Posted inଖେଳ

ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ଭାରତ

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ପୂର୍ବରୁ ଭାରତୀୟ ଦଳ ଏଠାରେ ଅଭ୍ୟାସ ଚଳାଇଥିବାବେଳେ ଅନ୍ୟ ୩ ଦଳ ପର୍ଯ୍ୟାୟକ୍ରମେ ବୁଧବାର ପହଞ୍ଚତ୍ବାରେ ଲାଗିଛନ୍ତି। ଭାରତ ବ୍ୟତୀତ ଲେବାନନ, ଭାନୁଆଟୁ ଓ ମଙ୍ଗୋଲିଆ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତା ୯ ତାରିଖରେ ଆରମ୍ଭ ହୋଇ ୧୮ରେ ଶେଷ ହେବ। ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ୨୦୧୯ରେ ଅନୁଷ୍ଠିତ ଗତ ସଂସ୍କରଣରେ ଉତ୍ତର କୋରିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ତାଜିକସ୍ତାନକୁ ପରାସ୍ତ କରିଥିଲା। ଏଥର ଆୟୋଜକ ଦଳଭାବେ ଭାରତ ଖେଳିବାକୁ ସୁଯୋଗ ପାଇଥିବାବେଳେ ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)ରୁ ଲେବାନନ ଓ ମଙ୍ଗୋଲିଆ ଏବଂ ଓସେନିଆ ଫୁଟବଲ କନ୍‌ଫେଡେରେଶନ(ଓଏଫ୍‌ସି)ରୁ ଭାନୁଆଟୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ରାଉଣ୍ଡ ରବିନ ପର୍ଯ୍ୟାୟରେ ପ୍ରତି ଦଳ ପରସ୍ପର ସହିତ ଖେଳିବାପରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହେବ।

୨୦୧୮ରେ ଭାରତ ଅପରାଜେୟ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ପ୍ରଥମ ସଂସ୍କରଣ ୨୦୧୮ରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ଚାମ୍ପିୟନ ହୋଇଥିଲା। ସେତେବେଳେ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟିନ୍‌ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିଲେ। ଅହମଦାବାଦରେ ଅନୁଷ୍ଠିତ ପରବର୍ତ୍ତୀ ସଂସ୍କରଣ ବେଳକୁ ଇଗର ଷ୍ଟିମାକ୍‌ ଦଳର ଦାୟିତ୍ୱରେ ଥିଲେ। ଏହି ପ୍ରତିଯୋଗିତାକୁ ନେଇ ଭାରତର ଅନେକ ସ୍ମରଣୀୟ ସ୍ମୃତି ରହିଛି। ୨୦୧୮ରେ ଚାଇନିଜ୍‌ ତାଇପେ ବିପକ୍ଷ ଓପନିଂ ମ୍ୟାଚରେ ଭାରତୀୟ ଦଳ ଆଧିପତ୍ୟ ବିସ୍ତାର କରି ୫-୦ ଗୋଲରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଏହି ସଂସ୍କରଣରେ ଖେଳିଥିବା ଅନ୍ୟ ୨ ଦଳ ନ୍ୟୁଜିଲାଣ୍ଡ ଓ କେନିୟା ବିପକ୍ଷରେ ମଧ୍ୟ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଭାରତ ଏହାର ଦ୍ୱିତୀୟ ମ୍ୟାଚରେ କେନିୟାକୁ ୩-୦ ଓ ତୃତୀୟ ଗେମ୍‌ରେ ନ୍ୟୁଜିଲାଣ୍ଡକୁ ୨-୧ ଗୋଲରେ ହରାଇଥିଲା। ଫାଇନାଲରେ କେନିୟାକୁ ୨-୦ ଗୋଲରେ ହରାଇ ଭାରତ ଟାଇଟଲ ଅର୍ଜନ କରିଥିଲା। ଏହାଥିଲା ଛେତ୍ରୀଙ୍କ ୧୦୦ତମ ମ୍ୟାଚ। ଲିଗ୍‌ ପର୍ଯ୍ୟାୟରେ ବିଶେଷ ଦର୍ଶକ ଷ୍ଟାଡିୟମକୁ ଆସି ନ ଥିଲେ। ମାତ୍ର ଫାଇନାଲ ଦେଖିବାକୁ ବହୁ ସଂଖ୍ୟାରେ ଆସିବାକୁ ଛେତ୍ରୀ ଟୁଇଟ୍‌ କରି ଅନୁରୋଧ କରିବା କାମ ଦେଇଥିଲା। ଅନେକ ଦର୍ଶକ ଷ୍ଟାଡିୟମରେ ଫାଇନାଲ ଉପଭୋଗ କରିଥିଲେ। ୪ ମ୍ୟାଚରେ ଛେତ୍ରୀ ମୋଟ ୯ଟି ଗୋଲ ଦେଇଥିଲେ।

୨୦୧୯: ସିରିଆ ବିପକ୍ଷରେ ପଏଣ୍ଟ ଭାଗ

୨୦୧୯ରେ ଦ୍ୱିତୀୟ ସଂସ୍କରଣରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲେ ମଧ୍ୟ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ସିରିୟା ବିପକ୍ଷରେ ପଏଣ୍ଟ ଭାଗ କରିବା ଉଲ୍ଲେଖନୀୟ ଥିଲା। ଭାରତ ଏହାର ପ୍ରଥମ ମ୍ୟାଚରେ ତାଜିକିସ୍ତାନଠାରୁ ୨-୪ ଗୋଲରେ ହାରି ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ମ୍ୟାଚରେ ଉତ୍ତର କୋରିଆଠାରୁ ୨-୫ ଗୋଲରେ ପରାସ୍ତ ହୋଇଥିଲା। ତେବେ ତୃତୀୟ ମ୍ୟାଚକୁ ଶକ୍ତିଶାଳୀ ସିରିୟା ବିପକ୍ଷରେ ଡ୍ର କରିବାରୁ ପଏଣ୍ଟ ଭାଗ କରିଥିଲା। ତାଜିକିସ୍ତାନ ଓ ଉତ୍ତର କୋରିଆ ୬ ପଏଣ୍ଟ ଲେଖାଏ ପାଇଥିବାରୁ ଫାଇନାଲ ଖେଳିଥିଲେ। ସଂଘର୍ଷପୂର୍ଣ୍ଣ ଫାଇନାଲରେ ଉତ୍ତର କୋରିଆ ଏକମାତ୍ର ଗୋଲରେ ତାଜିକିସ୍ତାନକୁ ହରାଇ ଟାଇଟଲ ଜିତିଥିଲା। ୭ଟି ମ୍ୟାଚରୁ ମୋଟ ୨୬ଟି ଗୋଲ ହୋଇଥିଲା। ଭାରତର ସୁନୀଲ ଛେତ୍ରୀ, ଉତ୍ତର କୋରିଆର ଜଙ୍ଗ ଇ-ଗ୍ବାନ୍‌ ଓ ରି ହ୍ୟୋଙ୍ଗ୍‌ ଜିନ୍‌ ସର୍ବାଧିକ ୩ଟି ଲେଖାଏ ଗୋଲ ସ୍କୋର କରିଥିଲେ। ନିକଟ ଅତୀତରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଦୀର୍ଘ ୫ ବର୍ଷ ବ୍ୟବଧାନରେ ପୁଣି ଟାଇଟଲ ଜିତିବାର ସୁଯୋଗ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri