ଚାନ୍ଦିପୁର,୨୦ା୮: ବୁଧବାର ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ‘ଅଗ୍ନି-୫’ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଏହି ପରୀକ୍ଷଣରେ ମିସାଇଲର ସମସ୍ତ କାର୍ଯ୍ୟକାରୀ ଓ ବୈଷୟିକ ପାରାମିଟର ଯାଞ୍ଚ କରାଯାଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡର ତତ୍ତ୍ୱାବଧାନରେ କରାଯାଇଥିଲା।‘
ଅଗ୍ନି-୫’ ହେଉଛି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଏକ ପରମାଣୁ ସକ୍ଷମ ବାଲିଷ୍ଟିକ ମିସାଇଲ। ଏହା ଅଗ୍ନି ଶ୍ରେଣୀର ସବୁଠାରୁ ଉନ୍ନତ ମିସାଇଲ ଏବଂ ଭାରତର ପରମାଣୁ ପ୍ରତିରୋଧ ଶକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂପଦ ଅଟେ।