Posted inଖେଳ

ଇଣ୍ଡିଆନ ଓମେନ୍ସ ଲିଗ୍‌ ଆରମ୍ଭ

ଇଣ୍ଡିଆନ ଓମେନ୍ସ ଲିଗ୍‌ର ୬ଷ୍ଠ ସଂସ୍କରଣ ଗୁଜରାଟର ବିଭିନ୍ନ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଡ଼ିଶାର ୨ ଦଳ ଓଡ଼ିଶା ଏଫ୍‌ସି ଏବଂ ସ୍ପୋଟର୍‌ସ ଓଡ଼ିଶା ସାମିଲ ରହିଛି। ଇତିହାସ ଦେଖିଲେ ଗୋକୁଳମ୍‌ କେରଳ ସର୍ବାଧିକ ୨ ଥର ଟାଇଟଲ ବିଜୟୀ ହୋଇଛି । ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ।
ଇତିହାସ
ଭାରତରେ ମହିଳା ଫୁଟବଲ୍‌ର ବିକାଶ ପାଇଁ ଆରମ୍ଭ ହୋଇଥିଲା ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)। ୨୦୧୬ରେ ହୋଇଥିଲା ଏହାର ପ୍ରଥମ ସଂସ୍କରଣ। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ଧୀରେ ଧୀରେ ଏହାର କାୟା ବୃଦ୍ଧି ଘଟି ଏବେ ଏହା ୧୬ ଦଳରେ ପହଞ୍ଚିଛି। ଇତିମଧ୍ୟରେ ୬ଷ୍ଠ ସଂସ୍କରଣରେ ଏହି ଟୁର୍ନାମେଣ୍ଟ ପହଞ୍ଚିଥିବା ବେଳେ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌, ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌, ସେଥୁ ଓ ଗୋକୁଳମ୍‌ କେରଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଗୋକୁଳମ୍‌ କେରଳ ସର୍ବାଧିକ ଦୁଇ ଥର ଟାଇଟଲ୍‌ ହାସଲ କରିବାରେ ସଫଳ ହୋଇଛି। ଏହି ଟୁର୍ନାମେଣ୍ଟର ଚାମ୍ପିୟନ୍‌ ଦଳକୁ ଏସିଆନ୍‌ ଏଏଫ୍‌ସି କପ ଖେଳିବାର ସୁଯୋଗ ମିଳିଥାଏ। ଚଳିତ ବର୍ଷର ଇଣ୍ଡିଆନ୍‌ ଓମେନ୍ସ ଲିଗ ଗୁଜରାଟରେ ଖେଳା ଯାଉଥିବା ବେଳେ ଓଡ଼ିଶାରୁ ୨ଟି ଦଳ ଓଡ଼ିଶା ଏଫ୍‌ସି ଓ ସ୍ପୋଟର୍‌ସ ଓଡ଼ିଶା ଅଂଶଗ୍ରହଣ କରୁଛି। ବିଗତ ୭ ବର୍ଷ ମଧ୍ୟରେ କେବଳ ୨୦୨୦-୨୧ ସିଜନ କୋଭିଡ୍‌ ପାଇଁ ସମ୍ଭବ ହୋଇ ନ ଥିଲା।
କିଭଳି ଥିଲା ଆରମ୍ଭ
ଭାରତରେ ମହିଳା ଫୁଟବଲରଙ୍କ ପାଇଁ କୌଣସି ପ୍ରଫେସନାଲ ଲିଗ୍‌ ନ ଥିବା ବେଳେ ୧୯୯୧ରୁ ଏହାକୁ ଆରମ୍ଭ କରିବାକୁ ପ୍ରୟାସ ହୋଇଥିଲା। ସେ ସମୟରେ କେବଳ ଜାତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ଏକମାତ୍ର ସ୍ବୀକୃତିପ୍ରାପ୍ତ ଟୁର୍ନାମେଣ୍ଟ ରହିଥିଲା। ସମାନ ସମୟରେ କୋଲକାତା, ମୁମ୍ବାଇ ଓ ଗୋଆରେ ମହିଳା ଫୁଟବଲ୍‌ ଲିଗ୍‌ ଆରମ୍ଭ ହୋଇଥିଲା। ତେବେ ଏସବୁ କେବଳ ସମାନ ରାଜ୍ୟ ମଧ୍ୟରେ ସୀମିତ ରହିଥିବା ବେଳେ ଅର୍ଥ ଅଭାବରୁ ଏହା କିଛି ବର୍ଷ ମଧ୍ୟରେ ବନ୍ଦ ହୋଇଯାଇଥିଲା। ତେବେ ୨୦୧୪ରେ ଭାରତୀୟ ମହିଳା ଫୁଟବଲ ଦଳ ସାଉଥ୍‌ ଏସିଆନ୍‌ ଫୁଟବଲ୍‌ ଫେଡେରେଶନ (ସାଫ୍‌) ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିବା ପରେ ମହିଳା ଫୁଟବଲ ଲିଗ୍‌କୁ ନେଇ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ୍‌) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ୨୦୧୪ରୁ ରୂପରେଖ ପ୍ରସ୍ତୁତ ହେବା ପରେ ପ୍ରଥମ ଥର ପାଇଁ ୨୦୧୬ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ଆରମ୍ଭରୁ କେବଳ ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳୁଥିବା ବେଳେ ୨୦୧୭ ସିଜନରୁ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଏହି ଲିଗ୍‌ରେ ଖେଳିବା ପାଇଁ ଅନୁମତି ମିଳିଥିଲା।
କଟକରେ
ଉଦ୍‌ଘାଟନୀ ସିଜନ
ପ୍ରଥମ ଥର ପାଇଁ ଅନୁଷ୍ଠିତ ଟୁର୍ନାମେଣ୍ଟର ମୁଖ୍ୟ ରାଉଣ୍ଡରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟର ପ୍ରିଲିମିନାରୀ ରାଉଣ୍ଡରେ ୨୦ ଦଳ ଅଂଶଗ୍ରହଣ କରିଥିଲେ। ୫ଟି ସୁପର ଲିଗ୍‌ ଦଳ ଓ ୩ଟି ଆଇ ଲିଗ୍‌ ଦଳ ଯୋଗ୍ୟତା ହାସଲ କରିଥିବା ବେଳେ ବିଭିନ୍ନ ରାଜ୍ୟରୁ ଅନ୍ୟ ୧୨ ଦଳ ଯୋଗ ଦେଇଥିଲେ। କଟକରେ ଅକ୍ଟୋବର ୧୭ରୁ ୨୬ ମଧ୍ୟରେ ଏହି ମ୍ୟାଚ୍‌ଗୁଡିକ ଖେଳା ଯାଇଥିଲା। ୬ଟି ଦଳ ମୁଖ୍ୟ ରାଉଣ୍ଡକୁ ଉନ୍ନୀତ ହୋଇଥିବା ବେଳେ ଏହାର ମ୍ୟାଚ୍‌ଗୁଡିକ ଦିଲ୍ଲୀରେ ଖେଳା ଯାଇଥିଲା। ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌ ୩-୦ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌କୁ ପରାସ୍ତ କରି ପ୍ରଥମ ସଂସ୍କରଣ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଦ୍ୱିତୀୟ ସଂସ୍କରଣରେ ଓଡ଼ିଆ କ୍ଲବ ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲା। ପରବର୍ତ୍ତୀ ସଂସ୍କରଣରେ ମଦୁରାଇର ଦଳ ସେଥୁ ଚାମ୍ପିୟନ ହୋଇଥିବା ବେଳେ ବିଗତ ଦୁଇ ବର୍ଷ ଧରି ଗୋକୁଳମ୍‌ କେରଳ ଟାଇଟଲ ବଜାୟ ରଖିଛି।
ଫର୍ମାଟ
ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟରେ ଏହି ଟୁର୍ନାମେଣ୍ଟ ଖେଳା ଯାଇଥାଏ। ଗୋଟିଏ ଭେନ୍ୟୁରେ ୧୨ ରାଉଣ୍ଡର ମ୍ୟାଚ୍‌ ପରେ ଅଧିକ ପଏଣ୍ଟ ଅର୍ଜନ କରିଥିବା ଦଳକୁ ଚାମ୍ପିୟନ ଘୋଷଣା କରାଯାଇଥାଏ। ବିଗତ ସିଜନର ୪ ଶ୍ରେଷ୍ଠ ଦଳ ସହିତ ବିଭିନ୍ନ ରାଜ୍ୟର ମହିଳା ଲିଗ୍‌ ଚାମ୍ପିୟନ୍‌ ଦଳଙ୍କୁ ସିଧାସଳଖ ମୁଖ୍ୟ ରାଉଣ୍ଡ ପାଇଁ ଯୋଗ୍ୟତା ମିଳିଥାଏ। ଅନ୍ୟ ଦଳଗୁଡିକ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ମୁଖ୍ୟ ରାଉଣ୍ଡରେ ସାମିଲ ହୋଇଥାଏ। ଚଳିତ ବର୍ଷ ୧୬ ଟିମ୍‌ ମୁଖ୍ୟ ରାଉଣ୍ଡରେ ସାମିଲ ହେବେ। ଟୁର୍ନାମେଣ୍ଟ ଶେଷ ସୁଦ୍ଧା ଯଦି ଦୁଇ ଅବା ଅଧିକ ଦଳର ପଏଣ୍ଟ ସମାନ ରହିଥାଏ ତେବେ ଉନ୍ନତ ଗୋଲ ବ୍ୟବଧାନରେ ବିଜୟୀ ଦଳ ନିର୍ଦ୍ଧାରଣ କରାଯିବ। ଗୋଲ ବ୍ୟବଧାନ ସମାନ ରହିଲେ ଉଭୟ ଦଳ ପରସ୍ପର ମଧ୍ୟରେ ସ୍କୋର କରିଥିବା ଗୋଲକୁ ହିସାବକୁ ନିଆଯିବ। ଏଥିରେ ଯଦି ଫଇସଲା ନ ହୁଏ ତେବେ କେଉଁ ଦଳ ସର୍ବାଧିକ ଗୋଲ ସ୍କୋର କରିବା ସହିତ କମ୍‌ ରେଡ୍‌ ଓ ୟେଲୋ କାର୍ଡ ପାଇଛି ତାହାକୁ ବିଚାରକୁ ନିଆଯିବ। ଏସବୁ ପରେ ମଧ୍ୟ ଯଦି ବିଜେତା ନିର୍ଣ୍ଣୟ ସମ୍ଭବ ନ ହୁଏ ତେବେ ଟସ୍‌ ମାଧ୍ୟମରେ ବିଜେତା ଚୟନ କରାଯିବ।
ରେକର୍ଡ
ଟୁର୍ନାମେଣ୍ଟର ସଫଳତମ ଦଳ ଭାବରେ ଗୋକୁଳମ୍‌ କେରଳ ଦୁଇଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅନ୍ୟପକ୍ଷରେ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌, ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍‌ ଓ ସେଥୁ ଥରେ ଲେଖାଏ ଚାମ୍ପିୟନ ଓ ରନର ଅପ୍‌ ରହିଛନ୍ତି। ଏହି ଟୁର୍ନାମେଣ୍ଟରେ ସର୍ବାଧିକ ଗୋଲ ଦେବାର ରେକର୍ଡ ବର୍ତ୍ତମାନର ଭାରତୀୟ ଦଳ ଅଧିନାୟିକା ନାନ୍‌ଗୋମ୍‌ ବାଲାଦେବୀଙ୍କ ନାମରେ ରହିଛି। ସେ ୨ଟି ସିଜନରେ ଅଂଶଗ୍ରହଣ କରି ମୋଟ ୩୮ଟି ଗୋଲ ସ୍କୋର କରିଛନ୍ତି। ନେପାଳର ଖେଳାଳି ସବିତ୍ରା ଭଣ୍ଡାରୀ ସମାନ ୨ଟି ସିଜନ ଖେଳିଥିବା ବେଳେ ୩୧ ଗୋଲ୍‌ ସ୍କୋର କରିବା ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଖେଳାଳି ନୋଙ୍ଗାମାଇଥେମ୍‌ ରତ୍ନବାଳା ଦେବୀ ଓ ସାନ୍ଧିୟା ରଙ୍ଗନାଥନ୍‌ ୪ଟି ଲେଖାଏ ସିଜନ ଖେଳିଥିବା ବେଳେ ୨୫ଟି ଲେଖାଏ ଗୋଲ ସ୍କୋର କରି ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ପ୍ୟାରୀ ଖାଖା ଓ ସସ୍ମିତା ମଲିକ୍‌ ଉଭୟ ୭ଟି ଲେଖାଏ ଗୋଲ ସ୍କୋର କରି ସର୍ବାଧିକ ସ୍କୋରରଙ୍କ ତାଲିକାରେ ୧୩ତମ ସ୍ଥାନରେ ରହିଛନ୍ତି। ସସ୍ମିତା ଗୋଟିଏ ଏବଂ ପ୍ୟାରୀ ୩ଟି ସିଜନରେ ଅଂଶଗ୍ରହଣ କରିଛନ୍ତି। ଗୋଟିଏ ସିଜନରେ ସର୍ବାଧିକ ଗୋଲ ଦେବାର ରେକର୍ଡ ନାନ୍‌ଗୋମ୍‌ ବାଲାଦେବୀଙ୍କ ନାମରେ ରହିଛି। ୨୦୧୮-୧୯ ସିଜନରେ ମଣିପୁର ପୋଲିସ୍‌ ପକ୍ଷରୁ ସେ ସର୍ବାଧିକ ୨୬ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri