Posted inଜାତୀୟ

ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ

ନୂଆଦିଲ୍ଲୀ,୪।୩: କୋଭିଡ୍‌ ସମୟରେ ସାହାଜାଦି ଫେସ୍‌ବୁକ୍‌ ଜରିଆରେ ଉତ୍ତରପ୍ରଦେଶ ଆଗ୍ରାର ଉଜେର ନାମକ ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସୃଷ୍ଟି କରିଥିଲେ। ଉଜେର ନିଜକୁ ଜଣେ ସାମାଜିକକର୍ମୀ ତଥା ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ସମ୍ପର୍କୀୟ ଦୁବାଇରେ ରହୁଛନ୍ତି। ତେଣୁ ସାହାଜାଦିଙ୍କ ମୁହଁରେ ହୋଇଥିବା ପୋଡ଼ା ଦାଗକୁ ଅସ୍ତ୍ରୋପଚାର ମାଧ୍ୟମରେ ଆବୁଧାବିରେ ଭଲ କରିଦେବେ ବୋଲି କହି ଉଜେର ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ଏପରି କି ତାଙ୍କୁ ଟୁରିଷ୍ଟ ଭିଜା ଜରିଆରେ ୨୦୨୧ ଡିସେମ୍ବରରେ ଆବୁଧାବି ନେଇଯାଇଥିଲେ। ସେଠାରେ ଉଜେର ନିଜ ସମ୍ପର୍କୀୟ ଦାଦାଙ୍କ ପାଖରେ ସାହାଜାଦିଙ୍କୁ ରଖି ତାଙ୍କ ଅସ୍ତ୍ରୋପଚାର ପରିବର୍ତ୍ତେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରାଇଥିଲେ। ୨୦୨୨ ଅଗଷ୍ଟରେ ସାହାଜାଦିଙ୍କ ମାଲିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ଶିଶୁପୁତ୍ରର ଲାଳନପାଳନ ପାଇଁ ସାହାଜାଦିଙ୍କୁ ନିଯୁକ୍ତ କରାଯାଇଥିଲା।

୨୦୨୨ ଡିସେମ୍ବର ୭ତାରିଖରେ ଉକ୍ତ ଶିଶୁପୁତ୍ର ନିୟମିତ ଟିକା ନେଇଥିଲେ। ହେଲେ ସେହିଦିନ ସନ୍ଧ୍ୟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ୨୦୨୩ ଫେବୃଆରୀରେ ଏକ ଭିଡିଓ ରେକର୍ଡିଂରେ ସାହାଜାଦି ଶିଶୁପୁତ୍ରର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଥିବା ଦେଖିବାକୁ ମିଳିଥିଲା। ଏପରି କି ମାଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି କାର୍ଯ୍ୟ କରିଥିବା ସ୍ବୀକାର କରିଥିଲେ। ପରେ ତାଙ୍କୁ ଆବୁଧାବି ପୋଲିସ ଜିମା ଦିଆଯାଇଥିଲା। ୨୦୨୩ ଜୁଲାଇ ୩୧ରେ ତାଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପରେ ତାଙ୍କୁ ଅଲ୍‌ ବଟଓ୍ବା ଜେଲରେ ରଖାଯାଇଥିଲା। ୨୦୨୪ ସେପ୍ଟେମ୍ବର ୨୦ ପରେ ତାଙ୍କୁ ଯେକୌଣସି ଦିନରେ ଫାଶୀ ଦିଆଯାଇପାରେ ବୋଲି କୁହାଯାଇଥିଲା। ଅପରପକ୍ଷରେ ସାହାଜାଦିଙ୍କ ବାପା ସବିର ଖାନ୍‌ ଝିଅର କିଛି ଭୁଲ୍‌ ନ ଥିବା କହିଛନ୍ତି। ଯେଉଁଦିନ ଶିଶୁପୁତ୍ରର ମୃତ୍ୟୁ ହେଲା ଡାକ୍ତର ପୋଷ୍ଟ ମର୍ଟମ୍‌ ପାଇଁ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ହେଲେ ସେମାନେ ତାହା ଶୁଣି ନ ଥିଲେ। ଏପରି କି ଉକ୍ତ ଘଟଣାର ପରବର୍ତ୍ତୀ ତଦନ୍ତକୁ ଅଗ୍ରାହ୍ୟ କରିବା

ନେଇ ସମ୍ମତି ପ୍ରକାଶ କରିଥିଲେ। ୟୁଏଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସାହାଜାଦିଙ୍କ ପାଇଁ ଓକିଲ ଯୋଗାଇ ଦିଆଯାଇଥିବା କୁହାଯାଉଥିବାବେଳେ ସାହାଜାଦିଙ୍କୁ କୋର୍ଟରେ ଠିକ୍‌ ଭାବେ ପ୍ରତିନିଧିତ୍ୱ କରାଯାଉ ନ ଥିଲା ବୋଲି ସବିର ଅଭିଯୋଗ ଆଣିଛନ୍ତି। ନିକଟରେ ସେ ଝିଅର ଅବସ୍ଥା କିପରି ଅଛି ତାହା ଜଣାଇବାକୁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏବଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଗତ ୧ତାରିଖରେ ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ସାହାଜାଦିଙ୍କୁ ଫାଶୀ ଦିଆଯାଇଥିବା ସମ୍ପର୍କରେ ସ୍ପଷ୍ଟ କରିଥିଲେ। ଏନେଇ ସୋମବାର ଅତିରିକ୍ତ ସଲିସିଟର ଜେନେରାଲ ଚେତନ୍‌ ଶର୍ମା କୋର୍ଟରେ ଅବଗତ କରାଇବା ପରେ ବିଚାରପତି ସଚିନ୍‌ ଦତ୍ତ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri