ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍ ରୋଡ୍ରେ ପୁରୀରେ ପହଞ୍ଚିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ସେବାୟତ ଓ ପ୍ରଶାସନ ପକ୍ଷରୁ ଜେନରାଲ ଦ୍ୱିବେଦୀ ଓ ତାଙ୍କ ସ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ଶ୍ରୀମନ୍ଦିରକୁ ଯାଇ ରତ୍ନଜେନରାଲ ଦ୍ୱିବେଦୀ ଓ ତାଙ୍କ ସ୍ତ୍ରୀ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ରତ୍ନ ସିଂହାସନରୂଢ଼ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରି ଆଶିଷ ନେବସହ ସେନା ନିମନ୍ତେ ପ୍ରାର୍ଥନା କରିଥିଲେ। ପରେ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିଥିଲେ।
ଏହି ଅବସରରେ ଜେନେରାଲ ଦ୍ୱିବେଦୀ କହିଛନ୍ତି କି ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଶାନ୍ତି ଲାଗିଲା। ସେନା ପାଇଁ ପ୍ରାର୍ଥନା କଲି। ମହାପ୍ରଭୁଙ୍କୁ କୃପା ସେନା ଉପରେ ଥାଉ ଆଗକୁ ସେନା ଭଲ ପ୍ରଦଶନ କରିବ। ପ୍ରତ୍ୟେକ ବର୍ଷ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି।