଶ୍ୱ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ଭାରତର ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଭାରତର ଲଜିଷ୍ଟିକ୍‌ ପ୍ରଦର୍ଶନ ସୂଚକାଙ୍କ (ଏଲ୍‌ପିଆଇ) ୨୦୨୩ରେ ୧୬ଟି ସ୍ଥାନ ଉନ୍ନୀତ ହୋଇଥିଲା। ବର୍ତ୍ତମାନ ୧୩୯ ଦେଶ ମଧ୍ୟରେ ଭାରତ ୩୮ତମ ସ୍ଥାନରେ ପହଞ୍ଚିଛି, ଯାହା ଏକ ବଡ଼ ସଫଳତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ (ଜିଆଇଆଇ) ୨୦୨୪ରେ ଭାରତର ର଼୍ୟାଙ୍କ ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୫ରେ ଏହି ର଼୍ୟାଙ୍କ୍‌ ୮୧ ତମ ସ୍ଥାନରେ ଏବଂ ୨୦୧୪ରେ ୭୧ ତମ ସ୍ଥାନରେ ଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଷ୍ଟାର୍ଟଅପ ଇକୋସିଷ୍ଟମକୁ ମଜଭୁତ କରିବା କାରଣରୁ ଦେଶର ନବସୃଜନ ସମ୍ଭାବନାରେ ଏକ ବଡ଼ ବୃଦ୍ଧି ଘଟିଛି। ୨୦୨୪ରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା। ଫଳସ୍ବରୂପ, ଚୀନ, ଜାପାନ ଏବଂ ସୁଇଜରଲାଣ୍ଡ ପରେ ଭାରତ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ସୂଚନା ଥାଉକି, ଗତ ଦଶନ୍ଧିରେ (ଏପ୍ରିଲ ୨୦୧୪ ଏପ୍ରିଲରୁ ସେପ୍ଟେମ୍ବର ) ଭାରତରେ ୭୦୯.୮୪ ବିଲିୟନ ଡଲାରର ଏଫ୍‌ଡିଆଇ ପ୍ରବାହ ହୋଇଛି, ଯାହା ଗତ ୨୪ ବର୍ଷ ମଧ୍ୟରେ ମୋଟ ଏଫ୍‌ଡିଆଇ ପ୍ରବାହର ୬୮.୬୯% ରହିଛି।
ସେହିପରି ଭାରତର ଜିଡିପି ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଯଥେଷ୍ଟ ଉନ୍ନତି ହୋଇଛି। ୨୦୧୪ରେ ଭାରତ ୧୦ମ ସ୍ଥାନରେ ଥିବାବେଳେ ବର୍ତ୍ତମାନ ଏହା ୫ମ ସ୍ଥାନରେ ରହିଛି। ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ହେବ।  ବିଶ୍ୱ ବାଣିଜ୍ୟ, ନବସୃଜନ ଏବଂ ଆର୍ଥିକ କ୍ଷେତ୍ରରେ ଭାରତର ବଢ଼ୁଥିବା ଶକ୍ତି ସୂଚାଇ ଦେଉଛି ଯେ, ଏହା ଆଗାମୀ ବର୍ଷରେ ବିଶ୍ୱ ଶକ୍ତି ଭାବରେ ନିଜର ସ୍ଥିତିକୁ ଆହୁରି  ଦୃଢ଼  କରିବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri