ଭାରତୀୟ ରେଳବାଇ ପୃଥିବୀର ଦ୍ୱିତୀୟ ସର୍ବବୃହତ ସବୁଜ ନେଟଓ୍ବାର୍କ: ୮୫ ପ୍ରତିଶତ ହୋଇଛି ବିଦ୍ୟୁତିକରଣ…

ନୂଆଦିଲ୍ଲୀ,୨୩।୨ : ଚାଇନା ପରେ ଭାରତୀୟ ରେଳବାଇ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସବୁଜ ରେଳ ନେଟୱାର୍କରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ବ୍ରଡ ଗେଜ (ବିଜି) ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ସହିତ ସମୁଦାୟ ମାର୍ଗର ୮୫ ପ୍ରତିଶତ କିଲୋମିଟର ବିଦ୍ୟୁତିକରଣ ହାସଲ କରିଛି। ଏହା ଯୋଗୁ ବୈଦେଶିକ ମୁଦ୍ରା ମଧ୍ୟ ସଞ୍ଚୟ ହେଉଛି।

ରେଳବାଇର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି। ୧୦୦ ବିଦ୍ୟୁତିକରଣ କରିବା ଦିଗରେ ଭାରତୀୟ ରେଳ ମିଶନ ଦ୍ରୁତ ଅଗ୍ରଗତି କରୁଛି। ରେଳ ମନ୍ତ୍ରଣାଳୟ ୨୦୩୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ହାସଲ କରି ଏହାର କାର୍ବନ ପାଦଚିହ୍ନ ହ୍ରାସ କରିବାକୁ ଏକ ଲକ୍ଷ୍ୟ ସ୍ଥିର କରିଛି। ଉତ୍ତର ପୂର୍ବାଞ୍ଚଳ ରେଳବାଇର ସୁଭାଗପୁର-ପାଚେରୱା ବ୍ରଡ ଗେଜ (ବିଜି) ମାର୍ଗର ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହେବା ସହିତ ଉତ୍ତରପ୍ରଦେଶର ସମସ୍ତ ବିଜି ରୁଟର ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଛି। ବର୍ତ୍ତମାନ ଏହି କ୍ଷେତ୍ରରେ ରେଳ ସଂଯୋଗ ଭଲ ହେବ ଏବଂ ଟ୍ରେନର ଗତି ମଧ୍ୟ ବ ଢ଼ିବ ବୋଲି କୁହାଯାଉଛି।

ଝାନ୍ସୀ-ମୁଜାଫରପୁର-କାଟନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇଛି। ସେହିପରି ଭଟନୀ-ବାରାଣସୀ-ନୈନି (ଆହ୍ଲାବାଦ) -ମନିକପୁର-ସତ୍ୟନା-କାଟନୀ ଏବଂ ଚାପରା-ବାରାଣାସୀ ସହିତ ଜାନସୀ-ଲକ୍ଷ୍ନୌ- ବାରବାଙ୍କି-ବୁଦ୍ଧୱାଲ, ଗୋଣ୍ଡା-ଆନନ୍ଦନଗର-ଗୋରଖପୁର-ଭାଲମିକିନଗର-ସୁଗୁଲି, ମୁଜାଫରପୁର-ବାଘୁଜାଦା ଦରଭଙ୍ଗା- ସମସ୍ତିପୁର, ସୀତାମାରୀ-ମୁଜାଫରପୁର-ହାଜିପୁର ମଧ୍ୟରେ ସଂଯୋଗ ଭଲ ହେବ ଏବଂ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଇବ। ଏହି ମାର୍ଗରେ ରେଲୱେ ଟ୍ରାକର ଶତପ୍ରତିଶତ ବିଦ୍ୟୁତିକରଣ ହେତୁ ଡିଜେଲ ଇଞ୍ଜିନରୁ ବିଦ୍ୟୁତକରଣ ଇଞ୍ଜିନ ଏବଂ ବିଦ୍ୟୁତକରଣ ଇଞ୍ଜିନକୁ ବଦଳାଇବା ପାଇଁ ନିଆଯାଇଥିବା ସମୟ ମଧ୍ୟ ସଞ୍ଚୟ ହେବ।

ଭାରତୀୟ ରେଳବାଇର ୬ଟି ଜୋନ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇଛି। ପୂର୍ବ ତଟ ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ଉତ୍ତର ପୂର୍ବ ରେଳ, ପୂର୍ବ ରେଳ, ଦକ୍ଷିଣ ପୂର୍ବ ରେଳ, ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ରେଳବାଇ ବିଜି ରୁଟର ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ କରିଛି। ଏହିପରି, ୮୫ ପ୍ରତିଶତ ବ୍ରଡ ଗେଜ ଲାଇନ ବିଦ୍ୟୁତିକରଣର ଲକ୍ଷ୍ୟ ହାସଲ କରାଯାଇଛି । ଭାରତୀୟ ରେଳବାଇ ୩୦ ସେପ୍ଟେମ୍ବର ୨୦୨୨ସୁଦ୍ଧା ୬୫,୧୪୧ କିମି ବିଜି ମଧ୍ୟରୁ ୫୩,୦୯୮ କିମି ବିଜିକୁ ୮୧.୫୧ ପ୍ରତିଶତ ବିଦ୍ୟୁତିକରଣ କରିଛି ଯାହା ଫେବୃଆରୀରେ ୮୫ ପ୍ରତିଶତ ବିଦ୍ୟୁତିକରଣକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?