ଭାରତର ରପ୍ତାନି ପରିମାଣ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୬(ଅନୁରାଧା ମହାରଣା): ୨୦୨୪ ମେ’ରେ ଭାରତର ମୋଟ ରପ୍ତାନି ୧୦.୨୫ ପ୍ରତିଶତ ବୃଦ୍ଧି ପାଇବ। ୨୦୨୪ ଏପ୍ରିଲ-ମେ ମଧ୍ୟରେ ଭାରତର ମୋଟ ରପ୍ତାନି ୧୩୩.୬୧ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି, ଯାହା ୯.୨୧ ପ୍ରତିଶତ ଅଭିବୃଦ୍ଧି ଦର୍ଶାଉଛି। ଏପ୍ରିଲ-ମେ ୨୦୨୪ ମଧ୍ୟରେ ମୋଟ ଆମଦାନୀ ୧୪୯.୯୨ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି, ଯାହା ୯.୯୩ ପ୍ରତିଶତ ଅଭିବୃଦ୍ଧି ଦର୍ଶାଉଛି। ୨୦୨୪ ମେ’ରେ ଦ୍ରବ୍ୟ ରପ୍ତାନି ୯.୧୦ ପ୍ରତିଶତ ବୃଦ୍ଧି ହୋଇ ୩୮.୧୩ ବିଲିୟନ ଡଲାରରେ ପହଞ୍ଚିଥିବାବେଳେ ମେ ୨୦୨୩ରେ ଏହା ୩୪.୯୫ ବିଲିୟନ ଡଲାର ରହିଥିଲା। ୨୦୨୪ ମେ’ରେ ସାମଗ୍ରୀ ଆମଦାନୀ ୬୧.୯୧ ବିଲିୟନ ଡଲାରରେ ଥିବାବେଳେ ୨୦୨୩ ମେ’ରେ ଏହା ୫୭.୪୮ ବିଲିୟନ ଡଲାର ଥିଲା। ୨୦୨୪ ଏପ୍ରିଲ-ମେ ମଧ୍ୟରେ ସଂଗୃହୀତ ରପ୍ତାନି ମୂଲ୍ୟ ୫.୧୦ ପ୍ରତିଶତ ବୃଦ୍ଧି ହୋଇ ୭୩.୧୨ ବିଲିୟନ ଡଲାରରେ ପହଞ୍ଚିଛି। ଏହା ୨୦୨୩ ଏପ୍ରିଲ-ମେ ମଧ୍ୟରେ ୬୯.୫୭ ବିଲିୟନ ଡଲାର ରହିଥିଲା। ଏପ୍ରିଲ-ମେ ୨୦୨୪ ମଧ୍ୟରେ ସାମଗ୍ରୀ ଆମଦାନୀ ୧୧୬.୦୧ ବିଲିୟନ ଡଲାର ଥିବାବେଳେ ଏପ୍ରିଲ-ମେ ୨୦୨୩ ମଧ୍ୟରେ ଏହା ୧୦୬.୫୪ ବିଲିୟନ ଡଲାର ଥିଲା। ଅଣ ପେଟ୍ରୋଲିୟମ ଏବଂ ଅଣ-ରତ୍ନ ଏବଂ ଅଳଙ୍କାର ରପ୍ତାନିରେ ୨୦୨୩ ମେ’ରେ ୨୬.୨୭ ବିଲିୟନ ଡଲାରରୁ ୨୦୨୪ ମେ’ରେ ୨୮.୬୦ ବିଲିୟନ ଡଲାରରେ ପହଞ୍ଚତ୍ବା ସହ ୮.୮୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୨୪ ମେ’ରେ ବାଣିଜ୍ୟ ରପ୍ତାନି ଅଭିବୃଦ୍ଧିର ପ୍ରମୁଖ ଉସତ୍ଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ ସାମଗ୍ରୀ, ଔଷଧ ଏବଂ ଫାର୍ମାସ୍ୟୁଟିକାଲ୍ସ, ସମସ୍ତ ପ୍ରକାର ପ୍ରସ୍ତୁତ ପୋଷାକ ଏବଂ ପ୍ଲାଷ୍ଟିକ ଏବଂ ଲିନୋଲିୟମ ରହିଛି। ପେଟ୍ରୋଲିୟମ ଦ୍ରବ୍ୟର ରପ୍ତାନି ୨୦୨୩ ମେ’ରେ ୫.୮୫ ବିଲିୟନ ଡଲାରରୁ ୧୫.୭୫ ପ୍ରତିଶତ ବୃଦ୍ଧି ହୋଇ ୨୦୨୪ ମେ’ରେ ୬.୭୮ ବିଲିୟନ ଡଲାରରେ ପହଞ୍ଚିଛି। ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି ମେ ୨୦୨୩ ରେ ୯.୩ ବିଲିୟନ ଡଲାରରୁ ୭.୩୯ ପ୍ରତିଶତ ବୃଦ୍ଧି ହୋଇ ମେ ୨୦୨୪ ରେ ୯.୯୯ ବିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଇଲେକ୍ଟ୍ରୋନିକ୍‌ ସାମଗ୍ରୀର ରପ୍ତାନି ୨୦୨୩ ମେ’ରେ ୨.୪୧ ବିଲିୟନ ଡଲାରରୁ ୨୦୨୪ ମେ’ରେ ୨.୯୭ ବିଲିୟନ ଡଲାରରେ ୨୨.୯୭ ପ୍ରତିଶତ ବୃଦ୍ଧି ହୋଇଛି। ଔଷଧ ଏବଂ ଫାର୍ମାସ୍ୟୁଟିକାଲ୍ସର ରପ୍ତାନି ୨୦୨୩ ମେ’ରେ ୨.୦୮ ବିଲିୟନ ଆମେରିକୀୟ ଡଲାରରୁ ୧୦.୪୫ ପ୍ରତିଶତ ବୃଦ୍ଧି ହୋଇ ୨.୩୦ ବିଲିୟନ ଡଲାରରେ ପହଞ୍ଚିଛି। ସମସ୍ତ ପ୍ରକାର ପ୍ରସ୍ତୁତ ପୋଷାକର ରପ୍ତାନି ୨୦୨୩ ତୁଳନାରେ ଚଳିତ ବର୍ଷ ୧.୨୪ ବିଲିୟନରୁ ୧.୩୬ ବିଲିୟନ ଡଲାରରେ ୯.୮୪ ପ୍ରତିଶତ ବୃଦ୍ଧି ହେବ। ପ୍ଲାଷ୍ଟିକ ଏବଂ ଲିନୋଲିୟମ ରପ୍ତାନି ୨୦୨୩ ମେ’ରେ ୦.୬୫ ବିଲିୟନ ଡଲାରରୁ ୧୬.୬ ପ୍ରତିଶତ ବୃଦ୍ଧି ହୋଇ ୨୦୨୪ ମେ’ରେ ୦.୭୬ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପଟେ ୨୦୨୪ ମେ’ରେ ସେବା ରପ୍ତାନିର ଆନୁମାନିକ ମୂଲ୍ୟ ହେଉଛି ୩୦.୧୬ ବିଲିୟନ ଡଲାର ରହିଛି, ଯାହାକି ୨୦୨୩ରେ ୨୬.୯୯ ବିଲିୟନ ଡଲାର ରହିଥିଲା। ୨୦୨୪ ମେ’ରେ ସେବା ଆମଦାନୀଗୁଡ଼ିକର ଆନୁମାନିକ ମୂଲ୍ୟ ୧୫.୮୮ ବିଲିୟନ ଡଲାରରୁ ବୃଦ୍ଧି ପାଇ ୧୭.୨୮ ବିଲିୟନ ଡଲାରରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?