ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଟିମ୍ ଏବଂ ପାକିସ୍ତାନ କ୍ରିକେଟ ଟିମ୍ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଦୁବାଇରେ ଖେଳାଯାଉଛି। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏକ୍ସାଇଟମେଣ୍ଟ ଅଧିକ ରହିଛି। ଏବେ ଭାରତୀୟ ଦଳକୁ କ୍ୟାପଟେନ କୁଲଙ୍କ ସମର୍ଥନ ମିଳିଛି। କେବଳ ଏତିକି ନୁହେଁ, ଦାରା ସିଂହଙ୍କ ଆଗମନରେ ପାକିସ୍ତାନ ଦଳ ଭୟଭୀତ ହୋଇଯାଇଛି।
ମହେନ୍ଦ୍ର ସିଂହ ଧୋନି ଏବଂ ଗଦ୍ଦର ଦାରା ସିଂହ ସନି ଦେଓଲ ଏକାଠି ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖୁଛନ୍ତି। ଉଭୟ ତାରକା ମ୍ୟାଚ ଦେଖୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁହେଁ କୌଣସି କାର୍ଯ୍ୟକ୍ରମରେ ଏକାଠି ବସି ଭାରତ-ପାକିସ୍ତାନ ମ୍ୟାଚ ଉପଭୋଗ କରୁଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏବେ ୧୨ ବର୍ଷ ପରେ, ଭାରତୀୟ ଦଳ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଜିତିବାକୁ ଚାହିଁବ।

