ଶ୍ରୀଲଙ୍କାରେ ହେବ ଭାରତୀୟ ମୁଦ୍ରାରେ କାରବାର…

କଲମ୍ବୋ,୨୨।୭ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଭାରତ ଗସ୍ତସମୟରେ ସେ ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟ ଟଙ୍କା ବ୍ୟବହାର ବୃଦ୍ଧି କରିବାକୁ ଆହ୍ବାନ ଆହ୍ବାନ ଦେଇଛନ୍ତି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ଶନିବାର କହିଛନ୍ତି ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ ସୁବିଧା ପାଇଁ ଡଲାର, ୟୁରୋ ଏବଂ ୟେନ ଭଳି ସ୍ଥାନୀୟ କାରବାରରେ ଭାରତୀୟ ଟଙ୍କା ବ୍ୟବହାରକୁ ଅନୁମତି ଦେବା ସମ୍ଭାବନା ଉପରେ ଶ୍ରୀଲଙ୍କା ବିଚାର କରୁଛି।

ଯଦି ଶ୍ରୀଲଙ୍କାରେ ଭାରତୀୟ ଟଙ୍କାକୁ ସିଧାସଳଖ ପ୍ରବେଶ ଅନୁମତି ଦିଆଯାଏ, ତେବେ ଏହା ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ ପାଇଁ ଏକାଧିକ ମୁଦ୍ରା ରୂପାନ୍ତରର ଆବଶ୍ୟକତାକୁ ରୋକିବ।

ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବନ୍ଦର ସଂଯୋଗର ଗୁରୁତ୍ୱ ଉପରେ ଉଭୟ ନେତା ସହମତ ହୋଇଛନ୍ତି। ଏବଂ ପରବର୍ତ୍ତୀ ସ୍ତରରେ ପହଞ୍ଚିବା ପାଇଁ ଆମକୁ ବିନିଯୋଗ ଆବଶ୍ୟକ। ଆମେ ଉଭୟ ଉପାୟ ପାଇଁ ଆଲୋଚନା କଲୁ ଯାହା ଉଭୟ ଦେଶ ପାଇଁ ପାରସ୍ପରିକ ଲାଭଦାୟକ ହେବ।କେବଳ ଦୁଇ ସରକାରଙ୍କ ମଧ୍ୟରେ ନୁହେଁ ବେସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଲି ସାବରି ଉଲ୍ଲେଖ କରିଛନ୍ତି ଦକ୍ଷିଣ ଭାରତୀୟ ଅଞ୍ଚଳରେ ବ୍ୟାପକ ଅର୍ଥନୈତିକ ବିକାଶରୁ ଶ୍ରୀଲଙ୍କାର ଲାଭ ହେବାର ସମ୍ଭାବନାକୁ ବିଚାର କରାଯାଇଛି। କଲମ୍ବୋ ଏବଂ ତ୍ରିନକୋମାଲି ଏବଂ ଦକ୍ଷିଣ ଭାରତୀୟ ଅଞ୍ଚଳ ମଧ୍ୟରେ ବନ୍ଦର ସହଭାଗୀତାର ଆବଶ୍ୟକତା ଉପରେ ଦୁଇ ନେତା ସହମତ ହୋଇଥିଲେ।

ଏକ ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କିମ୍ବା ବିଦ୍ୟମାନ ଫେରି ସେବା ଜାରି କରିବା ଉପରେ ଆବଶ୍ୟକ ଅଧ୍ୟୟନ ଶୀଘ୍ର କରାଯିବ। ଶ୍ରୀଲଙ୍କାକୁ ଡିଜିଟାଇଜେଶନ କରିବାରେ ସାହାଯ୍ୟ କରିବା ପାଇଁ ଏକ ଭାରତୀୟ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଥିବା ସେ କହିଛନ୍ତି।

ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶନିବାର ଦିନ ଭାରତ ଗସ୍ତରେ କହିଛନ୍ତି ତାଙ୍କ ଦେଶ ଚାହୁଁଛି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ବ୍ୟବହାର କରାଯାଉ। ଏଥିସହ ସେ କହିଥିଲେ ଯଦି ଭାରତୀୟ ଟଙ୍କା ଏକ ସାଧାରଣ ମୁଦ୍ରା ହୋଇଯାଏ ତେବେ ଏହା ଆମ ପାଇଁ କୌଣସି ପରିବର୍ତ୍ତନ କରେ ନାହିଁ। ଏହାକୁ କିପରି କରାଯିବ ତାହା ଆମକୁ ଜାଣିବାକୁ ପଡିବ । ଆମେ ବାହ୍ୟ ଜଗତ ପାଇଁ ଅଧିକ ଖୋଲା ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri