Posted inଖେଳ

ଇଣ୍ଡିଆନ ଓମେନ୍ସ ଲିଗ୍‌ ଆରମ୍ଭ

ଇଣ୍ଡିଆନ ଓମେନ୍ସ ଲିଗ୍‌ର ୬ଷ୍ଠ ସଂସ୍କରଣ ଗୁଜରାଟର ବିଭିନ୍ନ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଡ଼ିଶାର ୨ ଦଳ ଓଡ଼ିଶା ଏଫ୍‌ସି ଏବଂ ସ୍ପୋଟର୍‌ସ ଓଡ଼ିଶା ସାମିଲ ରହିଛି। ଇତିହାସ ଦେଖିଲେ ଗୋକୁଳମ୍‌ କେରଳ ସର୍ବାଧିକ ୨ ଥର ଟାଇଟଲ ବିଜୟୀ ହୋଇଛି । ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ।
ଇତିହାସ
ଭାରତରେ ମହିଳା ଫୁଟବଲ୍‌ର ବିକାଶ ପାଇଁ ଆରମ୍ଭ ହୋଇଥିଲା ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)। ୨୦୧୬ରେ ହୋଇଥିଲା ଏହାର ପ୍ରଥମ ସଂସ୍କରଣ। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ଧୀରେ ଧୀରେ ଏହାର କାୟା ବୃଦ୍ଧି ଘଟି ଏବେ ଏହା ୧୬ ଦଳରେ ପହଞ୍ଚିଛି। ଇତିମଧ୍ୟରେ ୬ଷ୍ଠ ସଂସ୍କରଣରେ ଏହି ଟୁର୍ନାମେଣ୍ଟ ପହଞ୍ଚିଥିବା ବେଳେ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌, ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌, ସେଥୁ ଓ ଗୋକୁଳମ୍‌ କେରଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଗୋକୁଳମ୍‌ କେରଳ ସର୍ବାଧିକ ଦୁଇ ଥର ଟାଇଟଲ୍‌ ହାସଲ କରିବାରେ ସଫଳ ହୋଇଛି। ଏହି ଟୁର୍ନାମେଣ୍ଟର ଚାମ୍ପିୟନ୍‌ ଦଳକୁ ଏସିଆନ୍‌ ଏଏଫ୍‌ସି କପ ଖେଳିବାର ସୁଯୋଗ ମିଳିଥାଏ। ଚଳିତ ବର୍ଷର ଇଣ୍ଡିଆନ୍‌ ଓମେନ୍ସ ଲିଗ ଗୁଜରାଟରେ ଖେଳା ଯାଉଥିବା ବେଳେ ଓଡ଼ିଶାରୁ ୨ଟି ଦଳ ଓଡ଼ିଶା ଏଫ୍‌ସି ଓ ସ୍ପୋଟର୍‌ସ ଓଡ଼ିଶା ଅଂଶଗ୍ରହଣ କରୁଛି। ବିଗତ ୭ ବର୍ଷ ମଧ୍ୟରେ କେବଳ ୨୦୨୦-୨୧ ସିଜନ କୋଭିଡ୍‌ ପାଇଁ ସମ୍ଭବ ହୋଇ ନ ଥିଲା।
କିଭଳି ଥିଲା ଆରମ୍ଭ
ଭାରତରେ ମହିଳା ଫୁଟବଲରଙ୍କ ପାଇଁ କୌଣସି ପ୍ରଫେସନାଲ ଲିଗ୍‌ ନ ଥିବା ବେଳେ ୧୯୯୧ରୁ ଏହାକୁ ଆରମ୍ଭ କରିବାକୁ ପ୍ରୟାସ ହୋଇଥିଲା। ସେ ସମୟରେ କେବଳ ଜାତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ଏକମାତ୍ର ସ୍ବୀକୃତିପ୍ରାପ୍ତ ଟୁର୍ନାମେଣ୍ଟ ରହିଥିଲା। ସମାନ ସମୟରେ କୋଲକାତା, ମୁମ୍ବାଇ ଓ ଗୋଆରେ ମହିଳା ଫୁଟବଲ୍‌ ଲିଗ୍‌ ଆରମ୍ଭ ହୋଇଥିଲା। ତେବେ ଏସବୁ କେବଳ ସମାନ ରାଜ୍ୟ ମଧ୍ୟରେ ସୀମିତ ରହିଥିବା ବେଳେ ଅର୍ଥ ଅଭାବରୁ ଏହା କିଛି ବର୍ଷ ମଧ୍ୟରେ ବନ୍ଦ ହୋଇଯାଇଥିଲା। ତେବେ ୨୦୧୪ରେ ଭାରତୀୟ ମହିଳା ଫୁଟବଲ ଦଳ ସାଉଥ୍‌ ଏସିଆନ୍‌ ଫୁଟବଲ୍‌ ଫେଡେରେଶନ (ସାଫ୍‌) ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିବା ପରେ ମହିଳା ଫୁଟବଲ ଲିଗ୍‌କୁ ନେଇ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ୍‌) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ୨୦୧୪ରୁ ରୂପରେଖ ପ୍ରସ୍ତୁତ ହେବା ପରେ ପ୍ରଥମ ଥର ପାଇଁ ୨୦୧୬ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ଆରମ୍ଭରୁ କେବଳ ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳୁଥିବା ବେଳେ ୨୦୧୭ ସିଜନରୁ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଏହି ଲିଗ୍‌ରେ ଖେଳିବା ପାଇଁ ଅନୁମତି ମିଳିଥିଲା।
କଟକରେ
ଉଦ୍‌ଘାଟନୀ ସିଜନ
ପ୍ରଥମ ଥର ପାଇଁ ଅନୁଷ୍ଠିତ ଟୁର୍ନାମେଣ୍ଟର ମୁଖ୍ୟ ରାଉଣ୍ଡରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟର ପ୍ରିଲିମିନାରୀ ରାଉଣ୍ଡରେ ୨୦ ଦଳ ଅଂଶଗ୍ରହଣ କରିଥିଲେ। ୫ଟି ସୁପର ଲିଗ୍‌ ଦଳ ଓ ୩ଟି ଆଇ ଲିଗ୍‌ ଦଳ ଯୋଗ୍ୟତା ହାସଲ କରିଥିବା ବେଳେ ବିଭିନ୍ନ ରାଜ୍ୟରୁ ଅନ୍ୟ ୧୨ ଦଳ ଯୋଗ ଦେଇଥିଲେ। କଟକରେ ଅକ୍ଟୋବର ୧୭ରୁ ୨୬ ମଧ୍ୟରେ ଏହି ମ୍ୟାଚ୍‌ଗୁଡିକ ଖେଳା ଯାଇଥିଲା। ୬ଟି ଦଳ ମୁଖ୍ୟ ରାଉଣ୍ଡକୁ ଉନ୍ନୀତ ହୋଇଥିବା ବେଳେ ଏହାର ମ୍ୟାଚ୍‌ଗୁଡିକ ଦିଲ୍ଲୀରେ ଖେଳା ଯାଇଥିଲା। ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌ ୩-୦ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌କୁ ପରାସ୍ତ କରି ପ୍ରଥମ ସଂସ୍କରଣ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଦ୍ୱିତୀୟ ସଂସ୍କରଣରେ ଓଡ଼ିଆ କ୍ଲବ ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲା। ପରବର୍ତ୍ତୀ ସଂସ୍କରଣରେ ମଦୁରାଇର ଦଳ ସେଥୁ ଚାମ୍ପିୟନ ହୋଇଥିବା ବେଳେ ବିଗତ ଦୁଇ ବର୍ଷ ଧରି ଗୋକୁଳମ୍‌ କେରଳ ଟାଇଟଲ ବଜାୟ ରଖିଛି।
ଫର୍ମାଟ
ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟରେ ଏହି ଟୁର୍ନାମେଣ୍ଟ ଖେଳା ଯାଇଥାଏ। ଗୋଟିଏ ଭେନ୍ୟୁରେ ୧୨ ରାଉଣ୍ଡର ମ୍ୟାଚ୍‌ ପରେ ଅଧିକ ପଏଣ୍ଟ ଅର୍ଜନ କରିଥିବା ଦଳକୁ ଚାମ୍ପିୟନ ଘୋଷଣା କରାଯାଇଥାଏ। ବିଗତ ସିଜନର ୪ ଶ୍ରେଷ୍ଠ ଦଳ ସହିତ ବିଭିନ୍ନ ରାଜ୍ୟର ମହିଳା ଲିଗ୍‌ ଚାମ୍ପିୟନ୍‌ ଦଳଙ୍କୁ ସିଧାସଳଖ ମୁଖ୍ୟ ରାଉଣ୍ଡ ପାଇଁ ଯୋଗ୍ୟତା ମିଳିଥାଏ। ଅନ୍ୟ ଦଳଗୁଡିକ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ମୁଖ୍ୟ ରାଉଣ୍ଡରେ ସାମିଲ ହୋଇଥାଏ। ଚଳିତ ବର୍ଷ ୧୬ ଟିମ୍‌ ମୁଖ୍ୟ ରାଉଣ୍ଡରେ ସାମିଲ ହେବେ। ଟୁର୍ନାମେଣ୍ଟ ଶେଷ ସୁଦ୍ଧା ଯଦି ଦୁଇ ଅବା ଅଧିକ ଦଳର ପଏଣ୍ଟ ସମାନ ରହିଥାଏ ତେବେ ଉନ୍ନତ ଗୋଲ ବ୍ୟବଧାନରେ ବିଜୟୀ ଦଳ ନିର୍ଦ୍ଧାରଣ କରାଯିବ। ଗୋଲ ବ୍ୟବଧାନ ସମାନ ରହିଲେ ଉଭୟ ଦଳ ପରସ୍ପର ମଧ୍ୟରେ ସ୍କୋର କରିଥିବା ଗୋଲକୁ ହିସାବକୁ ନିଆଯିବ। ଏଥିରେ ଯଦି ଫଇସଲା ନ ହୁଏ ତେବେ କେଉଁ ଦଳ ସର୍ବାଧିକ ଗୋଲ ସ୍କୋର କରିବା ସହିତ କମ୍‌ ରେଡ୍‌ ଓ ୟେଲୋ କାର୍ଡ ପାଇଛି ତାହାକୁ ବିଚାରକୁ ନିଆଯିବ। ଏସବୁ ପରେ ମଧ୍ୟ ଯଦି ବିଜେତା ନିର୍ଣ୍ଣୟ ସମ୍ଭବ ନ ହୁଏ ତେବେ ଟସ୍‌ ମାଧ୍ୟମରେ ବିଜେତା ଚୟନ କରାଯିବ।
ରେକର୍ଡ
ଟୁର୍ନାମେଣ୍ଟର ସଫଳତମ ଦଳ ଭାବରେ ଗୋକୁଳମ୍‌ କେରଳ ଦୁଇଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅନ୍ୟପକ୍ଷରେ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌, ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌ ଓ ସେଥୁ ଥରେ ଲେଖାଏ ଚାମ୍ପିୟନ ଓ ରନର ଅପ୍‌ ରହିଛନ୍ତି। ଏହି ଟୁର୍ନାମେଣ୍ଟରେ ସର୍ବାଧିକ ଗୋଲ ଦେବାର ରେକର୍ଡ ବର୍ତ୍ତମାନର ଭାରତୀୟ ଦଳ ଅଧିନାୟିକା ନାନ୍‌ଗୋମ୍‌ ବାଲାଦେବୀଙ୍କ ନାମରେ ରହିଛି। ସେ ୨ଟି ସିଜନରେ ଅଂଶଗ୍ରହଣ କରି ମୋଟ ୩୮ଟି ଗୋଲ ସ୍କୋର କରିଛନ୍ତି। ନେପାଳର ଖେଳାଳି ସବିତ୍ରା ଭଣ୍ଡାରୀ ସମାନ ୨ଟି ସିଜନ ଖେଳିଥିବା ବେଳେ ୩୧ ଗୋଲ୍‌ ସ୍କୋର କରିବା ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଖେଳାଳି ନୋଙ୍ଗାମାଇଥେମ୍‌ ରତ୍ନବାଳା ଦେବୀ ଓ ସାନ୍ଧିୟା ରଙ୍ଗନାଥନ୍‌ ୪ଟି ଲେଖାଏ ସିଜନ ଖେଳିଥିବା ବେଳେ ୨୫ଟି ଲେଖାଏ ଗୋଲ ସ୍କୋର କରି ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ପ୍ୟାରୀ ଖାଖା ଓ ସସ୍ମିତା ମଲିକ୍‌ ଉଭୟ ୭ଟି ଲେଖାଏ ଗୋଲ ସ୍କୋର କରି ସର୍ବାଧିକ ସ୍କୋରରଙ୍କ ତାଲିକାରେ ୧୩ତମ ସ୍ଥାନରେ ରହିଛନ୍ତି। ସସ୍ମିତା ଗୋଟିଏ ଏବଂ ପ୍ୟାରୀ ୩ଟି ସିଜନରେ ଅଂଶଗ୍ରହଣ କରିଛନ୍ତି। ଗୋଟିଏ ସିଜନରେ ସର୍ବାଧିକ ଗୋଲ ଦେବାର ରେକର୍ଡ ନାନ୍‌ଗୋମ୍‌ ବାଲାଦେବୀଙ୍କ ନାମରେ ରହିଛି। ୨୦୧୮-୧୯ ସିଜନରେ ମଣିପୁର ପୋଲିସ୍‌ ପକ୍ଷରୁ ସେ ସର୍ବାଧିକ ୨୬ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri