Indian Navyରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୨୬୬ ପଦବୀ ଲାଗି ନିଯୁକ୍ତି, ITI ପାସ୍‌ ଯୁବକ…

ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା ୧୩ ଅଗଷ୍ଟରୁ ଆରମ୍ଭ ହୋଇଛି ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ନୌସେନାର ଆଧିକାରିକ େଓୱବସାଇଟ indiannavy.gov.in ମାଧ୍ୟମରେ ୨ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ଓ ଯୋଗ୍ୟତା:
ଆଧିକାରିକ ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀଗୁ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଜାହାଜ ନିର୍ମାଣ ଏବଂ ଅସ୍ତ୍ରଶସ୍ତ୍ର ସିଷ୍ଟମ ଆଦି ବିଭିନ୍ନ ବୈଷୟିକ ଟ୍ରେଡ ପାଇଁ ଅଟେ। ଆବେଦନକାରୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ ହେବା ସହ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ। ଏହାସହ, ଆବେଦନକାରୀଙ୍କ ବୟସ ୨ ସେପ୍ଟେମ୍ବର ୨୦୨୫ ସୁଦ୍ଧା ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ।

ଆବେଦନ ପ୍ରକ୍ରିୟା:
ଭାରତୀୟ ନୌସେନାର ଆଧିକାରିକ ଓ୍ବେବସାଇଟ onlineregistrationportal.in/notifications ଯାଆନ୍ତୁ।
ରେଜିଷ୍ଟ୍ରେସନ ଟ୍ୟାବ୍‌ରେ କ୍ଲିକ କରନ୍ତୁ।
ଆବଶ୍ୟକ ତଥ୍ୟ ପୂରଣ କରି ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ କରନ୍ତୁ।
ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
ଆବେଦନ ଫିସ ଜମା କରି ଫର୍ମ ସବମିଟ କରନ୍ତୁ।

ଚୟନ ପ୍ରକ୍ରିୟା:
ଟ୍ରେଡସ୍‌ ମ୍ୟାନ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା ମାଧ୍ୟମରେ କରାଯିବ। ପରୀକ୍ଷା ଦେଶର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଆୟୋଜିତ ହେବ। ଏଥିରେ ସଫଳ ପ୍ରାର୍ଥୀମାନେ ପରବର୍ତୀ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅଧିକ ତଥ୍ୟ ପାଇଁ ଆଧିକାରିକ ବିଜ୍ଞପ୍ତି ଯାଞ୍ଚ କରନ୍ତୁ।

ବିଜ୍ଞପ୍ତି ଲିଙ୍କ: ପ୍ରାର୍ଥୀମାନେ ଆଧିକାରିକ ଓ୍ବେବସାଇଟରେ ବିଜ୍ଞପ୍ତି ଯାଞ୍ଚ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri