Posted inଖେଳ

ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ଭାରତ

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ପୂର୍ବରୁ ଭାରତୀୟ ଦଳ ଏଠାରେ ଅଭ୍ୟାସ ଚଳାଇଥିବାବେଳେ ଅନ୍ୟ ୩ ଦଳ ପର୍ଯ୍ୟାୟକ୍ରମେ ବୁଧବାର ପହଞ୍ଚତ୍ବାରେ ଲାଗିଛନ୍ତି। ଭାରତ ବ୍ୟତୀତ ଲେବାନନ, ଭାନୁଆଟୁ ଓ ମଙ୍ଗୋଲିଆ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତା ୯ ତାରିଖରେ ଆରମ୍ଭ ହୋଇ ୧୮ରେ ଶେଷ ହେବ। ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ୨୦୧୯ରେ ଅନୁଷ୍ଠିତ ଗତ ସଂସ୍କରଣରେ ଉତ୍ତର କୋରିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ତାଜିକସ୍ତାନକୁ ପରାସ୍ତ କରିଥିଲା। ଏଥର ଆୟୋଜକ ଦଳଭାବେ ଭାରତ ଖେଳିବାକୁ ସୁଯୋଗ ପାଇଥିବାବେଳେ ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)ରୁ ଲେବାନନ ଓ ମଙ୍ଗୋଲିଆ ଏବଂ ଓସେନିଆ ଫୁଟବଲ କନ୍‌ଫେଡେରେଶନ(ଓଏଫ୍‌ସି)ରୁ ଭାନୁଆଟୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ରାଉଣ୍ଡ ରବିନ ପର୍ଯ୍ୟାୟରେ ପ୍ରତି ଦଳ ପରସ୍ପର ସହିତ ଖେଳିବାପରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହେବ।

୨୦୧୮ରେ ଭାରତ ଅପରାଜେୟ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ପ୍ରଥମ ସଂସ୍କରଣ ୨୦୧୮ରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ଚାମ୍ପିୟନ ହୋଇଥିଲା। ସେତେବେଳେ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟିନ୍‌ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିଲେ। ଅହମଦାବାଦରେ ଅନୁଷ୍ଠିତ ପରବର୍ତ୍ତୀ ସଂସ୍କରଣ ବେଳକୁ ଇଗର ଷ୍ଟିମାକ୍‌ ଦଳର ଦାୟିତ୍ୱରେ ଥିଲେ। ଏହି ପ୍ରତିଯୋଗିତାକୁ ନେଇ ଭାରତର ଅନେକ ସ୍ମରଣୀୟ ସ୍ମୃତି ରହିଛି। ୨୦୧୮ରେ ଚାଇନିଜ୍‌ ତାଇପେ ବିପକ୍ଷ ଓପନିଂ ମ୍ୟାଚରେ ଭାରତୀୟ ଦଳ ଆଧିପତ୍ୟ ବିସ୍ତାର କରି ୫-୦ ଗୋଲରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଏହି ସଂସ୍କରଣରେ ଖେଳିଥିବା ଅନ୍ୟ ୨ ଦଳ ନ୍ୟୁଜିଲାଣ୍ଡ ଓ କେନିୟା ବିପକ୍ଷରେ ମଧ୍ୟ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଭାରତ ଏହାର ଦ୍ୱିତୀୟ ମ୍ୟାଚରେ କେନିୟାକୁ ୩-୦ ଓ ତୃତୀୟ ଗେମ୍‌ରେ ନ୍ୟୁଜିଲାଣ୍ଡକୁ ୨-୧ ଗୋଲରେ ହରାଇଥିଲା। ଫାଇନାଲରେ କେନିୟାକୁ ୨-୦ ଗୋଲରେ ହରାଇ ଭାରତ ଟାଇଟଲ ଅର୍ଜନ କରିଥିଲା। ଏହାଥିଲା ଛେତ୍ରୀଙ୍କ ୧୦୦ତମ ମ୍ୟାଚ। ଲିଗ୍‌ ପର୍ଯ୍ୟାୟରେ ବିଶେଷ ଦର୍ଶକ ଷ୍ଟାଡିୟମକୁ ଆସି ନ ଥିଲେ। ମାତ୍ର ଫାଇନାଲ ଦେଖିବାକୁ ବହୁ ସଂଖ୍ୟାରେ ଆସିବାକୁ ଛେତ୍ରୀ ଟୁଇଟ୍‌ କରି ଅନୁରୋଧ କରିବା କାମ ଦେଇଥିଲା। ଅନେକ ଦର୍ଶକ ଷ୍ଟାଡିୟମରେ ଫାଇନାଲ ଉପଭୋଗ କରିଥିଲେ। ୪ ମ୍ୟାଚରେ ଛେତ୍ରୀ ମୋଟ ୯ଟି ଗୋଲ ଦେଇଥିଲେ।

୨୦୧୯: ସିରିଆ ବିପକ୍ଷରେ ପଏଣ୍ଟ ଭାଗ

୨୦୧୯ରେ ଦ୍ୱିତୀୟ ସଂସ୍କରଣରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲେ ମଧ୍ୟ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ସିରିୟା ବିପକ୍ଷରେ ପଏଣ୍ଟ ଭାଗ କରିବା ଉଲ୍ଲେଖନୀୟ ଥିଲା। ଭାରତ ଏହାର ପ୍ରଥମ ମ୍ୟାଚରେ ତାଜିକିସ୍ତାନଠାରୁ ୨-୪ ଗୋଲରେ ହାରି ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ମ୍ୟାଚରେ ଉତ୍ତର କୋରିଆଠାରୁ ୨-୫ ଗୋଲରେ ପରାସ୍ତ ହୋଇଥିଲା। ତେବେ ତୃତୀୟ ମ୍ୟାଚକୁ ଶକ୍ତିଶାଳୀ ସିରିୟା ବିପକ୍ଷରେ ଡ୍ର କରିବାରୁ ପଏଣ୍ଟ ଭାଗ କରିଥିଲା। ତାଜିକିସ୍ତାନ ଓ ଉତ୍ତର କୋରିଆ ୬ ପଏଣ୍ଟ ଲେଖାଏ ପାଇଥିବାରୁ ଫାଇନାଲ ଖେଳିଥିଲେ। ସଂଘର୍ଷପୂର୍ଣ୍ଣ ଫାଇନାଲରେ ଉତ୍ତର କୋରିଆ ଏକମାତ୍ର ଗୋଲରେ ତାଜିକିସ୍ତାନକୁ ହରାଇ ଟାଇଟଲ ଜିତିଥିଲା। ୭ଟି ମ୍ୟାଚରୁ ମୋଟ ୨୬ଟି ଗୋଲ ହୋଇଥିଲା। ଭାରତର ସୁନୀଲ ଛେତ୍ରୀ, ଉତ୍ତର କୋରିଆର ଜଙ୍ଗ ଇ-ଗ୍ବାନ୍‌ ଓ ରି ହ୍ୟୋଙ୍ଗ୍‌ ଜିନ୍‌ ସର୍ବାଧିକ ୩ଟି ଲେଖାଏ ଗୋଲ ସ୍କୋର କରିଥିଲେ। ନିକଟ ଅତୀତରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଦୀର୍ଘ ୫ ବର୍ଷ ବ୍ୟବଧାନରେ ପୁଣି ଟାଇଟଲ ଜିତିବାର ସୁଯୋଗ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri