Posted inଖେଳ

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲା ଭାରତ: କ୍ଲିନ୍‌ସୁଇପ୍‌ ଲକ୍ଷରେ ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୧୦: ସ୍ଥାନୀୟ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅହମଦାବାଦରେ ଖେଳାଯାଇଥିବା ସିରିଜ୍‌ର ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଏକତରଫା ଭାବେ ଏକ ଇନିଂସ ଓ ୧୪୦ ରନ ବ୍ୟବଧାନରେ ଜିତି ନେଇଥିଲା। ଏଥିଯୋଗୁ ଶୁବମନ ଗିଲଙ୍କ ନେତୃତ୍ୱଧୀନ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ କ୍ଲିନ ସୁଇପ୍‌ କରିବା ଲକ୍ଷ୍ୟରେ ରହିବ। ସିରିଜ୍‌ ଜିତି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ରେ ସ୍ଥିତି ଦୃଢ଼ କରିବା ସହିତ ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ ଲାଗି ପ୍ରସ୍ତୁତି କରିବା ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେବ।
ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଶୀଘ୍ର ଶେଷ ହୋଇଯାଇପାରେ। ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ରିଆନ ଟେନ ଡଶ୍ଚେଟଙ୍କ ମତରେ ମ୍ୟାଚ୍‌ ଲାଗି ଡ୍ରାଏ ପିଚ୍‌ ପ୍ରସ୍ତୁତ କରାଯାଇଥିବାରୁ ପେସରଙ୍କୁ ସହାୟତା ମିଳିବ। ଏହାର ଅର୍ଥ ନୀତୀଶ କୁମାର ରେଡ୍ଡୀ ଦଳରେ ସ୍ଥାନ ବଜାୟ ରଖିବେ ଏବଂ ଭାରତୀୟ ଦଳ ବିନା ପରିବର୍ତ୍ତନରେ ଓହ୍ଲାଇବ। ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କ ପ୍ରଦର୍ଶନକୁ ନେଇ ଚୟନକର୍ତ୍ତା ଓ କୋଚ୍‌ମାନେ ଚିନ୍ତିତ ନୁହନ୍ତି। କିନ୍ତୁ ଅଧିନାୟକ ଗିଲ୍‌ଙ୍କ ସମର୍ଥନ ସତ୍ତ୍ୱେ ସୁଦର୍ଶନଙ୍କୁ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ତାଙ୍କ ସ୍ଥାନରେ ଖେଳିବା ପାଇଁ ଅନେକ ଖେଳାଳି ଧାଡ଼ିରେ ରହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କୁ ଭଲ ଆରମ୍ଭ ମିଳିଥିବା ବେଳେ ଲୋକେଶ ରାହୁଲ ଶତକ କରିଥିଲେ। ଗତ ୬ ଟେଷ୍ଟରେ ଏହା ରାହୁଲଙ୍କର ତୃତୀୟ ଶତକ ଥିଲା। ଏହା ଦର୍ଶାଉଛି ସେ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଅଧିନାୟକ ଗିଲ ଅର୍ଦ୍ଧଶତକ କରିଥିବା ବେଳେ ଧ୍ରୁବ ଜୁରେଲ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ। ଭାରତୀୟ ଖେଳାଳିମାନେ ବୁଧବାର ସନ୍ଧ୍ୟାରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ବାସଭବନରେ ଏକତ୍ରିତ ହୋଇ ରାତ୍ରିଭୋଜନ କରିଥିଲେ। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ନିକଟସ୍ଥ ଗଲ୍ଫ କୋର୍ସରେ ମେଣ୍ଟରିଂ ସେଶନରେ ଯୋଗ ଦେଇଥିଲେ। ଏଥିରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ସହ ୩ କିମ୍ବଦନ୍ତୀ ସାର ଭିଭିଆନ ରିଚାଡର୍‌ସ, ସାର ରିଚି ରିଚାର୍ଡସନ ଓ ବ୍ରାଏନ ଲାରା କଥା ହୋଇଥିଲେ।
ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, ଲୋକେଶ ରାହୁଲ, ବି ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ ଦଳ: ଜନ କାମ୍ପବେଲ, ତେଗନାରିନ ଚନ୍ଦ୍ରପାଲ, ଆଲିକ ଆଥାନେଜ, ବ୍ରାଣ୍ଡନ କିଙ୍ଗ୍‌, ରୋଷ୍ଟନ ଚେଜ (ଅଧିନାୟକ), ସାଇ ହୋପ, ଜଷ୍ଟିନ ଗ୍ରେଭ୍ସ, ଖାରି ପିଏରେ, ଜମାଇକା ଓ୍ବାରିକାନ, ଜୋହାନ ଲେନି, ଜେୟଡେନ ସିଲ୍ସ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୮।୧: ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ…

ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ…

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ବଂଶଧାରା ମହୋତ୍ସବରେ ଚାଲିଛି ଜୁଆଖେଳ, ଭିଡିଓ ସାମ୍ନାକୁ ଆସିବା ପରେ…

ଗୁଣପୁର,୨୮ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁରରେ ଆୟୋଜିତ ବଂଶଧାରା ବସନ୍ତ ମହୋତ୍ସବ ପରିସରରେ ଜୁଆଖେଳ ଚାଲିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ସାମ୍ନାକୁ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କହିଲେ ଅଜିତ ଜୀଙ୍କ…

ଭୁବନେଶ୍ୱର,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଶୋକ…

ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ମହାରାଷ୍ଟ୍ର ବିକାଶରେ…

ନୂଆଦିଲ୍ଲୀ,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକ ପ୍ରକାଶ କରି…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri