Posted inଜାତୀୟ

ୟୁକ୍ରେନ୍‌ ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାରେ ନିୟୋଜିତ ହୋଇ ଯୁଦ୍ଧ କରୁଥିବା କେତେଜଣ ଭାରତୀୟ ଯୁବକ ଇତିମଧ୍ୟରେ ପ୍ରାଣ ହରାଇଲେଣି। ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସମ୍ପର୍କୀୟମାନଙ୍କ ଆକୁଳ ନିବେଦନ ସତ୍ତ୍ୱେ ବିଶେଷ ସୁଫଳ ମିଳିନାହିଁ। ଅଧିକ ବେତନ ଓ ଅନ୍ୟାନ୍ୟ ସୁବିଧା ପାଇବା ପ୍ରଲୋଭନରେ ଯାଇଥିବା ଭାରତୀୟମାନଙ୍କୁ ସେଠାରେ ଜବରଦସ୍ତ ସୈନ୍ୟବାହିନୀରେ ଭର୍ତ୍ତି କରାଯାଇ ଯୁଦ୍ଧ କରିବା ପାଇଁ ବାଧ୍ୟ କରାଯାଉଛି। ସେମାନଙ୍କୁ ଫେରାଇଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଠାରେ ଏବେ ବି ବହୁ ଭାରତୀୟ ଯୁବକ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଜଣାପଡ଼ିଛି।
ସେନାରେ ନିଯୁକ୍ତ ହୋଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବା କେରଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି। ମୃତକ ବିନିଲ ଟି.ବି.(୨)ଙ୍କ ଘର କେରଳ ଥ୍ରୀଶୂର ଜିଲାର ଓ୍ବାଡାକ୍କାଞ୍ଚେରୀରେ ହୋଇଥିବାବେଳେ ତାଙ୍କ ସମ୍ପର୍କୀୟ ଜୈନ ଟି.କେ(୨୭) ମଧ୍ୟ ସେହି ଅଞ୍ଚଳର ବାସିନ୍ଦା। ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ବହୁବାର ନିବେଦନ କରାଯାଇଥିଲା ବୋଲି ବିନିଲଙ୍କ ସମ୍ପର୍କୀୟ କହିଛନ୍ତି। ଡ୍ରୋନ୍‌ ଆକ୍ରମଣ ଯୋଗୁ ଉଭୟ ଆହତ ହୋଇଥିବା କିଛିଦିନ ପୂର୍ବରୁ ପରିବାରକୁ ଖବର ମିଳିଥିଲେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା। ବିନିଲଙ୍କ ସ୍ତ୍ରୀ ଜୋଇସି ମସ୍କୋସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାରୁ ବିନିଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଆପ୍ରବାସୀ କେରଳୀମାନଙ୍କ ପାଇଁ କାମ କରୁଥିବା ରାଜ୍ୟ ସରକାରଙ୍କ ସଂସ୍ଥା ନୁର୍କା ରୁଟ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିଥ କୋଲାସେରି କହିଛନ୍ତି, ଉକ୍ତ ୨ ଯୁବକଙ୍କୁ ଫେରାଇ ଆଣିବା ପାଇଁ ଆମେ ଗତ ୪ ମାସ ହେଲା ଉଦ୍ୟମ କରୁଥିଲୁ। ରୁଷିଆ ସେନାରେ ପ୍ରକୃତରେ କେତେଜଣ କେରଳୀ ରହିଛନ୍ତି, ତାହାର ଠିକ୍‌ ତଥ୍ୟ ଜଣାନାହିଁ। ସେମାନେ ବିପଦରେ ଥିବା ନେଇ ଫୋନ୍‌ କରିବା ପରେ ଘଟଣା ଜଣାପଡ଼ିଥିଲା ବୋଲି କୋଲାସେରି କହିଛନ୍ତି। ବିନିଲ ଏବଂ ଜୈନ ଘରକୁ ଫେରିବା ପାଇଁ ଗତ ସେପ୍ଟେମ୍ବରରୁ ମସ୍କୋସ୍ଥିତ ଭାରତୀୟ ଦୂତାବାସକୁ ଅନେକଥର ନିବେଦନ କରି ନିରାଶ ହୋଇଥିଲେ। ସେମାନଙ୍କୁ ଫ୍ରଣ୍ଟଲାଇନରେ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଥିବାରୁ ଜୀବନ ପ୍ରତି ବିପଦ ଆହୁରି ବଢ଼ିପାରେ ବୋଲି ବିନିଲ ଶେଷ ବାର୍ତ୍ତାରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରେ ବଳାତ୍କାର ଉଦ୍ୟମ, ବଗିରୁ ଡେଇଁପଡ଼ିଲେ ମହିଳା

ହାଇଦ୍ରାବାଦ,୨୪।୩: ହାଇଦ୍ରାବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ମହିଳା ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯେତେବେଳେ ଜଣେ ପୁରୁଷ ତାଙ୍କୁ...

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

ଉପ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଫସିଗଲେ କୁନାଲ କାମରା

ମୁମ୍ବାଇ,୨୪।୩: ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ସେ ଶିବସେନା ନେତା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ...

‘ଔରଙ୍ଗଜେବଙ୍କ ମସଜିଦ ଭାଙ୍ଗିଲେ କିଛି ମିଳିବ ନାହିଁ’, ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୩: ଔରଙ୍ଗଜେବଙ୍କ ସମାଧିକୁ ନେଇ ମହାରାଷ୍ଟ୍ରର ରାଜନୈତିକ ପରିବେଶ ଉଷ୍ମ ରହିଛି। ଗୋଟିଏ ଗୋଷ୍ଠୀ କବରକୁ ହଟାଇବା ପାଇଁ ଦାବି କରୁଛି। ଏହି ପ୍ରସଙ୍ଗକୁ ନେଇ...

ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର,୨୪।୩: ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ...

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri