ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ। ବିନା ପ୍ଲାଟଫର୍ମ ଟିକେଟରେ ଷ୍ଟେଶନର ପ୍ଲାଟଫର୍ମକୁ ଯାଇଲେ ଜରିମାନା ମଧ୍ୟ ହୋଇପାରେ। ତେଣୁ ଆପଣ ଯଦି ରେଳ ଷ୍ଟେଶନକୁ ଯାଇ ପ୍ଲାଟଫର୍ମ ଟିକେଟ କିଣନ୍ତି, ତେବେ ଏହା ସହିତ ଜଡ଼ିତ ନିୟମଗୁଡ଼ିକ ଜାଣି ରଖିବା ଜରୁରୀ।

ପ୍ଲାଟଫର୍ମ ଟିକେଟ ନେବା ପରେ ଆପଣ ପୂରା ଦିନ ପ୍ଲାଟଫର୍ମରେ ରହିପାରିବେ ନାହିଁ। ପ୍ଲାଟଫର୍ମ ଟିକେଟ ନେବା ପରେ ଏହା ସାଧାରଣତଃ ୨ ଘଣ୍ଟା ପର୍ଯ୍ୟନ୍ତ ବୈଧ ରହେ। ଏହି ସମୟ ସୀମା ପରେ ମଧ୍ୟ ପ୍ଲାଟଫର୍ମରେ ରହିଲେ ଜରିମାନା ଦେବାକୁ ପଡ଼ିପାରେ। ୨ ଘଣ୍ଟା ପରେ ରହିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ଆପଣ ରେଳ ଷ୍ଟେଶନର ଟିକେଟ କାଉଣ୍ଟରକୁ ଯାଇ ପ୍ଲାଟଫର୍ମ ଟିକେଟ କିଣିପାରିବେ। ଏହା ବ୍ୟତୀତ, କାଉଣ୍ଟରରୁ ଟିକେଟ ନେବାକୁ ଚାହୁଁନଥିଲେ ଷ୍ଟେଶନରେ ଥିବା ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ (ATVM) ମାଧ୍ୟମରେ ମଧ୍ୟ ନିଜେ ଟିକେଟ କାଢ଼ିପାରିବେ।

ଅନଲାଇନରେ ମଧ୍ୟ ବୁକ କରିପାରିବେ ପ୍ଲାଟଫର୍ମ ଟିକେଟ

-ଏଥିପାଇଁ ପ୍ରଥମେ RailOne ଆପ ଖୋଲି ମୋବାଇଲ ନମ୍ବର ଦ୍ୱାରା ଲଗ ଇନ କରନ୍ତୁ।
-ପ୍ଲାଟଫର୍ମ ଟିକେଟ ବିକଳ୍ପ ଚୟନ କରନ୍ତୁ।
-ଆପଣ ଷ୍ଟେଶନ ଭିତରେ ଅଛନ୍ତି କି ଷ୍ଟେସନ ବାହାରେ ଅଛନ୍ତି, ସେହି ବିକଳ୍ପ ଚୟନ କରନ୍ତୁ।
-ଷ୍ଟେଶନର ନାମ ଏବଂ ଯାତ୍ରୀଙ୍କ ସଂଖ୍ୟା ଦିଅନ୍ତୁ।
-ଅନଲାଇନ ପେମେଣ୍ଟ କରନ୍ତୁ।
ଟିକେଟ ଆପରେ My Booking ସେକ୍ସନରେ ମିଳିଯିବ।
-ପ୍ଲାଟଫର୍ମ ଟିକେଟ ସମ୍ପର୍କରେ ଜରୁରୀ କଥା

ପ୍ଲାଟଫର୍ମ ଟିକେଟ କେବଳ କାହାକୁ ରେଳ ଷ୍ଟେସନରେ ଛାଡ଼ିବା କିମ୍ବା ନେବା ପାଇଁ ପ୍ଲାଟଫର୍ମକୁ ଯିବା ନିମନ୍ତେ ହୋଇଥାଏ। ଏହି ଟିକେଟ ଦ୍ୱାରା କୌଣସି ଟ୍ରେନରେ ଯାତ୍ରା କରିହେବ ନାହିଁ। ଟ୍ରେନରେ ଯାତ୍ରା କରିବା ପାଇଁ ଅଲଗା ବୈଧ ଯାତ୍ରା ଟିକେଟ ଆବଶ୍ୟକ। କେହି ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନରେ ଯାତ୍ରା କଲେ, ତାଙ୍କ ବିରୋଧରେ ରେଳବାଇ ପକ୍ଷରୁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?