କାଠମାଣ୍ଡୁ,୧୭।୨: ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ଘଟଣାକୁ ନେଇ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଗଭୀର ଦୁଃଖ ପ୍ରକାଶ କରିଛି।
ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ହସ୍ତକ୍ଷେପ କରିଛନ୍ତି। ଏକ୍ସରେ କହିଛନ୍ତି, ନୂଆଦିଲ୍ଲୀରେ ଆମର ଦୂତାବାସ ଓଡ଼ିଶାରେ ପ୍ରଭାବିତ ନେପାଳୀ ଛାତ୍ରମାନଙ୍କୁ ପରାମର୍ଶ ଦେବା ପାଇଁ ଦୁଇଜଣ ଅଧିକାରୀଙ୍କୁ ପଠାଇଛି। ଏହା ସହିତ ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ହଷ୍ଟେଲରେ ରହିବେ ନା ଘରକୁ ଫେରିବେ ବିକଳ୍ପ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।