କଲମ୍ବୋ,୧୫ା୭(ପି.ଟି.): ଏସିସି ପୁରୁଷ ଏମର୍ଜିଂ କପ୍ରେ ଭାରତ ଏହାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ‘ଏ’କୁ ୮ ଉଇକେଟରେ ପରାସ୍ତ କରଛି। ଅଧିନାୟକ ୟାଶ ଧୂଲଙ୍କ ଦ୍ରୁତ ଅପରାଜିତ ଶତକ ଏବଂ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ସହଜ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ଟସ୍ ଜିତି ଧୂଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି ପ୍ରମାଣିତ ହୋଇଥିଲା ଡାହାଣହାତୀ ପେସ୍ ବୋଲର ରାଣା ଚମତ୍କାର ବୋଲିଂ କରି ୪୧ ରନ ବିନିମୟରେ ୪ଉଇକେଟ ଅକ୍ତିଆର କରିଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ଆନ୍ଧ୍ର ପେସର ନୀତୀଶ କୁମାର ରେଡ୍ଡୀ (୨/୩୨) ଓ ବାମହାତୀ ରକ୍ଷଣଶୀଳ ବୋଲର ମାନବ ସୂତାର (୨/୨୮)। ନିର୍ଦ୍ଧାରିତ ୫୦ ଓଭରରେ ୟୁଏଇ ‘ଏ’ର ସ୍କୋର ୧୭୫/୯ରେ ସୀମିତ ହୋଇଯାଇଥିଲା। ଦଳର ମାତ୍ର ୩ଜଣ ବ୍ୟାଟରଙ୍କ ବିଶେଷ ଅବଦାନ ଥିଲା। ସେମାନେ ହେଲେ ଅଶ୍ୱନ୍ଥ ଭାଲ୍ଥାପା (୪୬ ରନ), ଓପନର ଆର୍ଯ୍ୟାଂଶ ଶର୍ମା (୩୮) ଓ ମହମ୍ମଦ ଫାରାଜୁଦ୍ଦିନ (୩୫)। ୧୭୬ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଭାରତ ‘ଏ’ ପ୍ରଥମ ୬ ଓଭରରେ ଦୁଇ ଓପନର ସାଇ ସୁଦର୍ଶନ (୮) ଓ ଅଭିଷେକ ଶର୍ମା (୧୯)ଙ୍କ ଉଇକେଟ ହରାଇଥିଲା। କିନ୍ତୁ ଧୂଲ (୧୦୮*) ଓ ନିକିନ୍ ଜୋସ୍ (୪୧*) ତୃତୀୟ ଉଇକେଟରେ ୧୩୮ରନ ଯୋଗ କରି ଦଳକୁ ସହଜ ବିଜୟ ଦେଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଧୂଲ ତାଙ୍କ ଇନିଂସରେ ମାତ୍ର ୮୪ଟି ବଲ୍ ସାମ୍ନା କରି ୨୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ।
ସଂକ୍ଷିପ୍ତ ସ୍କୋର
ୟୁଏଇ ‘ଏ’: ୫୦ ଓଭରରେ ୧୭୫/୯ (ଅଶ୍ୱନ୍ଥ ଭାଲ୍ଥାପା-୪୬, ଆର୍ଯ୍ୟାଂଶ ଶର୍ମା-୩୮, ମହମ୍ମଦ ଫାରାଜୁଦ୍ଦିନ- ୩୫; ହର୍ଷିତ ରାଣା-୪/୪୧, ମାନବ ସୂତାର-୨/୨୮, ନୀତୀଶ ରେଡ୍ଡୀ-୨/୩୨)। ଭାରତ ‘ଏ’: ୨୬.୩ ଓଭରରେ ୧୭୯/୨ (ୟାଶ ଧୂଲ-୧୦୮*, ନିକିନ ଜୋସ୍-୪୧*, ଅଲି ନାସିର-୧/୧୪)।
ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର
ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…
OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…
ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର
ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…
ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….
ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…
ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…
ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…
ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା
ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…
ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା
ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…
ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ…
ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…
Archives

