Posted inଖେଳ

ଭାରତର ବୃହତ୍‌ ବିଜୟ

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବର୍ଷା ବାଧାପ୍ରାପ୍ତ ସୁପର-୪ ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଦୁଇ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଭାରତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬ ରନ କରିଥିବାବେଳେ ପାକିସ୍ତାନ ୩୨ ଓଭରରେ ୮ ଉଇକେଟ ହରାଇ ୧୨୮ ରନରେ ସୀମିତ ରହିଥିଲା। ଆହତ ସମସ୍ୟା ଯୋଗୁ ହାରିସ ରୌଫ ଓ ନସିମ ଶାହା ବ୍ୟାଟିଂପାଇଁ ଆସିପାରି ନ ଥିଲେ। ଦଳ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ କରିଥିଲେ। ଭାରତୀୟ ସ୍ପିନର କୁଲଦୀପ ଯାଦବ ୨୫ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ପାକିସ୍ତାନ ବିପକ୍ଷରେ ଭାରତର ଏହା ସର୍ବ ବୃହତ୍‌ ବିଜୟ। ପୂର୍ବରୁ ୨୦୦୮ରେ ମୀରପୁରରେ ୧୪୦ ରନର ବିଜୟ ସର୍ବାଧିକ ଥିଲା।
ରବିବାର ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଭାରତ ୨୪.୧ ଓଭରରେ ୨ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ସୋମବାର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ ହୋଇଥିଲା। ବିରାଟ କୋହଲି ଓ ଲୋକେଶ ରାହୁଲ ପୁରା ୨୫.୫ ଓଭର ଖେଳି ଭାରତପାଇଁ ବଡ଼ ସ୍କୋର ଛିଡ଼ା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅସମାପ୍ତ ତୃତୀୟ ଉଇକେଟରେ ଦୁହେଁ ୨୩୩ ରନର ଭାଗୀଦାରି ଗଢ଼ିବାରୁ ଭାରତ ସ୍କୋର ୩୫୦ ଅତିକ୍ରମ କରି ଯାଇଥିଲା। ଏହି ଅବସରରେ ଦୁହେଁ ଶତକ ମଧ୍ୟ ହାସଲ କରିଥିଲେ। କୋହଲି କ୍ୟାରିୟରର ୪୭ତମ ଦିନିକିଆ ଶତକ ହାସଲ କରିଥିବାବେଳେ ୧୩,୦୦୦ ରନର ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଥିଲେ। ୮୪ ବଲ୍‌ରୁ ୧୦୦ ରନ ପୂରଣ କରିଥିବା କୋହଲି ମୋଟ ୯୪ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୩ ଛକା ସହାୟତାରେ ୧୨୨ ରନକରି ଅପରାଜିତ ରହିଥିଲେ। ଲୋକେଶ ରାହୁଲଙ୍କ ପାଇଁ ଏହି ମ୍ୟାଚଥିଲା ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଆହତ ସମସ୍ୟାରୁ ମୁକୁଳିବାପରେ ଏଠାରେ ପ୍ରଥମ ମ୍ୟାଚ ଖେଳିଥିଲେ। ମାତ୍ର ଦକ୍ଷତାର ଭରପୂର ଉପଯୋଗ କରି ନିଜ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ହିଁ କ୍ୟାରିୟରର ୭ମ ଦିନିକିଆ ଶତକ ହାସଲ କରିଥିଲେ ନିର୍ଭରଯୋଗ୍ୟ ରାହୁଲ। ସେ ୧୦୬ ବଲ୍‌ରୁ ୧୧୧ (୧୨ ଚୌକା, ୨ ଛକା) ରନ୍‌ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri