Posted inଖେଳ

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲା ଭାରତ: କ୍ଲିନ୍‌ସୁଇପ୍‌ ଲକ୍ଷରେ ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୧୦: ସ୍ଥାନୀୟ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅହମଦାବାଦରେ ଖେଳାଯାଇଥିବା ସିରିଜ୍‌ର ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଏକତରଫା ଭାବେ ଏକ ଇନିଂସ ଓ ୧୪୦ ରନ ବ୍ୟବଧାନରେ ଜିତି ନେଇଥିଲା। ଏଥିଯୋଗୁ ଶୁବମନ ଗିଲଙ୍କ ନେତୃତ୍ୱଧୀନ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ କ୍ଲିନ ସୁଇପ୍‌ କରିବା ଲକ୍ଷ୍ୟରେ ରହିବ। ସିରିଜ୍‌ ଜିତି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ରେ ସ୍ଥିତି ଦୃଢ଼ କରିବା ସହିତ ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ ଲାଗି ପ୍ରସ୍ତୁତି କରିବା ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେବ।
ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଶୀଘ୍ର ଶେଷ ହୋଇଯାଇପାରେ। ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ରିଆନ ଟେନ ଡଶ୍ଚେଟଙ୍କ ମତରେ ମ୍ୟାଚ୍‌ ଲାଗି ଡ୍ରାଏ ପିଚ୍‌ ପ୍ରସ୍ତୁତ କରାଯାଇଥିବାରୁ ପେସରଙ୍କୁ ସହାୟତା ମିଳିବ। ଏହାର ଅର୍ଥ ନୀତୀଶ କୁମାର ରେଡ୍ଡୀ ଦଳରେ ସ୍ଥାନ ବଜାୟ ରଖିବେ ଏବଂ ଭାରତୀୟ ଦଳ ବିନା ପରିବର୍ତ୍ତନରେ ଓହ୍ଲାଇବ। ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କ ପ୍ରଦର୍ଶନକୁ ନେଇ ଚୟନକର୍ତ୍ତା ଓ କୋଚ୍‌ମାନେ ଚିନ୍ତିତ ନୁହନ୍ତି। କିନ୍ତୁ ଅଧିନାୟକ ଗିଲ୍‌ଙ୍କ ସମର୍ଥନ ସତ୍ତ୍ୱେ ସୁଦର୍ଶନଙ୍କୁ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ତାଙ୍କ ସ୍ଥାନରେ ଖେଳିବା ପାଇଁ ଅନେକ ଖେଳାଳି ଧାଡ଼ିରେ ରହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କୁ ଭଲ ଆରମ୍ଭ ମିଳିଥିବା ବେଳେ ଲୋକେଶ ରାହୁଲ ଶତକ କରିଥିଲେ। ଗତ ୬ ଟେଷ୍ଟରେ ଏହା ରାହୁଲଙ୍କର ତୃତୀୟ ଶତକ ଥିଲା। ଏହା ଦର୍ଶାଉଛି ସେ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଅଧିନାୟକ ଗିଲ ଅର୍ଦ୍ଧଶତକ କରିଥିବା ବେଳେ ଧ୍ରୁବ ଜୁରେଲ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ। ଭାରତୀୟ ଖେଳାଳିମାନେ ବୁଧବାର ସନ୍ଧ୍ୟାରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ବାସଭବନରେ ଏକତ୍ରିତ ହୋଇ ରାତ୍ରିଭୋଜନ କରିଥିଲେ। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ନିକଟସ୍ଥ ଗଲ୍ଫ କୋର୍ସରେ ମେଣ୍ଟରିଂ ସେଶନରେ ଯୋଗ ଦେଇଥିଲେ। ଏଥିରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ସହ ୩ କିମ୍ବଦନ୍ତୀ ସାର ଭିଭିଆନ ରିଚାଡର୍‌ସ, ସାର ରିଚି ରିଚାର୍ଡସନ ଓ ବ୍ରାଏନ ଲାରା କଥା ହୋଇଥିଲେ।
ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, ଲୋକେଶ ରାହୁଲ, ବି ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ ଦଳ: ଜନ କାମ୍ପବେଲ, ତେଗନାରିନ ଚନ୍ଦ୍ରପାଲ, ଆଲିକ ଆଥାନେଜ, ବ୍ରାଣ୍ଡନ କିଙ୍ଗ୍‌, ରୋଷ୍ଟନ ଚେଜ (ଅଧିନାୟକ), ସାଇ ହୋପ, ଜଷ୍ଟିନ ଗ୍ରେଭ୍ସ, ଖାରି ପିଏରେ, ଜମାଇକା ଓ୍ବାରିକାନ, ଜୋହାନ ଲେନି, ଜେୟଡେନ ସିଲ୍ସ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri