Posted inଖେଳ

ଭାରତ ୮ଉଇକେଟରେ ବିଜୟୀ

କଲମ୍ବୋ,୧୫ା୭(ପି.ଟି.): ଏସିସି ପୁରୁଷ ଏମର୍ଜିଂ କପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ‘ଏ’କୁ ୮ ଉଇକେଟରେ ପରାସ୍ତ କରଛି। ଅଧିନାୟକ ୟାଶ ଧୂଲଙ୍କ ଦ୍ରୁତ ଅପରାଜିତ ଶତକ ଏବଂ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ସହଜ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଧୂଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି ପ୍ରମାଣିତ ହୋଇଥିଲା ଡାହାଣହାତୀ ପେସ୍‌ ବୋଲର ରାଣା ଚମତ୍କାର ବୋଲିଂ କରି ୪୧ ରନ ବିନିମୟରେ ୪ଉଇକେଟ ଅକ୍ତିଆର କରିଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ଆନ୍ଧ୍ର ପେସର ନୀତୀଶ କୁମାର ରେଡ୍ଡୀ (୨/୩୨) ଓ ବାମହାତୀ ରକ୍ଷଣଶୀଳ ବୋଲର ମାନବ ସୂତାର (୨/୨୮)। ନିର୍ଦ୍ଧାରିତ ୫୦ ଓଭରରେ ୟୁଏଇ ‘ଏ’ର ସ୍କୋର ୧୭୫/୯ରେ ସୀମିତ ହୋଇଯାଇଥିଲା। ଦଳର ମାତ୍ର ୩ଜଣ ବ୍ୟାଟରଙ୍କ ବିଶେଷ ଅବଦାନ ଥିଲା। ସେମାନେ ହେଲେ ଅଶ୍ୱନ୍ଥ ଭାଲ୍‌ଥାପା (୪୬ ରନ), ଓପନର ଆର୍ଯ୍ୟାଂଶ ଶର୍ମା (୩୮) ଓ ମହମ୍ମଦ ଫାରାଜୁଦ୍ଦିନ (୩୫)। ୧୭୬ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଭାରତ ‘ଏ’ ପ୍ରଥମ ୬ ଓଭରରେ ଦୁଇ ଓପନର ସାଇ ସୁଦର୍ଶନ (୮) ଓ ଅଭିଷେକ ଶର୍ମା (୧୯)ଙ୍କ ଉଇକେଟ ହରାଇଥିଲା। କିନ୍ତୁ ଧୂଲ (୧୦୮*) ଓ ନିକିନ୍‌ ଜୋସ୍‌ (୪୧*) ତୃତୀୟ ଉଇକେଟରେ ୧୩୮ରନ ଯୋଗ କରି ଦଳକୁ ସହଜ ବିଜୟ ଦେଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଧୂଲ ତାଙ୍କ ଇନିଂସରେ ମାତ୍ର ୮୪ଟି ବଲ୍‌ ସାମ୍ନା କରି ୨୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ।
ସଂକ୍ଷିପ୍ତ ସ୍କୋର
ୟୁଏଇ ‘ଏ’: ୫୦ ଓଭରରେ ୧୭୫/୯ (ଅଶ୍ୱନ୍ଥ ଭାଲ୍‌ଥାପା-୪୬, ଆର୍ଯ୍ୟାଂଶ ଶର୍ମା-୩୮, ମହମ୍ମଦ ଫାରାଜୁଦ୍ଦିନ- ୩୫; ହର୍ଷିତ ରାଣା-୪/୪୧, ମାନବ ସୂତାର-୨/୨୮, ନୀତୀଶ ରେଡ୍ଡୀ-୨/୩୨)। ଭାରତ ‘ଏ’: ୨୬.୩ ଓଭରରେ ୧୭୯/୨ (ୟାଶ ଧୂଲ-୧୦୮*, ନିକିନ ଜୋସ୍‌-୪୧*, ଅଲି ନାସିର-୧/୧୪)।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri