Posted inଜାତୀୟ

ଗାମ୍ବିଆରେ ଶିଶୁ ମୃତ୍ୟୁ ପାଇଁ ଭାରତ କଫ ସିରପ ଦାୟୀ: ସିଡିସି ରିପୋର୍ଟି…

ନୂଆଦିଲ୍ଲୀ,୪।୩ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏବଂ ଗାମ୍ବିଆର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ଅନୁସନ୍ଧାନରେ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ଏବଂ ଭାରତରେ ଉତ୍ପାଦିତ ଅପମିଶ୍ରିତ କଫ ସିରପ ବ୍ୟବହାର ମଧ୍ୟରେ ସମ୍ପର୍କ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅକ୍ଟୋବର ୨୦୨୨ରେ ଏନେଇ ଏକ ସତର୍କ ସୂଚନା ଜାରି କରି କହିଥିଲା ଯେ ଭାରତୀୟ କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ଦ୍ୱାରା ଗାମ୍ବିଆକୁ ଦିଆଯାଉଥିବା ଚାରିଟି କଫ ସିରପ ଗୁଣାତ୍ମକ ମାନ ପୂରଣ କରୁନାହିଁ ।

ଏହାର ବ୍ୟବହାର ଯୋଗୁ ଅନେକ ପିଲାଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏହି ଅନୁସନ୍ଧାନ ଦୃଢ଼ ଭାବରେ ସୂଚିତ କରିଛି ଯେ ଗାମ୍ବିଆକୁ ଆମଦାନୀ କରାଯାଇଥିବା ଔଷଧରେ ଡାଇଥାଇଲନ ଗ୍ଲାଇକଲ (ଡିଇଜି) କିମ୍ବା ଇଥିଲିନ ଗ୍ଲାଇକଲ (ଇଜି) ଦ୍ୱାରା ଅପମିିଶ୍ରିତ ହୋଇଛି। ଏହା ଯୋଗୁ ଶିଶୁମାନଙ୍କଠାରେ କିଡନୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ବୋଲି ସିଡିସି ରିପୋର୍ଟରେ କୁହାଯାଇଛି। ଗତ ଅଗଷ୍ଟରେ ଗାମ୍ବିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁକୁ ଭାରତରେ ଉତ୍ପାଦିତ ଚାରିଟି କଫ ସିରପ ସହିତ ସମ୍ପୃକ୍ତ ଥିବା ରିପୋର୍ଟ ପରେ, ଅନୁସନ୍ଧାନ ପାଇଁ ସରକାର ଗଠନ କରିଥିବା ଏକ କମିଟି ଜାଣିବାକୁ ପାଇଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସ୍‌ଦ୍ୱାରା ଅଂଶୀଦାର ହୋଇଥିବା କ୍ଲିନିକାଲ ସୂଚନା ପାଥୋଲୋଜିକାଲ ଅଟେ। ଏହା ଚୂଡ଼ାନ୍ତ ନିର୍ଣ୍ଣୟ ପାଇଁ ପର୍ଯ୍ୟାପ୍ତ ନୁହେଁ। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଡ. ଭି.ଜି ସୋମାନି ଏ ବିଷୟରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ସୂଚନା ଦେଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରୁଟେଣ୍ଡୋ କୁୱାନା ଅକ୍ଟୋବର ୧୩ରେ ଡିସିଜିଆଇକୁ ଏକ ଚିଠି ଲେଖି ଚାରିଟି କଫ ସିରପର ସୋନିପତ ଭିତ୍ତିକ ଉତ୍ପାଦକ ମେଡେନ ଫାର୍ମାସ୍ୟୁଟିକାଲ୍ସର ଅନୁସନ୍ଧାନର ଅଗ୍ରଗତି ବିଷୟରେ ଜଣାଇବାକୁ କହିଥିଲେ।

ଇ-ମେଲର ଉତ୍ତରରେ ଡ .ସୋମାନି ଶନିବାର କହିଛନ୍ତି ଯେ ପ୍ରତିକୂଳ ଘଟଣା ରିପୋର୍ଟର ବିବରଣୀ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅଂଶୀଦାର ତଥା ବିଶ୍ଳେଷଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରିଛି। ସେହି ଅନୁଯାୟୀ ପରବର୍ତ୍ତୀ ସମୟରେ ସୁପାରିଶ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri