Posted inଖେଳ

କିଟ୍‌ରେ ଭାରତର ପ୍ରଥମ ଜାତୀୟ ଭଲିବଲ ଏକାଡେମୀ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଭାରତର ପ୍ରଥମ ଜାତୀୟ ଭଲିବଲ ଏକାଡେମୀ ପ୍ରତିଷ୍ଠା ହୋଇଛି। ସୋମବାର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ଏହା ଉଦ୍‌ଘାଟିତ ହୋଇଛି। ଏଥିରେ ଭାରତର ୩୦ଟି ରାଜ୍ୟ ଆସୋସିଏଶନର ସଭାପତି ଓ ସମ୍ପାଦକ ଅଂଶଗ୍ରହଣ କରିଥିଲେ। ଦେଶରେ ଅନେକ କ୍ରୀଡ଼ାର ଏକାଡେମୀ ରହିଛି। ମାତ୍ର ପୁରାତନ ଏବଂ ସବୁଠାରୁ ଲୋକପ୍ରିୟ ଖେଳ ଭଲିବଲ୍‌ର ଏକାଡେମୀ ଭାରତରେ କେଉଁଠାରେ ନ ଥିଲା। ଏବେ ଏକାଡେମୀ ପ୍ରତିଷ୍ଠା ଦ୍ୱାରା ଏହି କ୍ରୀଡ଼ାର ବିକାଶ ହୋଇପାରିବ। ଏକାଡେମୀକୁ ଉଦ୍‌ଘାଟନ କରିବା ଅବସରରେ ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଯେ, ”ଆମେ ପ୍ରଥମ ପର୍ଯ୍ୟାୟରେ ଦେଶର ୫୦ ବାଳିକା ଓ ୫୦ ବାଳକ ଭଲିବଲ ପ୍ରତିଭାଙ୍କୁ ଚୟନ କରି ଏକାଡେମୀରେ ଶ୍ରେଷ୍ଠ ସୁବିଧା ସୁଯୋଗ ଦେବୁ। ଏଥିରେ ଅନ୍ତର୍ଜାତୀୟ ସ୍ତରର କୋଚିଂ ପ୍ରଦାନର ବ୍ୟବସ୍ଥା ରହିବ। ୨୦୨୦ଠାରୁ ଭାରତୀୟ ଭଲିବଲ ଦଳ ଯେତେସବୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛି ତା’ ପୂର୍ବରୁ ସବୁ ବୟସ ବର୍ଗରେ ଏବଂ ସିନିୟର ସ୍ତରର କୋଚିଂ କ୍ୟାମ୍ପ କିଟ୍‌ ପରିସରରେ ଅନୁଷ୍ଠିତ ହୋଇଛି। ଏବେ ଦେଶର ପ୍ରତିଭା ସମ୍ପନ୍ନ ଭଲିବଲ ଖେଳାଳିଙ୍କୁ ଚୟନ କରାଯାଇ ଯୋଜନାବଦ୍ଧଭାବେ କୋଚିଂ ପ୍ରଦାନ କରାଯିବ। ଭୁବନେଶ୍ୱରରେ ଏକାଡେମୀ ହୋଇଥିବାରୁ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଖେଳାଳିମାନେ ସୁଯୋଗର ସଦ୍‌ବ୍ୟବହାର କରି ଭାରତୀୟ ଦଳରେ ଅଧିକ ସଂଖ୍ୟାରେ ସ୍ଥାନ ପାଇପାରିବେ“।
ଗତ ୩-୪ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ଭାରତୀୟ ଭଲିବଲର ବିକାଶ ହୋଇଥିବାରୁ ବିଭିନ୍ନ ରାଜ୍ୟ ଆସୋସିଏଶନର ସଭାପତି ଓ ସମ୍ପାଦକମାନେ ଅଚ୍ୟୁତଙ୍କୁ ପ୍ରଶଂସା କରିଥିଲେ। ଇତିମଧ୍ୟରେ ଭାରତ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ସହ ୩ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି; ଯାହାକି ୧୯୫୧ରେ ଭିଏଫ୍‌ଆଇ ପ୍ରତିଷ୍ଠା ହେବାପରଠାରୁ କୌଣସି ସଭାପତିଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ସର୍ବାଧିକ ସଫଳତା। ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏଶନ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରା, ଶେଖର ବୋଷ, ରଥିନ ରୟ ଚୌଧାରୀ, ରାଜ କୁମାର, ଅନୁଲ ଚୌଧାରୀ ଓ ରାମାବତାର ସିଂ ଝାକର ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri