Indian Navyରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୨୬୬ ପଦବୀ ଲାଗି ନିଯୁକ୍ତି, ITI ପାସ୍‌ ଯୁବକ…

ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା ୧୩ ଅଗଷ୍ଟରୁ ଆରମ୍ଭ ହୋଇଛି ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ନୌସେନାର ଆଧିକାରିକ େଓୱବସାଇଟ indiannavy.gov.in ମାଧ୍ୟମରେ ୨ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ଓ ଯୋଗ୍ୟତା:
ଆଧିକାରିକ ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀଗୁ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଜାହାଜ ନିର୍ମାଣ ଏବଂ ଅସ୍ତ୍ରଶସ୍ତ୍ର ସିଷ୍ଟମ ଆଦି ବିଭିନ୍ନ ବୈଷୟିକ ଟ୍ରେଡ ପାଇଁ ଅଟେ। ଆବେଦନକାରୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ ହେବା ସହ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ। ଏହାସହ, ଆବେଦନକାରୀଙ୍କ ବୟସ ୨ ସେପ୍ଟେମ୍ବର ୨୦୨୫ ସୁଦ୍ଧା ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ।

ଆବେଦନ ପ୍ରକ୍ରିୟା:
ଭାରତୀୟ ନୌସେନାର ଆଧିକାରିକ ଓ୍ବେବସାଇଟ onlineregistrationportal.in/notifications ଯାଆନ୍ତୁ।
ରେଜିଷ୍ଟ୍ରେସନ ଟ୍ୟାବ୍‌ରେ କ୍ଲିକ କରନ୍ତୁ।
ଆବଶ୍ୟକ ତଥ୍ୟ ପୂରଣ କରି ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ କରନ୍ତୁ।
ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
ଆବେଦନ ଫିସ ଜମା କରି ଫର୍ମ ସବମିଟ କରନ୍ତୁ।

ଚୟନ ପ୍ରକ୍ରିୟା:
ଟ୍ରେଡସ୍‌ ମ୍ୟାନ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା ମାଧ୍ୟମରେ କରାଯିବ। ପରୀକ୍ଷା ଦେଶର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଆୟୋଜିତ ହେବ। ଏଥିରେ ସଫଳ ପ୍ରାର୍ଥୀମାନେ ପରବର୍ତୀ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅଧିକ ତଥ୍ୟ ପାଇଁ ଆଧିକାରିକ ବିଜ୍ଞପ୍ତି ଯାଞ୍ଚ କରନ୍ତୁ।

ବିଜ୍ଞପ୍ତି ଲିଙ୍କ: ପ୍ରାର୍ଥୀମାନେ ଆଧିକାରିକ ଓ୍ବେବସାଇଟରେ ବିଜ୍ଞପ୍ତି ଯାଞ୍ଚ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri