୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ ଆଡିଲେଡ୍‌ଠାରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚ୍ରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି।

 

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳର ଆରମ୍ଭ ଭଲ ନଥିଲେ ମଧ୍ୟ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ଜେମିମା ରୋଡ୍ରିଗ ପାଳିକୁ ସମ୍ଭାଳିଥିଲେ। ସ୍ମୃତି ମନ୍ଧାନା ମାତ୍ର ୫୫ ବଲ୍‌ରେ ୮୨ ରନ୍‌ର ଏକ ଜବରଦସ୍ତ ଇନିଂସ ଖେଳିଥିଲେ। ଜେମିମା ରୋଡ୍ରିଗ୍ସ ମଧ୍ୟ ୫୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟଙ୍କ ମଧ୍ୟରେ ୧୨୧ ରନର ଭାଗିଦାରୀ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍‌ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା।

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos

୧୭୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳ ପ୍ରଥମ ଓଭରରେ ୧୮ ରନ ସଂଗ୍ରହ କରି ଧମାକାଦାର ଆରମ୍ଭ କରିଥିଲା। ମାତ୍ର ଯୁବ ସ୍ପିନର ଶ୍ରେୟଙ୍କା ପାଟିଲ ନିଜର ପ୍ରଥମ ଓଭରରେ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଶଲି ଗାର୍ଡନର (୫୭) ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ଦଳ ୨୦ ଓଭରରେ ୧୫୯ ରନ୍‌ରେ ସୀମିତ ରହିଯାଇଥିଲା।

ଏହି ବିଜୟ ସହ ଭାରତ ’ମଲ୍ଟି-ଫର୍ମାଟ ସିରିଜ’ରେ **୪-୨** ରେ ଆଗୁଆ ରହିଛି। ଏହି ଟି-୨୦ ସିରିଜ ପରେ ଏବେ ଉଭୟ ଦଳ ମଧ୍ୟରେ ଦିନିକିଆ(ODI) ଏବଂ ଶେଷରେ ଏକ ଟେଷ୍ଟ ମ୍ୟାଚ ଖେଳାଯିବ। ଅପରପକ୍ଷେ ୨୦୧୭ ପରଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ପ୍ରଥମ କରି କୌଣସି ଏକ ଫର୍ମାଟ୍‌ରେ ସିରିଜ ପରାଜୟର ସାମ୍ନା କରିଛି।

 

Share