Posted inଖେଳ

କିଟ୍‌ରେ ଭାରତର ପ୍ରଥମ ଜାତୀୟ ଭଲିବଲ ଏକାଡେମୀ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଭାରତର ପ୍ରଥମ ଜାତୀୟ ଭଲିବଲ ଏକାଡେମୀ ପ୍ରତିଷ୍ଠା ହୋଇଛି। ସୋମବାର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ଏହା ଉଦ୍‌ଘାଟିତ ହୋଇଛି। ଏଥିରେ ଭାରତର ୩୦ଟି ରାଜ୍ୟ ଆସୋସିଏଶନର ସଭାପତି ଓ ସମ୍ପାଦକ ଅଂଶଗ୍ରହଣ କରିଥିଲେ। ଦେଶରେ ଅନେକ କ୍ରୀଡ଼ାର ଏକାଡେମୀ ରହିଛି। ମାତ୍ର ପୁରାତନ ଏବଂ ସବୁଠାରୁ ଲୋକପ୍ରିୟ ଖେଳ ଭଲିବଲ୍‌ର ଏକାଡେମୀ ଭାରତରେ କେଉଁଠାରେ ନ ଥିଲା। ଏବେ ଏକାଡେମୀ ପ୍ରତିଷ୍ଠା ଦ୍ୱାରା ଏହି କ୍ରୀଡ଼ାର ବିକାଶ ହୋଇପାରିବ। ଏକାଡେମୀକୁ ଉଦ୍‌ଘାଟନ କରିବା ଅବସରରେ ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଯେ, ”ଆମେ ପ୍ରଥମ ପର୍ଯ୍ୟାୟରେ ଦେଶର ୫୦ ବାଳିକା ଓ ୫୦ ବାଳକ ଭଲିବଲ ପ୍ରତିଭାଙ୍କୁ ଚୟନ କରି ଏକାଡେମୀରେ ଶ୍ରେଷ୍ଠ ସୁବିଧା ସୁଯୋଗ ଦେବୁ। ଏଥିରେ ଅନ୍ତର୍ଜାତୀୟ ସ୍ତରର କୋଚିଂ ପ୍ରଦାନର ବ୍ୟବସ୍ଥା ରହିବ। ୨୦୨୦ଠାରୁ ଭାରତୀୟ ଭଲିବଲ ଦଳ ଯେତେସବୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛି ତା’ ପୂର୍ବରୁ ସବୁ ବୟସ ବର୍ଗରେ ଏବଂ ସିନିୟର ସ୍ତରର କୋଚିଂ କ୍ୟାମ୍ପ କିଟ୍‌ ପରିସରରେ ଅନୁଷ୍ଠିତ ହୋଇଛି। ଏବେ ଦେଶର ପ୍ରତିଭା ସମ୍ପନ୍ନ ଭଲିବଲ ଖେଳାଳିଙ୍କୁ ଚୟନ କରାଯାଇ ଯୋଜନାବଦ୍ଧଭାବେ କୋଚିଂ ପ୍ରଦାନ କରାଯିବ। ଭୁବନେଶ୍ୱରରେ ଏକାଡେମୀ ହୋଇଥିବାରୁ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଖେଳାଳିମାନେ ସୁଯୋଗର ସଦ୍‌ବ୍ୟବହାର କରି ଭାରତୀୟ ଦଳରେ ଅଧିକ ସଂଖ୍ୟାରେ ସ୍ଥାନ ପାଇପାରିବେ“।
ଗତ ୩-୪ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ଭାରତୀୟ ଭଲିବଲର ବିକାଶ ହୋଇଥିବାରୁ ବିଭିନ୍ନ ରାଜ୍ୟ ଆସୋସିଏଶନର ସଭାପତି ଓ ସମ୍ପାଦକମାନେ ଅଚ୍ୟୁତଙ୍କୁ ପ୍ରଶଂସା କରିଥିଲେ। ଇତିମଧ୍ୟରେ ଭାରତ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ସହ ୩ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି; ଯାହାକି ୧୯୫୧ରେ ଭିଏଫ୍‌ଆଇ ପ୍ରତିଷ୍ଠା ହେବାପରଠାରୁ କୌଣସି ସଭାପତିଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ସର୍ବାଧିକ ସଫଳତା। ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏଶନ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରା, ଶେଖର ବୋଷ, ରଥିନ ରୟ ଚୌଧାରୀ, ରାଜ କୁମାର, ଅନୁଲ ଚୌଧାରୀ ଓ ରାମାବତାର ସିଂ ଝାକର ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri