Posted inଖେଳ

ସଂସ୍କୃତିରେ ପରିବର୍ତ୍ତନ, ଫିଟ୍‌ନେସ୍‌ର ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲିଂରେ ଉନ୍ନତି ହୋଇଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬।୭: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦ୍ରୁତ ବୋଲିଂରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌ ଆଟକ ଭାବେ ବିବେଚିତ ହେଉଛି। ତବେ ଏହା ପଛର ରହସ୍ୟ ଖେଳିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଫିଟ୍‌ନେସ୍‌ର ମାନ ଓ କ୍ରିକେଟ ସଂସ୍କୃତିରେ ଆସିଥିବା ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଗାଙ୍ଗୁଲି ବିସିସିଆଇ ଟୁଇଟର ହ୍ୟାଣ୍ଡଲ୍‌ରେ ଟେଷ୍ଟ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିବା ଚାଟ୍‌ ଶୋ’ରେ ଅଂଶଗ୍ରଣ କରି ଗାଙ୍ଗୁଲି କହିଛନ୍ତି।
ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ସମେତ ୫ଜଣ ଭାରତୀୟ ଦ୍ରୁତ ବୋଲର ଏବେ ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ନୂଆରୂପ ଦେଇଛନ୍ତି। ପୂର୍ବରୁ ଭାରତ ସ୍ପିନ୍‌ ବୋଲିଂ ଉପରେ ନିର୍ଭର କରୁଥିଲା। କିନ୍ତୁ ଏବେ ଆଉ ସେକଥା ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଉଚ୍ଚକୋଟୀର ଦ୍ରୁତ ବୋଲର ସୃଷ୍ଟି ହୋଇପାରିବେ ବୋଲି ଏବେ ଚିନ୍ତା କରାଯାଉଛି। ୧୦୭୦ ଓ ୮୦ ଦଶକରେ ମାଇକେଲ ହୋଲ୍ଡିଂ, ଆଣ୍ଡି ରବଟର୍‌ସ, ମାଲକମ ମାର୍ଶାଲ ଓ ଜୋଏ ଗାର୍ନରଙ୍କ ଭଳି ତାରକା ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟରେ ଆଧିପତ୍ୟ ବିସ୍ତାର କରିଥିଲା। ଏବେ ଭାରତରେ ଏହା ଦେଖିବାକୁ ମିଳିଛି। ଈଶାନ୍ତ ଶର୍ମା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ସାମି ଓ ବୁମ୍‌ରାଙ୍କୁ ନେଇ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେ ହେଉଛି ଓ ଏହା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବୋଲି ଗାଙ୍ଗୁଲି କହିଛନ୍ତି। ବର୍ତ୍ତମାନ ଏମାନେ ସମସ୍ତେ ଅନ୍ତର୍ଜାତୀୟ କ୍ରିକେଟରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି। ଫିଟ୍‌ନେସ୍‌ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବୋଲରଙ୍କୁ ବାଦ୍‌ ଦେଲେ ବ୍ୟାଟ୍ସମ୍ୟାନମାନେ ମଧ୍ୟ ପଛଇରେ ପଡିନାହାନ୍ତି।
ପୂର୍ବରୁ ଅବଶ୍ୟ ଜାଭାଗାଲ ଶ୍ରୀନାଥ, ଜାହିର ଖାନ, ଆଶିଷ ନେହରାଙ୍କ ଭଳି ଉଚ୍ଚକୋଟୀର ବୋଲର ଭାରତ ସୃଷ୍ଟି କରିବାରେ ସକ୍ଷମ ହୋଇଛି। କିଛି ଦିନ ତଲେ ଭାରତୀୟ ଦ୍ରୁତ ବୋଲିଂକୁ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଇଆନ ବିସପ ମଧ୍ୟ ତାରିଫ କରିଥିଲେ। ଭାରତୀୟ ଦ୍ରୁତ ବୋଲିଂରେ ବିପ୍ଳବ ଆସିଛି ବୋଲି ସେ କହିଥିଲେ। ଓ୍ବେଷ୍ଟଇଣ୍ଡିଜର ଅଧିବାସୀ ମାନେ ସାଧାରଣତଃ ଶକ୍ତିଶାଳୀ ଓ ଦୃଢ ହୋଇଥାନ୍ତି। କିନ୍ତୁ ଭାରତୀୟମାନେ ସ୍ବତଃପ୍ରବୃତ ଭାବେ ଶକ୍ତିଶାଳୀ ହୋଇ ନ ଥାଉ। କିନ୍ତୁ ଶକ୍ତିଶାଳୀ ହେବା ପାଇଁ ଆମେ କଠିନ ପରିଶ୍ରମ କରି ସଫଳତା ପାଇଛୁ ବୋଲି ସେ କହିଛନ୍ତି। ସଚିନଙ୍କ ସହ ଓପନିଂ କଲା ବେଳେ ଗାଙ୍ଗୁଲି ଏକ ମଜାଦାର କଥା କହିଛନ୍ତି। ସଚିନ ସବୁବେଳେ ପ୍ରଥମ ବଲ୍‌ ଖେଳିବାରୁ ନିଜକୁ ଦୂରେଇ ରଖୁଥିଲେ। ଏଥିପାଇଁ ସେ ଦୁଇଟି ଉତ୍ତର ଦେଉଥିଲେ। ଭଲ ଫର୍ମରେ ଥିଲେ ସେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ରହିବା ଉଚିତ୍‌ ବୋଲି ସେ କହୁଥିଲେ। ସେହିପରି ଫର୍ମରେ ନ ଥିଲେ ଚାପ କାରଣରୁ ନନ୍‌ ଷ୍ଟ୍ରାଇକର ଏଣ୍ଡ ରହିବା ଉଚିତ୍‌ ବୋଲି ସେ କହୁଥିଲେ। ତେବେ କେତେକ ପରିସ୍ଥିତିରେ ସଚିନ ପ୍ରଥମ ବଲର ସାମ୍ନା କରିଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?